ଭୁବନେଶ୍ୱର: ଧୋକା ଦେଲା ଲଘୁଚାପ, ଧୋଇଗଲା ବର୍ଷା। ଗତକାଲି ବଙ୍ଗୋପ ସାଗର ଠାରେ ସୃଷ୍ଟି ହୋଇଥିବା ଲଘୁଚାପ ଘୂର୍ଣ୍ଣୀବଳୟ ସହ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଥିବା ବେଳେ ସୋମବାର କେବଳ ଆସନ୍ତା ୨୪ ଘଣ୍ଟିଆ ବର୍ଷ ନେଇ ୟେଲୋ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।


COMMERCIAL BREAK
SCROLL TO CONTINUE READING

ଆସନ୍ତକାଲି ସକାଳ ସାଢେ ୮ଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ସୁନ୍ଦରଗଡ ଆଦି ୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର (Bhubaneswar Meteorological Centre)। ଏହା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ଘଡଘଡି (Lightning) ସହ ସ୍ଥାନେ ସ୍ଥାନେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା (Light to Moderate Rainfall) ସମ୍ଭାବନା ରହିଛି। ଏହା ପରେ ଆସନ୍ତାକାଲି ଠାରୁ ପାଗ ପ୍ରାୟତଃ ଶୁଖିଲା (Dry Weather) ରହିବା ସହ କୌଣସି ପ୍ରକାର ସତର୍କତା ଜାରି ହୋଇନାହିଁ। ହେଲେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।