Summer vacation: ଭୁବନେଶ୍ୱର: ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ରାଜ୍ୟ ସରକାର ଖରାଛୁଟି ଘୋଷଣା କରିଛନ୍ତି। ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି। ଆସନ୍ତାକାଲିଠୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଛୁଟି ଘୋଷଣା କରିଛନ୍ତି। ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ଣ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ପାର୍‌ କରିଛିା ତେଣୁ ପୂର୍ବରୁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛି।  


COMMERCIAL BREAK
SCROLL TO CONTINUE READING

ଖରାରେ ଆଉଟୁପାଉଟୁ ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ଓଡ଼ିଶା। ଆଜି ବି ହିଟ୍ ୱେଭ୍ ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି। ଗତକାଲି ୪୦ ଡିଗ୍ରୀ ଉପରେ ୩୦ଟି ସହରର ତାପମାତ୍ରା ଥିଲା। ତେବେ ତାତିରେ ରେକର୍ଡ କରିଛି ବାରିପଦା। ବାରିପଦାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଗତକାଲି ୪୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। 


ସେପଟେ ଅସହ୍ୟ ତାତିରେ ତମାମ ରାଜ୍ୟ ଗୁଳୁଗୁଳିରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। କଲବଲ କରୁଛି ଅସହ୍ୟ ଗରମ ଗୁଳୁଗୁଳି । ଅସମ୍ଭାଳ ତାତିରେ ଅସ୍ତବ୍ୟସ୍ତ ଜନଜୀବନ। ଦିନ ୧୦ଟା ପରେ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇ ପଡ଼ିଛି । ଆହୁରି ୪୮ ଘଣ୍ଟା ତାତିର ପ୍ରକୋପ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ପ୍ରବଳ ଖରା ପାଇଁ ୬ ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ସୋନପୁରକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ୨୦ରୁ ୩୦ ପ୍ରତିଶତ ହ୍ୟୁମିଡିଟି ରହୁଥିବା ବେଳେ ଉପକୂଳରେ ରହୁଛି ୪୦ରୁ ୫୦ପ୍ରତିଶତ । ଫଳରେ ଅଧିକ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାରେ ଦିନ ସହ ରାତି ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ହେଉନାହିଁ । ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରେକର୍ଡ ହେଉଛି ।


୨୧ ତାରିଖ ପରେ ତାପମାତ୍ରା କମିବା ସମ୍ଭାବନା ରହିଛି । ୨୨ ଏବଂ ୨୩ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି । ବର୍ଷା ହେଲେ ତାପମାତ୍ରା ପ୍ରାୟ ଦେଢ଼ରୁ ୨ ଡିଗ୍ରୀ କମିବ । ଏହାପରେ ପୁଣି ତାତି ବଢ଼ିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।


Also Read: IPL 2023 RR vs LSG: ପରାଜୟ ପରେ ଏହି ଖେଳାଳିଙ୍କୁ ଦାୟୀ କ୍ରିକେଟ ପ୍ରଶଂସକ


Also Read: SATHI Mobile App: ପିଏମ କିସାନର ୧୪ତମ କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ କଲେ ବଡ଼ ଘୋଷଣା, ୧୪ କୋଟି ଚାଷୀକୁ ମିଳିବ ଲାଭ


Also Read: IPL 2023 ମଝିରେ ଏହି ଖେଳାଳି ଫ୍ୟାନ୍ସଙ୍କୁ ଦେଲେ ବଡ଼ ଝଟକା, ହଠାତ୍ କଲେ ଅବସର ଘୋଷଣା