ଗତକାଲି ଠାରୁ ବିଭାଗର ଦୁଇ ଜଣ ଯୁଗ୍ମ ମହାନିର୍ଦ୍ଦେଶକ ଏକାମ୍ରକ୍ଷେତ୍ର ପରିଦର୍ଶନ କରି ମନ୍ଦିର ଭିତର ଓ ଭଗ୍ନାଂଶକୁ ସମୀକ୍ଷା କରିଛନ୍ତି । ସେପଟେ ଏଥିପାଇଁ ଦୋଷକୁ ନେଇ ତୁ ତୁ ମେଁ ମେଁ ସ୍ଥିତି ଦେଖାଦେଇଛି ।
Trending Photos
ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ସୌନ୍ଦର୍ଯ୍ୟକରଣ ନାଁ ଧ୍ବଂସ ! ଶୋଭା ବଢାଇବା ନାଁ ରେ ବଳି ପଡିଗଲା ଐତିହ୍ୟ । ଏକଥା ଏକାମ୍ରକ୍ଷେତ୍ର ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଶୁକ-ଶାରୀ ମନ୍ଦିର କଡରେ ପୁରୁଣା ଭଗ୍ନାଂଶ ମିଳିବା ପରେ ପ୍ରମାଣିତ ହୋଇଛି । ଯାହା ଆଉ ଫେରିପାଇବାନି ସତ, ହେଲେ ଏହାକୁ ପୁନରୁଦ୍ଧାର କରିବା ଲାଗି ଏବେ ଜୋରସୋରରେ କାମ ଚାଲିଛି। ବେଳ ଗଡିବା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଘନ ଘନ ସମୀକ୍ଷା କରି ଗବେଷଣା କରାଯାଉଛି । ଗତକାଲି ଠାରୁ ବିଭାଗର ଦୁଇ ଜଣ ଯୁଗ୍ମ ମହାନିର୍ଦ୍ଦେଶକ ଏକାମ୍ରକ୍ଷେତ୍ର ପରିଦର୍ଶନ କରି ମନ୍ଦିର ଭିତର ଓ ଭଗ୍ନାଂଶକୁ ସମୀକ୍ଷା କରିଛନ୍ତି । ସେପଟେ ଏଥିପାଇଁ ଦୋଷକୁ ନେଇ ତୁ ତୁ ମେଁ ମେଁ ସ୍ଥିତି ଦେଖାଦେଇଛି ।
ଭୁବନେଶ୍ବର (Bhubaneswar) ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣ ଯୋଜନାରେ ଐତିହ୍ୟ କୀର୍ତ୍ତିରାଜିକୁ ଅଣଦେଖା ଅଭିଯୋଗ ପରେ ଅଧିକ ଖୋଳତାଡ ଆରମ୍ଭ ହୋଇଛି । ଶୁକଶାରୀ ମନ୍ଦିର (SukaSari Temple) କଡରେ ଗୋଟିଏ ପରେ ଗୋଟିଏ ମାଟି ଭିତରେ ମିଳିଥିବା ଚଟାଣକୁ ନେଇ ଏବେ ବାସ୍ତବ ସତ୍ୟ ସାମ୍ନାକୁ ଆସୁଛି । ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ASI) ପକ୍ଷରୁ ଗତ ସପ୍ତାହରୁ ବ୍ୟାରିକେଡ କରାଯାଇ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।
Also Read: ଶୀତ ଲହରୀରେ ବ୍ରେକ୍, ଫେରିଲା କୁହୁଡି
ଗତ ଦୁଇଦିନ ଧରି ଖୋଦ ଦୁଇ ଜଣ ଯୁଗ୍ମ ମହାନିର୍ଦ୍ଦେଶକଙ୍କ ଟିମ୍ ଏକାମ୍ରକ୍ଷେତ୍ରରେ ବିକାଶ ସ୍ଥିତି ସମୀକ୍ଷା କରିଛନ୍ତି। ପାପନାଶିନୀ, ଶୁକଶାରୀ ସମେତ ଲିଙ୍ଗରାଜ ମନ୍ଦିର (Lingaraj Temple) ଭିତରେ ଏବଂ ତାର ପୁରା ଆଖପାଖ ଅଞ୍ଚଳକୁ ଆଜି ବୁଲି ତର୍ଜମା କରିଛନ୍ତି । ଏସବୁ ମନ୍ଦିର ଗୁଡିକର ସୁରକ୍ଷାକୁ ନେଇ ତଦାରଖ କରିଛନ୍ତି । ଆମେ ସମସ୍ତ ମନ୍ଦିରର ସୁରକ୍ଷାକୁ ନେଇ ପ୍ରାଥମିକ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛୁ ବୋଲି କହିଛନ୍ତି କହିଛନ୍ତି ଯୁଗ୍ମ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ମଞ୍ଜୁଲ ।
Also Read: ରାଜଧାନୀରେ ଚାଞ୍ଚଲ୍ୟ, ମୁଣ୍ଡ ବିହୀନ ଶବ ଜବତ
ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର (Bindu Sagar) ମଝିରେ ରହିଥିବା ଏହି ରହସ୍ୟମୟ ଭଗ୍ନାଂଶ ପରେ ଏବେ ଅନେକ ଐତିହ୍ୟ ମାଟିତଳେ ଥିବାର ଅନୁମାନ କରାଯାଉଛି । ତେବେ ସଂପୂର୍ଣ୍ଣ ଖନନ କରିବା ପରେ ହିଁ ଭଗ୍ନାଂଶର ସତ୍ୟତା ଜଣାପଡିବ ବୋଲି ଏଏସଆଇ କର୍ତ୍ତୃପକ୍ଷ କହିଛନ୍ତି । ତେବେ ପ୍ରାଥମିକ ଆକଳନରୁ ଏହାକୁ ପଞ୍ଚାୟତ ଢାଞ୍ଚା ବୋଲି କୁହାଯାଉଛି । ତେବେ ଏନେଇ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭରୁ ଏଏସଆଇ ସଦସ୍ୟଙ୍କ ତତ୍ତ୍ବାବଧାନରେ ଜବରଦଖଲ ମୁକ୍ତ କରାଯାଇଥିବା ଏବଂ ଆବଶ୍ୟକ ହେଲେ ସମସ୍ତ ସହଯୋଗ କରିବେ ବୋଲି ବିଏମସି କମିଶନ (BMC Commissioner) ର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି । ସେପଟେ ବାଦବିବାଦରେ ଐତିହ୍ୟକୁ ଏପରି ବଳି ପକାଇବାକୁ ଏକ ଶିକ୍ଷା ଭାବେ ନେଇ ହେରିଟେଜ୍ କମିଟି ଗଠନ କରି ସେମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବାକୁ କହିଛନ୍ତି ପ୍ରତ୍ନତତ୍ତ୍ବ ଗବେଷକ ଅନିଲ ଧୀର୍ ।
Also Read: ଟ୍ରେନ ଧକ୍କାରେ ଦୁଇ ହାତୀଙ୍କ ମୃତ୍ୟୁ
ଏକାମ୍ର ବିକାଶ ପ୍ରକଳ୍ପରେ ଲିଙ୍ଗରାଜ ମନ୍ଦିର ଚାରିପାଖେ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି । ଏହି ପ୍ରକ୍ରିୟାରେ ଶୁକ-ଶାରୀ ମନ୍ଦିର ନିକଟରେ ଖନନ ବେଳେ ଏହି ଭଂଗ୍ନାଶ ମିଳିବା ପରେ ମନ୍ଦିରମାଳିନୀ ସହରରେ ଏଭଳି ଅନେକ ଭଗ୍ନାବଶେଷ ଏପରି ଅଣଦେଖା ହୋଇ ରହିଛି । ତେବେ ସୌନ୍ଦର୍ଯ୍ୟକରଣ ନାମରେ ସ୍ଥାନୀୟ ପ୍ରଶାସନ ବିଏମସି (BMC) କିମ୍ବା ଏହାର ନିକଟ ଦୂରରେ ଥିବା ଏଏସଆଇ (ASI )ଆଞ୍ଚଳିକ କାର୍ଯ୍ୟାଳୟ ଏହା ଜାଣିନପାରିବା ବଡ ଦୁର୍ଭାଗ୍ୟର କଥା ।
Edited: Zee Odisha Desk