ପାଣିପାଗରେ ସୁଧାର, ୪୦ ତଳେ ପାରଦ
Advertisement
Article Detail0/zeeodisha/odisha860031

ପାଣିପାଗରେ ସୁଧାର, ୪୦ ତଳେ ପାରଦ

ଲଗାତାର କିଛି ଦିନ ଧରି ତମାମ ଦେଶରେ ପାରଦ ଉପରମୁହାଁ ହୋଇଥିବା ବେଳେ ଆଜି ଏଥିରେ ସାମାନ୍ୟ ସୁଧାର ଆସିଛି । 

ପାଣିପାଗରେ ସୁଧାର, ୪୦ ତଳେ ପାରଦ

ନୂଆଦିଲ୍ଲୀ: ଲଗାତାର କିଛି ଦିନ ଧରି ତମାମ ଦେଶରେ ପାରଦ ଉପରମୁହାଁ ହୋଇଥିବା ବେଳେ ଆଜି ଏଥିରେ ସାମାନ୍ୟ ସୁଧାର ଆସିଛି । ଗତକାଲି ରେକର୍ଡ କରାଯାଇଥିବା ତାପମାତ୍ରା ଅନୁଯାୟୀ ପ୍ରମୁଖ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । 

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସୌରାଷ୍ଟ୍ର, କୁଟ, ଓ ବିଦର୍ଭ ଅଞ୍ଚଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଏହି ଅଞ୍ଚଳରେ ପାରଦ ୩୭ ଡିଗ୍ରୀରୁ ସାମାନ୍ୟ ଉପରେ ରହିଛି । ସେହିପରି ଓଡ଼ିଶା, ତେଲଙ୍ଗାନା, ମଧ୍ୟପ୍ରଦେଶର ପଶ୍ଚିମାଞ୍ଚଳ, କୋଙ୍କଣ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟରେ ଦେଖାଦେଇଥିବା ତାତିରୁ ମଧ୍ୟ ସାମାନ୍ୟ ସୁଧାର ଆସିଛି । ଏହି ସବୁ ଅଞ୍ଚଳରେ ତାତି ସାମାନ୍ୟ ହ୍ରାସ ପାଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । 

ଆଜି ସର୍ବାଧିକ ତାପମାତ୍ରା ବିଦର୍ଭରେ ରେକର୍ଡ କରାଯାଇଛି । ବିଦର୍ଭର ବ୍ରହ୍ମପୁରୀ ଅଞ୍ଚଳରେ ସର୍ବାଧିକ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ତେଲଙ୍ଗାନାର କୋଠାଗୁଡ଼େମ ଅଞ୍ଚଳରେ ତାପମାତ୍ରା ୩୯.୫ ଡିଗ୍ରୀ ଓ ବିଦର୍ଭର ଚନ୍ଦ୍ରପୁର ଅଞ୍ଚଳରେ ୩୯.୨ ଡିଗ୍ରୀ ରେକର୍ଡ କରାଯାଇଥିବା ନେଇ ସୂଚନା ରହିଛି । 

ପାଣିପାଗ ବିଭାଗ ପକ୍ଷରୁ ଆହୁରି ସୂଚନା ଦେଇଛନ୍ତି ଯେ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସ୍ଥିରତା ଆସିବ । ପାରଦ ୪୦ ଡିଗ୍ରୀ ତଳେ ରହିବ । ଗରମ ପବନରୁ ମଧ୍ୟ ତ୍ରାହି ମିଳିବ ବୋଲି ସୂଚନା ରହିଛି ।