IPL 2023 ମଝିରେ ଏହି ଖେଳାଳି ଫ୍ୟାନ୍ସଙ୍କୁ ଦେଲେ ବଡ଼ ଝଟକା, ହଠାତ୍ କଲେ ଅବସର ଘୋଷଣା
Advertisement

IPL 2023 ମଝିରେ ଏହି ଖେଳାଳି ଫ୍ୟାନ୍ସଙ୍କୁ ଦେଲେ ବଡ଼ ଝଟକା, ହଠାତ୍ କଲେ ଅବସର ଘୋଷଣା

Gary Ballance Retirement: ଏହି ଖେଳାଳି ଜଣକ ଗୋଟିଏ ନୁହେଁ ଦୁଇ ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି । ଏହି କ୍ରିକେଟର ଗୋଟିଏ ଦେଶ ପାଇଁ ଦିନିକିଆ ବିଶ୍ୱକପ ଦଳର ଏକ ସଦସ୍ୟ ମଧ୍ୟ ଥିଲେ । ଗ୍ୟାରି ବାଲାନ୍ସଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକାର କେପଲର ଭେସେଲ୍ସ ଏହି କାର୍ଯ୍ୟ କରିସାରିଛନ୍ତି । 

IPL 2023 ମଝିରେ ଏହି ଖେଳାଳି ଫ୍ୟାନ୍ସଙ୍କୁ ଦେଲେ ବଡ଼ ଝଟକା, ହଠାତ୍ କଲେ ଅବସର ଘୋଷଣା

Gary Ballance Retirement: ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲ୍ ୨୦୨୩ (IPL 2023) ରେ ଏପର୍ଯ୍ୟନ୍ତ ମୋଟ ୨୬ଟି ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚରେ ପ୍ରଶଂସକଙ୍କୁ ଏକରୁ ଅଧିକ ଟକ୍କର ଦେଖିବାକୁ ମିଳିଛି । ଏସବୁ ମଧ୍ୟରେ କ୍ରିକେଟ୍ ଜଗତ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଜଣେ ୩୩ ବର୍ଷୀୟ ଖେଳାଳି ହଠାତ୍ ଅନ୍ତର୍ଜାତୀୟ କ୍ରିକେଟ (International Cricket) ରୁ ଅବସର ଘୋଷଣା କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ଏହି ଖେଳାଳି ଗୋଟିଏ ନୁହେଁ ଦୁଇ ଦେଶ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି । ଏହି ଖେଳାଳି ଗୋଟିଏ ଦେଶ ପାଇଁ ଦିନିକିଆ ବିଶ୍ୱକପ ଦଳର ଏକ ଅଂଶ ମଧ୍ୟ ଥିଲେ ।

୩୩ ବର୍ଷୀୟ ଗ୍ୟାରି ବାଲାନ୍ସ (Gary Ballance) ହଠାତ୍ ଅନ୍ତର୍ଜାତୀୟ କ୍ରିକେଟ (International Cricket) ରୁ ଅବସର ଘୋଷଣା କରିଛନ୍ତି । ଗ୍ୟାରି ବାଲାନ୍ସ (Gary Ballance) ଜିମ୍ବାୱେରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ଗ୍ୟାରି ବାଲାନ୍ସ (Gary Ballance) ଇଂଲଣ୍ଡ ପାଇଁ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଇଂଲଣ୍ଡ ପାଇଁ ଖେଳୁଥିବାବେଳେ ଗ୍ୟାରି ବାଲାନ୍ସ (Gary Ballance) ଭାରତ ବିପକ୍ଷରେ ଟେଷ୍ଟ ଓ ODI ମ୍ୟାଚ୍ ଖେଳିଛନ୍ତି । ଏହା ପରେ ଗ୍ୟାରି ବାଲାନ୍ସ (Gary Ballance) ଜିମ୍ବାୱେ ଦଳର ହାତ ଧରିଥିଲେ ।

fallback

୩୩ ବର୍ଷୀୟ ବାମହାତୀ ବ୍ୟାଟ୍ସ ମ୍ୟାନ ଗ୍ୟାରି ବାଲାନ୍ସ (Gary Ballance) ୨୦୧୪ ରୁ ୨୦୧୭ ମଧ୍ୟରେ ଇଂଲଣ୍ଡ ପାଇଁ ୨୩ଟି ଟେଷ୍ଟ ଓ ୧୬ଟି ODI ମ୍ୟାଚ୍ ଖେଳିଛନ୍ତି । ଏହା ପରେ ଗ୍ୟାରି ବାଲାନ୍ସ (Gary Ballance) ଗତ ବର୍ଷ ଡିସେମ୍ବରରେ ଜିମ୍ବାୱେ ପାଇଁ କ୍ରିକେଟ୍ ଖେଳିବା ପାଇଁ ଦୁଇ ବର୍ଷର ଚୁକ୍ତି ସ୍ୱାକ୍ଷର କରିଥିଲେ । ଏହାପୂର୍ବରୁ ତାଙ୍କ କାଉଣ୍ଟି କ୍ରିକେଟ୍ ଦଳ ୟର୍କସାୟାର ମଧ୍ୟ ତାଙ୍କୁ ରିଲିଜ୍ କରିଥିଲା । ଇଂଲଣ୍ଡ ଦଳରୁ ଗ୍ୟାରି ବାଲାନ୍ସ (Gary Ballance) ଙ୍କୁ ସୁଯୋଗ ମିଳିନଥିବାରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଥିଲା । ଗ୍ୟାରି ବାଲାନ୍ସ (Gary Ballance) ପ୍ରଥମେ ଜିମ୍ବାୱେରେ ଘରୋଇ କ୍ରିକେଟ୍ ଖେଳିଥିଲେ । ତା’ପରେ ଗ୍ୟାରି ବାଲାନ୍ସ (Gary Ballance) ଜାତୀୟ ଦଳରେ ମଧ୍ୟ ସ୍ଥାନ ପାଇଥିଲେ । ୧୨ ଜାନୁଆରୀରେ ଜିମ୍ବାୱେ ପାଇଁ ଗ୍ୟାରି ବାଲାନ୍ସ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏହା ମଧ୍ୟ ଗ୍ୟାରି ବାଲାନ୍ସ (Gary Ballance) ଙ୍କ କ୍ୟାରିୟରର ପ୍ରଥମ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା ।

ଅଧିକ ପଢ଼ନ୍ତୁ-ପୁରୁଣା ପେନସନକୁ ନେଇ ଆସିଲା ବଡ଼ ଖବର; ସରକାର କଲେ ଲାଗୁ, ଜାରି ହେଲା ବିଜ୍ଞପ୍ତି

ଅଧିକ ପଢ଼ନ୍ତୁ-ଆଜି ସୂର୍ଯ୍ୟ ପରାଗ; ଏହି ୫ଟି ରାଶି ପାଇଁ ବିପଦ! ରହିଛି କ୍ଷତିର ଯୋଗ

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କୁ ଲାଗିଲା ଡବଲ୍ ଲଟେରୀ, ମହଙ୍ଗା ଭତ୍ତା ବୃଦ୍ଧି ସହିତ ମିଳିଲା ଏହି ଖୁସି ଖବର

ଅଧିକ ପଢ଼ନ୍ତୁ-ପୁରୁଣା ପେନସନକୁ ନେଇ ମୋଦି ସରକାର ଦେଲେ ବଡ଼ ଖୁସି ଖବର, ଖୁସିରେ ନାଚି ଉଠିବେ ଲକ୍ଷ ଲକ୍ଷ କର୍ମଚାରୀ!

ଚଳିତ ବର୍ଷ ଫେବୃଆରୀ ମାସରେ ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଗ୍ୟାରି ବାଲାନ୍ସ (Gary Ballance) ଇତିହାସ ସୃଷ୍ଟି କରିଥିଲେ । ଜିମ୍ବାୱେ ପାଇଁ ପାଞ୍ଚ ନମ୍ବରରେ ବ୍ୟାଟିଂ କରୁଥିବା ବେଳେ ଗ୍ୟାରି ବାଲାନ୍ସ (Gary Ballance) ଅପରାଜିତ ୧୩୭ ରନର ଇନିଂସ ଖେଳିଥିଲେ । ଏହା ସହ ଗ୍ୟାରି ବାଲାନ୍ସ (Gary Ballance) ଅନ୍ତର୍ଜାତୀୟ କ୍ରିକେଟରେ ଦୁଇ ଦେଶ ପାଇଁ ଶତକ ହାସଲ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଗ୍ୟାରି ବାଲାନ୍ସ (Gary Ballance) ଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକାର କେପଲର ଭେସେଲ୍ସ ଏହି କାର୍ଯ୍ୟ କରିସାରିଛନ୍ତି । ଗ୍ୟାରି ବାଲାନ୍ସ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୨୪ ଟେଷ୍ଟ, ୨୧ଟି ODI ଏବଂ ୧ଟି ଟି-20 ମ୍ୟାଚ୍ ଖେଳିଛନ୍ତି ।