ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀକୁ ରାଜ୍ୟବ୍ୟାପୀ ପାଳନ କରିଛି ବିଜେଡି । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡ଼ି ପକ୍ଷରୁ ଏହାକୁ ରାଜ୍ୟ ବ୍ୟାପି ଜୋରଦାର ପାଳନ କରାଯାଇଛି।ଏହା ସହ ସାଇକ୍ଲୋଥନ ମାଧ୍ୟମରେ ସାଙ୍ଗଠନିକ କ୍ଷେତ୍ରରେ ଲୋକଙ୍କୁ ଯୋଡ଼ିବାର ପ୍ରୟାସ କରାଯାଇଛି। ବିଜୁ ଜୟନ୍ତୀ ଅବସରରେ କଟକ ଆନନ୍ଦ ଭବନରୁ ଭୁବନେଶ୍ୱରର ବିମାନ ବନ୍ଦର ଯାଏଁ ବିଶାଳ ସାଇକେଲ ରାଲି କରାଯାଇଛି। ସାଇକେଲ ରାଲିରେ ବିଜେଡିର ବରିଷ୍ଠ ନେତା ଓ କର୍ମୀଙ୍କ ସହ ହଜାର ହଜାର ଯୁବକ ଯୁବତୀ ସାମିଲ ହୋଇଥିଲେ ।ଏହା ସହ ରାଜ୍ୟ ବିଜେଡି ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ହେଲେ ଏବେ ବି ଏହି 'କଳିଙ୍ଗରତ୍ନଙ୍କୁ 'ଭାରତରତ୍ନ' ଦେବାକୁ ଦାବି ଜୋର ଧରିଛି।


COMMERCIAL BREAK
SCROLL TO CONTINUE READING

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ (BijuPatnaik) ଙ୍କ ୧୦୫ତମ ଜୟନ୍ତୀରେ ଟଲ୍ ମ୍ୟାନଙ୍କ ସ୍ମୃତିକୁ ମନେ ପକାଉଛି ସାରା ରାଜ୍ୟ। ଓଡ଼ିଶାର ଉତଥାନ ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ସେ ଥିଲେ ସାହାସୀ, ସ୍ୱାଭିମାନୀ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା । ମାର୍ଚ୍ଚ ୫, ମସିହା ୧୯୧୬ରେ ଗଞ୍ଜାମ ଜିଲ୍ଲା ଆସିକାରେ ଜନ୍ମଗ୍ରହଣ କରିଥିଲେ ବିଜୁ ପଟ୍ଟନାୟକ । ଭୁବନେଶ୍ୱର (Bhubaneswar) ରେ ରାଜ୍ୟର ପ୍ରଥମ ଫ୍ଲାଇଂ କ୍ଲବ ଓ କଳିଙ୍ଗ ଏଆରୱେଜ୍ ପ୍ରତିଷ୍ଠା କରିଥିଲେ ସେ ।  ତାଙ୍କର ଉଦ୍ୟମରେ ଚୌଦ୍ୱାରରେ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ , କଳିଙ୍ଗ ଟ୍ୟୁବସ୍, କଳିଙ୍ଗ ରେଫ୍ରିଜେରେସନ୍, କଳିଙ୍ଗ ଇଣ୍ଡଷ୍ଟ୍ରି ଭଳି ଅନେକ କାରଖାନା ପ୍ରତିଷ୍ଠା କରିଥିଲେ । ୧୯୫୧ ମସିହାରେ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସଂସ୍କୃତି ସଂସ୍ଥା ମାଧ୍ୟମରେ କଳିଙ୍ଗ ରତ୍ନ ସମ୍ମାନ (Kalinga Ratna) ସ୍ଥାପନ କରିଥିଲେ । 


Also Read: ପାଣିପାଗରେ ସୁଧାର, ୪୦ ତଳେ ପାରଦ


ତାଙ୍କର ଉଦ୍ୟମରେ ପାରାଦୀପ ବନ୍ଦର (Paradip Port) ସ୍ଥାପନ ହୋଇଥିଲା । ତାଙ୍କର ଦ୍ୱିତୀୟ ଶାସନ କାଳରେ ରାଜ୍ୟର ବଡ଼ ବଡ଼ ଜିଲ୍ଲାକୁ ଭାଙ୍ଗି ଏହାକୁ ୩୦ଟି ଜିଲ୍ଲାରେ ବିଭକ୍ତ କରିଥିଲେ । ୧୯୫୧ ମସିହାରେ ବିଜୁ ବାବୁ ଜଗନ୍ନାଥ ପ୍ରସାଦ ଆସନରୁ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶାର ଦୁଇ ଦୁଇ ଥର ବିଧାୟକ ଭାବେ ବି ନିର୍ବାଚିତ ହୋଇଥିଲେ । ସେ କେନ୍ଦ୍ରରେ ମନ୍ତ୍ରୀ ପଦରେ ବି ରହିଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ (BijuPatnaik) ଙ୍କ ନାଁରେ ଗଠିତ ବିଜୁ ଜନତା ଦଳ ଦୀର୍ଘ ୨୧ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହି ଜନତାଙ୍କ ସେବା କରିଆସୁଛି। 


Also Read: West Bengal Election 2021: ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କ ଭବିଷ୍ୟବାଣୀ: ନିର୍ବାଚନ ଜିତିବେ ମମତା


ସେପଟେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ବାର୍ଷିକୀ ଅବସରରେ ବାଲୁକା କଳାକୃତି ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲୁକାଶିଳ୍ପୀ (Sand Artist) ସୁଦର୍ଶନ ପଟ୍ଟନାୟକ (Sudarsan Pattnaik ) । ପୁରୀ ସୁବର୍ଣ୍ଣ ବେଳାଭୂମୀରେ ଗଢ଼ିଥିବା ଏହି ଆକର୍ଷଣୀୟ ବାଲୁକାକଳା (Sand Art) ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସହିତ "ଟ୍ରିବ୍ଯୁଟ ଟୁ ଦି ଟଲ୍ ମ୍ଯାନ ବିଜୁବାବୁ" ବୋଲି ପ୍ରଦର୍ଶୀତ ହୋଇଛି। ପ୍ରାୟ ୬ଟନ୍ ଓଜନର ବାଲି ବ୍ଯବହାର କରି ଏହି କୃତିଟି ଗଢିଥିବା କହିଛନ୍ତି ସୁଦର୍ଶନ।