Trending Photos
zakir hussain passed away: ବିଶ୍ୱ ପ୍ରସିଦ୍ଧ ତବଲା ବାଦକ ତଥା ପଦ୍ମଭୂଷଣ ଜାକିର ହୁସେନ୍ଙ୍କ ଦେହାନ୍ତ ହୋଇଛି। ସେ ସାନ ଫ୍ରାନ୍ସିସ୍କୋରେ ଚିକିତ୍ସିତ ହେଉଥିଲେ। ସେଠାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ହୁସେନ୍ଙ୍କ ବନ୍ଧୁ ତଥା ବଂଶୀ ବାଦକ ରାକେଶ ଚୌରାସିଆ ରବିବାର ଏହି ସୂଚନା ଦେଇଛନ୍ତି । ହୁସେନ୍ଙ୍କ ମ୍ୟାନେଜର ନିର୍ମଳା କହିଛନ୍ତି ଯେ, ଆମେରିକାରେ ରହୁଥିବା 73 ବର୍ଷିୟ ଜାକିର ରକ୍ତଚାପ ଜନିତ ସମସ୍ୟାରେ ପୀଡିତ ଥିଲେ।
ଉଇକିପିଡ଼ିଆ ତଥ୍ୟ ଅନୁଯାୟୀ ହୁସେନ୍ ତାଙ୍କ ମ୍ୟାନେଜର ଆଣ୍ଟୋନିୟା ମିନିକୋଲାଙ୍କୁ ବିବାହ କରିଥିଲେ। ଯିଏ ଜଣେ କଥକ ନୃତ୍ୟଶିଳ୍ପୀ ଏବଂ ଶିକ୍ଷକ । ତାଙ୍କର ଦୁଇଟି ଝିଅ ଅନିସା ଏବଂ ଇସାବେଲୋ । ଅନିସା UCLA (କାଲିଫର୍ଣ୍ଣିଆ ୟୁନିଭରସିଟି, ଲସ୍ ଆଞ୍ଜେଲସ୍) ରୁ ଅଧ୍ୟୟନ କରିବା ପରେ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ଇସାବେଲୋ ନୃତ୍ୟ ଶିଖୁଛନ୍ତି ।
ପିତାଙ୍କୁ ଅନୁସରଣ କରି ମହାନ ତବଲା ବାଦକ ଜାକିର ହୁସେନ୍ ଭାରତ ତଥା ସାରା ବିଶ୍ୱରେ ନିଜ ପାଇଁ ସୁନାମ ଅର୍ଜନ କରିଛନ୍ତି। ହୁସେନ୍ ତାଙ୍କ କ୍ୟାରିୟରରେ ଅନେକ ପୁରସ୍କାର ଗ୍ରହଣ କରିଛନ୍ତି । ହୁସେନ୍ଙ୍କୁ 1988 ରେ ପଦ୍ମଶ୍ରୀ, 2002 ରେ ପଦ୍ମ ଭୂଷଣ ଏବଂ 2023 ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା।