• କଟକ ମହାନଗର ନିଗମ ଅଞ୍ଚଳ ରେ କୋରୋନା ମୁକାବିଲା ପାଇଁ ଜାରି କରାଗଲା ହେଲ୍ପ ଲାଇନ ନମ୍ବର
  • କୋଭିଡ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ପ୍ରଦାନ କରାଯିବା ଲାଗି କୋଭିଡ କଣ୍ଟ୍ରୋଲ ରୁମ ଖୋଲାଯାଇଛି
  • ହେଲ୍ପ ଲାଇନ ନମ୍ବର ହେଲା ୭୦୭୭୭୭୫୫୫୫
  • ଏସୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ଝିଲି ଦଳବେହେରା
  • ଶ୍ରୀମନ୍ଦିର ଭିତର କାଠ ନିକଟରେ ଗଣ୍ଡଗୋଳ, ନୀତି ୨ ଘଣ୍ଟା ବିଳମ୍ବ
  • ଥଟ୍ଟା ମଜାକୁ ନେଇ ୨ JTP ହାତାହାତି, ଜଣେ ଆହତ
  • ରକ୍ତ ଛିଟା ପଡ଼ିବାରୁ ମନ୍ଦିରରେ ହେଲା ମହାସ୍ନାନ ନୀତି
  • ଦୁଇ ଜେଟିପି ମନୋଜ ପାଣିଗ୍ରାହୀ ଓ ଗଙ୍ଗା ପ୍ରଧାନ, ଜେଟିପି ମେଡିକାଲରେ ଭର୍ତ୍ତି
  • କୋଭିଡ୍ ମୁକାବିଲା ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା
  • ବେଡ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

West Bengal Election 2021: ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କ ଭବିଷ୍ୟବାଣୀ: ନିର୍ବାଚନ ଜିତିବେ ମମତା

ଯେଉଁଦିନ ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା, ସେଦିନ ଏକ ଖବର ରାଜନୀତି ପାଣିପାଗକୁ ସରଗରମ୍ କରି ଦେଇଥିଲା । 

West Bengal Election 2021: ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କ ଭବିଷ୍ୟବାଣୀ: ନିର୍ବାଚନ ଜିତିବେ ମମତା

ନୂଆଦିଲ୍ଲୀ: ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ । ଆଲୋଚନା, ପର୍ଯ୍ୟାଲୋଚନା ଭିତରେ ଚାଲିଛି କ୍ୟାମ୍ପେନ ଉପରେ କ୍ୟାମ୍ପେନ । ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ଏଥର ନିର୍ବାଚନରେ ମମତାଙ୍କ ଗଡ଼ ଭାଙ୍ଗିବ ନା ବଳବତ୍ତର ରହିବ ମମତାଙ୍କ ସରକାର ତାକୁ ନେଇ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ । ହେଲେ ଏହାରି ମଧ୍ୟରେ ଏମିତି ଏକ ଆକଳନ ଯାହା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି । ସୂଚନାଯୋଗ୍ୟ, ଯେଉଁଦିନ ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା, ସେଦିନ ଏକ ଖବର ରାଜନୀତି ପାଣିପାଗକୁ ସରଗରମ୍ କରି ଦେଇଥିଲା । 

ଆଉ ତାହା ଥିଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶ୍ରୀଜଗନ୍ନାଥ ପୂଜା । ମମତାଙ୍କ ବାସଭବନରେ ସ୍ୱୟଂ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ପୂଜା କରିଥିଲେ । ମମତାଙ୍କ ଏହି ଜଗନ୍ନାଥ ପୂଜା (Lord Jagannath Puja)ରେ ମୁଖ୍ୟ ବାଡ଼ଗ୍ରାହୀଙ୍କ ସହ ଆଉ ୬ ପୁରୋହିତ ଉପସ୍ଥିତ ରହିଥିଲେ । ତେବେ ଆଗକୁ ଥିବା ମତଦାନ ନେଇ ମମତାଙ୍କ ନିର୍ବାଚନ ବିଜୟ ଉପରେ ଜଗୁନି ଭବିଷ୍ୟବାଣୀ କରିଛନ୍ତି ।  ଜୀ ଓଡ଼ିଶା Super Exclusive ବୁଲେଟିନ ମାଧ୍ୟମରେ ଯୋଡ଼ି ହୋଇଥିଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର  (Jagannath Swain Mohapatra) ।

Also Read: Metro Man ହେବେ କେରଳ ମୁଖ୍ୟମନ୍ତ୍ରୀ ଚେହେରା

ତେବେ ଜଗନ୍ନାଥ (Lord Jagannath)ଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି ଯେ, କିଏ ଜିତିବ କିଏ ହାରିବ ତାହା ପର କଥା, ହେଲେ ମମତାଙ୍କ ଯେଉଁ ବିଶ୍ୱାସ ଓ ଭରସା ରହିଛି ତାହାକୁ ନେଇ ସେ ଜଗନ୍ନାଥଙ୍କ ପୂଜା ଆୟୋଜନ କରିଥିଲେ । ସେ କହିଛନ୍ତି ଯେ, ମମତା ବାନାର୍ଜୀ ନିଜ ରାଜ୍ୟରେ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହେବ ସେ ନେଇ ସେ ପୂଜା କରିଥିଲେ । ପଶ୍ଚିମବଙ୍ଗ (West Bengal) ରେ ନିର୍ବାଚନ ହେବାକୁ ଯାଉଛି ତେବେ ପ୍ରତିବର୍ଷ ଏହି ବିରାଟ ପୂଜାର ଆୟୋଜନ କରାଯାଏ । ମାତ୍ର ଏଥର ଟିକେ ନିଆରା ଢଙ୍ଗରେ ପୂଜା କରାଯାଇଛି । ଏହି ପୂଜା ସମୟର ବିଧି ସକାଳ ୭ଟା ସମୟରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରାଯାଇଥିଲା ।

Also Read: ପୁଣି ବଢିବ ତାତି; ୨୪ ଘଣ୍ଟାରେ କୁହୁଡି ସମ୍ଭାବନା

ନିଜେ ପୂଜା କରିବା ସହ ପୂର୍ଣ୍ଣାହୂତୀ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଉପସ୍ଥିତ ଥିଲେ ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ । ସେପଟେ ମମତା ବାନାର୍ଜୀ ଚଳିତ ଥର ନିର୍ବାଚନ (WestBengal Election 2021 )ରେ ଜିତିବେ ନା ନାହିଁ ଏହି ପ୍ରଶ୍ନରେ ଉତ୍ତର ଦେଇ କହିଥିଲେ ଯେ, ଯିଏ ଜଗନ୍ନାଥଙ୍କ ଶରଣ ପଶିଛି ସେ ସବୁବେଳେ ଜିତିଛି । ପୂର୍ବ ନିର୍ବାଚନରେ ସମସ୍ତେ କହୁଥିଲେ ମମତା ସରକାର ହାରିଯିବେ, କିନ୍ତୁ ମୁଁ କହିଥିଲି ୨୦୦ ଉପରେ ଭୋଟ ପାଇ ସେ ସରକାର ଗଢିବେ । ଏବଂ ତାହା ହେଲା, ଆଉ ଚଳିତଥର ଭୋଟ ପ୍ରତିଶତ କମିପାରେ ହେଲେ ଆଶା ଯେ, ମମତା ବାନାର୍ଜୀ ପୁନର୍ବାର ସରକାର ଗଢିବେ ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ।