• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ

କୋଣାର୍କ ରାସ୍ତାରେ ଦୁଇ ବାଇକ ମୁହାଁମୁଁହି; ଦୁଇ ମୃତ, ଦୁଇ ଗୁରୁତର

କୋଣାର୍କ ରାସ୍ତାର ପତେଳିଆ ଛକରେ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଇ ବାଇକରେ ଥିବା ଚାରି ଜଣ ଯୁବକ ଗୁରୁତର ହୋଇପଡ଼ିଥିଲେ।

କୋଣାର୍କ ରାସ୍ତାରେ ଦୁଇ ବାଇକ ମୁହାଁମୁଁହି; ଦୁଇ ମୃତ, ଦୁଇ ଗୁରୁତର
କୋଣାର୍କ ରାସ୍ତାରେ ଦୁଇ ବାଇକ ମୁହାଁମୁଁହି; ଦୁଇ ମୃତ, ଦୁଇ ଗୁରୁତର

ପୁରୀ: ଗୋପ କୋଣାର୍କ ରାସ୍ତାର ପତେଳିଆ ଛକରେ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସନ୍ଧ୍ୟା ସମୟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ଗୋପ କୋଣାର୍କ ରାସ୍ତାର ପତେଳିଆ ଛକରେ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଇ ବାଇକରେ ଥିବା ଚାରି ଜଣ ଯୁବକ ଗୁରୁତର ହୋଇପଡ଼ିଥିଲେ। ପରେ ଗୋପ ଅଗ୍ନିଶମ ବିଭଗ ଏବଂ ୧୦୮ ଆମ୍ବୁଲାନ୍ସ ଦୃଘଟଣା ସ୍ଥଳରୁ ଗୁରୁତରମାନଙ୍କୁ ପ୍ରଥମେ ଗୋପ ମେଡିକାଲକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଚାରିଜଣ ଗୁରୁତରଙ୍କୁ ପୁରୀ ସଦର ହସ୍ପିଟାଲକୁ ପଠାଯାଇଛି।

Also Read: ଗରିବ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲା ମହିଳା ସଂଗଠନ!

ଗୁରୁତରଙ୍କ ମଧ୍ୟରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକଙ୍କ ମଧ୍ୟକୁ ଜଣେ ଦିଘାଳ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ କୋଣାର୍କ ବାଲିଦୋକାନ ଅଂଚଳର ବୋଲି ସୂଚନା ମିଳିଛି। ଉଭୟ ବନ୍ଧୁ ଘରକୁ ଯାଉଥିବା ବେଳେ ହୋଇଥିଲା ଦୃଘଟଣା ଘଟିଛି। ଗୋପ ପୋଲିସ୍ ଦୁଇ ବାଇକ ଜବତ କରି ତଦନ୍ତ ଚଳାଇଛି। ମୃତ ବ୍ୟକ୍ତିଙ୍କ ସଠିକ୍ ପରିଚୟ ମିଳିପାରି ନାହିଁ।