ଆସନ୍ତାକାଲିଠୁ ବାବୁଙ୍କ ପାଳି, କେବେ ନେବେ ନେତା-ମନ୍ତ୍ରୀ?
ଟିକା ନେବା ଫଟୋ ଟ୍ୱିଟ କରିପାରିବେ ବୋଲି ସରକାର କହିଛନ୍ତି। ସେପଟେ ରାଜନେତାଙ୍କ ପାଳି କେବେ ଆସିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏକ ସର୍ଭେ ଅନୁସାରେ ଯଦି ଦେଶର ନେତା-ମନ୍ତ୍ରୀଙ୍କୁ ପ୍ରଥମେ କୋରୋନା ଟିକା ଦିଆଗଲେ ଲୋକଙ୍କ ଭରଷା ବଢିବ।
ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ଅବଶିଷ୍ଟ ଲୋକଙ୍କ କୋରୋନା ଟିକାକରଣ ହେବ। ଟିକା ନେବେ ଡିଜିପି, ଏସପି, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ। ଲୋକଙ୍କ ମନରେ ଆସ୍ଥା ଜନ୍ମାଇବା ପାଇଁ ସେମାନେ ଟିକା ନେବେ।
କୋରୋନା ଟିକାକରଣ (corona vaccination)ରେ ଦେଶରେ ଓଡିଶା ନମ୍ବର ୱାନ। ୨୮ ଡିସେମ୍ବର ସୁଦ୍ଧା ସାରା ଦେଶରେ ୨୮ ଲକ୍ଷ ୪୭ ହଜାର ୬୦୮ ଜଣଙ୍କ ଟିକାକରଣ ହୋଇଥିବା ବେଳେ ଓଡିଶାରେ ୧ ଲକ୍ଷ ୪୪ହଜାର ୬୪୨ ଜଣ ଟିକା ନେଇଛନ୍ତି। କୋରୋନା (Corona virus) ମୁକାବିଲା ହେଉ କି ଟିକାକରଣ ସବୁଥିରେ ଓଡ଼ିଶା ନୂଆ ନୂଆ ମାଇଲଷ୍ଟୋନ୍ ଛୁଇଁଛି। ପ୍ରଥମ ପର୍ଯ୍ୟୟ ଟିକାକରଣରେ ଓଡିଶା ଅଗ୍ରଣୀ ରହିଥିବା ବେଳେ ଶନିବାରଠୁ ଅବଶିଷ୍ଟ ଲୋକଙ୍କ ଟିକାକରଣ ହେବ।
Also Read: କୋରୋନା ଭ୍ୟାକସିନେସନରେ ବି ଓଡ଼ିଶା ନମ୍ବର ୱାନ୍
ଆସନ୍ତାକାଲି Odisha DGP ଅଭୟ, ସମସ୍ତ ଏସପି, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କୁ କୋରୋନା ଟିକା ଦିଆଯିବ। ଲୋକଙ୍କ ମନରେ ଥିବା ଭୟ ଦୂର କରିବା ପାଇଁ ଏହି ଅଧିକାରୀମାନେ କୋରୋନା ଟିକା ନେବେ। ଏପରି କି ଲୋକଙ୍କୁ ଉତ୍ସାହିତ କରିବା ପାଇଁ ସେମାନେ ଟିକା ନେବା ଫଟୋ ଟ୍ୱିଟ କରିପାରିବେ ବୋଲି ସରକାର କହିଛନ୍ତି। ସେପଟେ ରାଜନେତାଙ୍କ ପାଳି କେବେ ଆସିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏକ ସର୍ଭେ ଅନୁସାରେ ଯଦି ଦେଶର ନେତା-ମନ୍ତ୍ରୀଙ୍କୁ ପ୍ରଥମେ କୋରୋନା ଟିକା ଦିଆଗଲେ ଲୋକଙ୍କ ଭରଷା ବଢିବ।
ସପଟେ ଆଜି କ୍ୟାପିଟାଲ ହସ୍ପିଟାଲ (Capital Hospital) ରେ ପହଞ୍ଚି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କରୋନା ଟିକା ନେଇଛନ୍ତି। ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ। ଆସନ୍ତୁ ଦେଶର ସବୁଠାରୁ ବଡ ଟୀକାକରଣ ଅଭିଯାନକୁ ସଫଳ କରିବା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରିଛି। ସେହି ଟ୍ୱିଟରେ ସଚିବ ପ୍ରଦୀପ୍ତ ମହାପାତ୍ର (Pradipta Mahapatra) ଟିକା ନେଉ ଥିବାର ଫଟୋକୁ ବି ସେୟାର କରିଛି।
Also Read: ଜୀ ଓଡ଼ିଶାର ଅଭିଯାନ 'ଏକାମ୍ର ବଞ୍ଚାଅ': ଭାଙ୍ଗିଦେଲେ ଐତିହ୍ୟ !
ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶାରେ ଟିକାକରଣ ସଫଳ ହୋଇଛି। ଓଡିଶା ସରକାର ଅନେକ ପ୍ରୋ ଆକ୍ଟିଭ ଷ୍ଟେପ ନେଇଥିବାରୁ ଏହି ସଫଳତା ମିଳିଛି। ଆଗାମୀ ଦିନରେ ଆଶା କରୁଛୁ, ବିହାର ଭଳି ଓଡିଶାରେ ମଧ୍ୟ ସମସ୍ତଙ୍କୁ ମାଗଣା ଟିକା (Free Vaccination) ଦେବାର ବ୍ୟବସ୍ଥା କେନ୍ଦ୍ର ସରକାର କରିବେ ବୋଲି କହିଛନ୍ତି ଦେବୀ ମିଶ୍ର। ଫେବ୍ରୁଆରୀ ୧୦ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ୧୩ ତାରିଖରୁ ଦେଶରେ ଦ୍ୱିତୀୟ ଡୋଜ୍ କୋରୋନା ଟିକା ଦିଆଯିବ।