ଭୁବନେଶ୍ବର: ଲକଡାଉନର କରୁଣ କାହାଣୀ। ଭୋକ ଉପାସରେ ରହିବା ପରେ ବଂଚିବା ପାଇଁ ୬ ଦିନର ଶିଶୁ ପୁତ୍ରକୁ ବିକ୍ରି କରିଦେଲା ମାଆ। ଏଭଳି ଏକ ଘଟଣା ରାଜଧାନୀ ଭୂବନେଶ୍ୱରରେ ଦେଖିବାକୁ ମିଳିଛି। ବିକ୍ରି କରାଯାଇଥିବା ଶିଶୁକୁ ଉଦ୍ଧାର କରାଯାଇଥିବାବେଳେ ତାଙ୍କ ଅବିଭାବକଙ୍କୁ ପୋଲିସ ଖୋଜୁଛି।


COMMERCIAL BREAK
SCROLL TO CONTINUE READING

ରାଜଧାନୀରେ ୬ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା। ପରେ  ଭୁବନେଶ୍ବର ୟୁନିଟ ୩ ମାଳିସାହିରୁ ଚାଇଲ୍ଡ ଲାଇନ ଶିଶୁ ପୁତ୍ରକୁ ଉଦ୍ଧାର କରିଛି। ଶିଶୁ ପୁତ୍ରକୁ କିଣିଥିବା ମହିଳାଙ୍କୁ ଅଟକ ରଖି ଜେରା କରୁଛି ପୋଲିସ। ଶିଶୁ ପୁଅକୁ କିଣିଥିବା ମହିଳାଙ୍କ କୌଣସି ଛୁଆ ନ ଥିବାରୁ ସେ ଏହି ଶିଶୁକୁ କିଣିଥିବା କଥା ମାନିଛନ୍ତି।


Also Read: କୋଣାର୍କ ରାସ୍ତାରେ ଦୁଇ ବାଇକ ମୁହାଁମୁଁହି; ଦୁଇ ମୃତ, ଦୁଇ ଗୁରୁତର


ପୋଲିସ ଏବେ ଶିଶୁର ବାପା ମାଆଙ୍କୁ ଖୋଜିବାରେ ଲାଗିଛି। ଶିଶୁକୁ ସିଡବ୍ଲ୍ୟସିରେ ହାଜର କରିବା ପରେ ଚାଇଲ୍ଡ ଲାଇନରେ ରଖାଯାଇଛି। ଏହି ଘଟଣା ପଦାକୁ ଆସିବା ପରେ ଉଭୟ ଛୁଆକୁ ବିକ୍ରି କରିବା ଓ କିଣିଥିବା ଲୋକଙ୍କ ବିରୋଧରେ ଚାଇଲ୍ଡ ଲାଇନ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ମାମଲା ରୁଜୁ କରିଛି। ସେପଟେ ନିଶା ସେବନ ପାଇଁ ଶିଶୁ ପୁତ୍ରକୁ ବିକ୍ରି କରାଯାଇଥିବା ସନ୍ଦେହ କରାଯାଉଛି।