ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭର୍ଚ୍ଚୁଆଲ ମାଧ୍ୟମରେ ଦେଶରେ କୋରୋନା ଟିକାକରଣକୁ ଶୁଭାରାମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ପ୍ରାରମ୍ଭରେ ତଳିଆ ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀଙ୍କୁ ଟିକା ଦିଆଯାଉଛି। ପଶ୍ଚିମ ଓଡିଶାର ଜଣେ ସଫେଇ କର୍ମଚାରୀଙ୍କୁ ରାଜ୍ୟରେ ପ୍ରଥମେ ଟିକାକରଣ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ସମ୍ବଲପୁର (Sambalpur) ର ପ୍ରହଲ୍ଲାଦ ସୁନାଙ୍କୁ ପ୍ରଥମେ ଟିକା ଦିଆଯାଇଛି। ପ୍ରହଲ୍ଲାଦ ଜଣେ ସଫେଇ କର୍ମଚାରୀ (Sanitation worker) ଭାବେ କାମ କରନ୍ତି। ତାଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ମଧ୍ୟ ମିଳିଛି। ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲ (Capital Hospital) ରୁ କୋରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଥମେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି। ତାପରେ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଟିକାକରଣ କରାଯାଇଛି।



ଦିଲ୍ଲୀ AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ (Randeep Guleria) ଙ୍କୁ ମଧ୍ୟ ଟିକା ଦିଆଯାଇଛି। ତାଙ୍କ ପୂର୍ବରୁ ପ୍ରଥମେ ମନିଶ କୁମାର ନାମକ ଜଣେ ହସ୍ପିଟାଲର ସଫେଇ କର୍ମଚାରୀଙ୍କର ଟିକାକରଣ ହୋଇଥିଲା। ତେବେ ରଣଦୀପଙ୍କୁ ଦେଖି ଅନ୍ୟମାନେ କୋରୋନା ଟିକା (Corona Vaccine) ନେବାକୁ ଉତ୍ସାହିତ ହେବେ ଆଶା କରାଯାଉଛି। 



ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ (Dr. Harsh Vardhan) କହିଛନ୍ତି ଯେ, କୋରୋନା ଟିକା ସଞ୍ଜୀବନୀ ଔଷଧ ଭଳି। କୋଭିଡ୍ ବିରୋଧୀ ଲଢେଇ ଆମେ ଜିତିବା। କରୋନାକୁ ନେଇ ଗୁଜବଠୁ ସମସ୍ତେ ଦୂରେଇ ରହିବା ଉଚିତ୍। ଆମେ କୋରୋନା ବିରୋଧୀ ଲଢେଇର ନିର୍ଣ୍ଣାୟକ ମୋଡରେ ଅଛୁ। ସେପଟେ କୋରୋନା ଟିକାକରଣ କ୍ୟାମ୍ପେନ୍‌ରେ ଭାଗ ନେଇ ସବୁଜ ଓ ସ୍ବଚ୍ଛ ଉର୍ଜାକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟପାଳ ଗଣଶୀ ଲାଲ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି।



ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ କୋରୋନା ଟିକାରଣ (Corona Vaccination) ଚାଲିଛି। ଯେଉଁମାନେ ଆଜି ଟିକା ନେଇଛନ୍ତି ସେମାନଙ୍କୁ ୨୮ ଦିନ ପରେ ପୁଣି ମେସେଜ ଯିବ। ସବୁସ୍ଥାନରେ ବରିଷ୍ଠ ଡାକ୍ତରମାନେ ପ୍ରଥମ ପର୍ଯ୍ୟାୟରେ ଟିକା ନେବେ। ଆସନ୍ତା ୨୫ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟୟ ତାଲିକା ପ୍ରକାଶ ପାଇବ। ଦ୍ବିତୀୟ ପର୍ଯ୍ୟାୟରେ ପୋଲିସ, ଫାୟାର, ମୁନିସିପାଲିଟି କର୍ମଚାରୀଙ୍କୁ ଟିକା ଦିଆଯିବ।