ଭୁବନେଶ୍ୱର: ଦ୍ୱିତୀୟ ଡୋଜ (Corona Vaccine Second Dose) କୁ ନେଇ ଶଙ୍କା । ରାଜ୍ୟରେ ପର୍ଯ୍ୟାୟକ୍ରମେ ଟିକାକରଣ (Vaccination) ପ୍ରକ୍ରିୟା ଜାରି ରହିଥିବା ବେଳେ ଟିକା (Vaccine) ଅଭାବରୁ ଏକ ପ୍ରକାର ସଂକଟ ଦେଖାଦେଇଛି ସତ, ହେଲେ ଏବେ ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଡୋଜ୍ ଟିକା ନେବା ପାଇଁ ଆଶା ଆଶଙ୍କା ଦେଖାଦେଇଛି । ମେ ୩ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ଟିକାକରଣରେ ସାମିଲ ହୋଇଥିବା ୧୮ରୁ ୪୪ ବର୍ଗର ହିତାଧିକାରୀ ମାନଙ୍କ ଦ୍ୱିତୀୟ ଡୋଜ୍ ଡ୍ୟୁ ଡେଟ୍ ଜୁନ୍ ପହିଲାରୁ ଆରମ୍ଭ ହୋଇଯିବ । ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ କୋଭାକ୍ସିନର ପ୍ରଥମ ପାନ ନେଇଥିବା ଏହି ବର୍ଗର ହିତାଧିକାରୀ ଏବେ ଦ୍ୱିତୀୟ ଡୋଜ୍ ପାଇଁ ଦ୍ୱନ୍ଦରେ ରହିଛନ୍ତି । ନିର୍ଦ୍ଧାରିତ ସମୟ ପାଖେଇ ଆସୁଥିବା ବେଳେ ସ୍ଲଟ୍ ମିଳିବ କି ନାହିଁ ଆଶଙ୍କା ଥିବା ବେଳେ ତାଲିକା ପ୍ରସ୍ତୁତ କରି ସମସ୍ତଙ୍କୁ ଟିକା ଦିଆଯିବ ବୋଲି ବିଏମସି କର୍ତ୍ତୃପକ୍ଷ କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଅନଲାଇନ୍ ମିଟିଂ ସମୟରେ ସାଂସଦ କଲେ ଏପରି ଏକ ଲଜ୍ଜାଜନକ କାଣ୍ଡ, ଯାହା ଜାଣି ଆପଣ ମଧ୍ୟ ହେବେ ଚକିତ


ପର୍ଯ୍ୟାୟକ୍ରମେ ଜାରି ରହିଥିବା ଟିକାରଣ (Vaccination) ର ତୃତୀୟ ପର୍ଯ୍ୟାୟରେ ସାମିଲ ହୋଇଥିବା ସାବାଳକ ୧୮-୪୪ ବର୍ଗର ହିତାଧିକାରୀ ହେଉଛନ୍ତି ସର୍ବାଧିକ ଗୋଷ୍ଠୀ । ରାଜ୍ୟ ତଥା ରାଜଧାନୀରେ ମେ ମାସ ୩ ତାରିଖରୁ ଯେଉଁମାନେ ପ୍ରଥମ ଡୋଜ୍ ନେଇଥିଲେ ସେମାନେ ୨୮ ଦିନ ପରେ ଓ ସର୍ବାଧିକ ୪୨ ଦିନ ଭିତରେ ସଂପୂର୍ଣ୍ଣ ଟିକା ନେବାର ସମୟ ଆସିଲାଣି । ହେଲେ ବର୍ତ୍ତମାନର ବ୍ୟବସ୍ଥାକୁ ଦେଖିଲେ ଡ୍ୟୁ ଡେଟ୍ ପୂର୍ବରୁ ଦ୍ୱିତୀୟ ଡୋଜ୍ ଟିକା ମିଳିବ କି ନାହିଁ ସେମାନଙ୍କ ମଧ୍ୟରେ ଆଶା ଆଶଙ୍କା ଦେଖାଦେଇଛି । ଜୁନ୍ ପହିଲାରୁ ଡ୍ୟୁ ଡେଟ୍ ଆରମ୍ଭ ହେଉଥିବା ବେଳେ ପ୍ରଥମ ଡୋଜରୁ ସର୍ବାଧିକ ୪୨ ଦିନ ଭିତରେ ମିଳିବ କି ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ତେଣୁ ଦ୍ୱିତୀୟ ଡୋଜ୍ ନେବାକୁ ଥିବା ହିତାଧିକାରୀ ମାନଙ୍କ ପାଇଁ ଅଗ୍ରାଧିକାର ଭିତ୍ତିରେ ଟୋକନ୍ କିମ୍ବା ସ୍ଲଟ୍ ବୁକିଂ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ଦାବି କରିଛନ୍ତି ହିତାଧାକାରୀ ମଧୁସ୍ମିତା ଭୋଇ ।


ଅଧିକ ପଢ଼ନ୍ତୁ:-ସୋସିଆଲ ମିଡିଆରେ ଭାଇରାଲ୍‌ ହେଲା ରତ୍ନସିଂହାସନରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ !


ସେପଟେ ୧୮ରୁ ୪୪ ବର୍ଷ ବର୍ଗର ଦ୍ୱିତୀୟ ଡୋଜ୍ ପାଇଁ ତାଲିକା ପ୍ରସ୍ତୁତ କଲାଣି ବିଏମସି (BMC) । ମେ ୩ ତାରିଖରୁ ୨୮ ତାରିଖ ମଧ୍ୟରେ ୧୮-୪୪ ବର୍ଗରୁ ୧ ଲକ୍ଷ ୫୧ ହଜାର ୪୨୬ ଜଣ ପ୍ରଥମ ଡୋଜ୍ ନେଇଛନ୍ତି ଅର୍ଥାତ୍ ଏମାନେ ଜୁନ ମାସରେ ପୁଣି ଦ୍ଵିତୀୟ ଡୋଜ୍ ନେବେ । ସେହିଭଳି ରାଜଧାନୀରେ ଏଯାବତ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ହିତାଧିକାରୀଙ୍କୁ ମୋଟ ୭ ଲକ୍ଷ ୯୨ ହଜାର ୩୭୫ ଡୋଜ୍ ଦିଆଯାଇସାରିଛି । ସେଥିରୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୪ ହଜାର ୧୮୭ ଜଣ ସଂପୂର୍ଣ୍ଣ ଟିକା ବା ଦୁଇଟି ଡୋଜ୍ ନେଇସାରିଛନ୍ତି । ଏବେ ଯୁବ ବର୍ଗ ହିତାଧୀକାରୀଙ୍କୁ ଦ୍ୱିତୀୟ ଡୋଜ୍ ନେବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିଏମସି କର୍ତ୍ତୃପକ୍ଷ କହିଛନ୍ତି । ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ ଥିବାରୁ ସ୍ଵତନ୍ତ୍ର ସ୍ଲଟ ଓ ସମୟ ନିର୍ଦ୍ଧାରଣ କରାଯାଇ ସମସ୍ତ ଯୋଗ୍ୟଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ ।


ଅଧିକ ପଢ଼ନ୍ତୁ:-ସମଗ୍ର ଦୁନିଆରେ ୫୦ ରୁ କମ୍ ଲୋକଙ୍କ ପାଖରେ ରହିଛି ଏପରି ରକ୍ତ, ଜାଣନ୍ତୁ ଏହାର ସବୁଠାରୁ ବଡ ବିଶେଷତ୍ୱ


ସେହିଭଳି ସମ୍ମୁଖ ଯୋଦ୍ଧା ଭାବେ ଘୋଷିତ ସାମ୍ବାଦିକ ମାନଙ୍କୁ ମଧ୍ୟ ପୂର୍ବ ପରି ସ୍ୱତନ୍ତ୍ର କ୍ୟାମ୍ପ କରି ଟିକା ଦିଆଯିବାର ବନ୍ଦୋବସ୍ତ କରାଯିବ ବୋଲି କୁହାଯାଇଛି । ତେବେ ମୋଟ ସମୂହ ଭାବେ ଏସବୁ ଟିକାଦାନ ପାଇଁ ମାଇକ୍ରୋ ପ୍ଲାନ ପ୍ରସ୍ତୁତ କରୁଛି ବିଏମସି । ଏବେ ସମସ୍ତ ଯୋଗ୍ୟ ହିତାଧିକାରୀ ଡ୍ୟୁ ଡେଟ୍ ସୁଦ୍ଧା ସମସ୍ତ ଟିକା ନେଇପାରୁଛନ୍ତି କି ନାହିଁ ତାହାକୁ ଅପେକ୍ଷା ।