Weather Updates News In Odia: ଏପ୍ରିଲ ଓ ମେ ମାସରେ ତତଲା କଡେଇରେ ଭାଜି ହେବା କଥା ହେଲେ ଭାରତରେ ଏମିତି କିଛି ରାଜ୍ୟରେ ବର୍ଷା ଦିନ ପରି ପାଗ ଅନୁଭୂତ ହେଉଛି। ମେ ମାସରେ ଖରା ନୁହେଁ ବରଂ ଆକାଶରୁ ବର୍ଷା ଝରୁଛି। ଯାହା ଫଳରେ ଲୋକମାନେ ଗରମରୁ ଆଶ୍ୱସ୍ତି ପାଉଛନ୍ତି ସତ ହେଲେ ଏହି ଥଣ୍ଡା ପାଗ ଆଗକୁ ଖରାପ ହୋଇପାରେ । କାରଣ କଥାରେ ଅଛି ସବୁ ଋତୁରେ ସବୁ କିଛି ଅନୁଭୂତ ହେବା ପରିବେଶ ପାଇଁ ଅନୂକୁଳ ହୋଇଥାଏ । ଖରା ମାସରେ ଖରା, ବର୍ଷା ମାସରେ ବର୍ଷା ହେବା ଦ୍ୱାରା ପନିପରିବା ଠାରୁ ଆରମ୍ଭ କରି ଶସ୍ୟ ପର୍ଯ୍ୟନ୍ତ ସବୁ କିଛି ଭଲ ଉତ୍ପାଦନ ହୋଇଥାଏ । ହେଲେ ଚଳିତବର୍ଷର ପାଣିପାଗ ବିଭାଗର (Metrologicl Department) ଆକଳନ କିଛି ଅଲଗା କହୁଛି। ମେ ମାସରେ ବର୍ଷା ଦିନ ପରି ପାଗ ହେବା ସହ ଧୁମାଳ ସହ ବର୍ଷା ହେଉଛି। 


COMMERCIAL BREAK
SCROLL TO CONTINUE READING

ମେ ମାସର କେବଳ ଯେ ଜାତୀୟ ରାଜଧାନୀ ତାହା ନୁହେଁ ବରଂ ଓଡ଼ିଶାରେ (Odisha Weather) ମଧ୍ୟ ଗତ ୧୫ ଦିନ ହେଲାଣି ପାଗ ଥଣ୍ଡା ରହିଛି । ତାପମାତ୍ରା କମିଛି ତୁହାକୁ ତୁହା ବର୍ଷା ମଧ୍ୟ ହେଉଛି। ଯେଉଁ କାରଣରୁ ଚାଷ ଉପରେ ପ୍ରଭାବ ମଧ୍ୟ ପଡ଼ିପାରେ । ଅଦିନିଆ ବର୍ଷାରେ ଚାଷରେ ପୋକ ଲାଗିବା ସମ୍ଭାବନା ରହିଛି। ଏମିତି ହେଲେ ଚାଷ ନଷ୍ଟ ହେବାର ଆକଳନ ମଧ୍ୟ କରାଯାଉଛି। ଯାହାଫଳରେ ବଜାରରେ ପ୍ରତିଟି ପରିବା ର ଦାମ ମଧ୍ୟ ଆକାଶ ଛୁଆଁ ହେବାକୁ ଯାଉଛି। ତେବେ ପରିବା ଦାମ ଓ ଶସ୍ୟ ଜାତୀୟ ସାମଗ୍ରୀର ଦାମ ବଢିଲେ ଜନସାଧାରଣ ମହଙ୍ଗା ମାଡ଼ର ଶିକାର ହେବେ। 


ସେପଟେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଆସନ୍ତା କାଲି ଅପରାହ୍ଣ ସୁଦ୍ଧା ରାଜ୍ୟର ଅଧିକାଂଶ ଜିଲ୍ଲାରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଝଡ଼ବର୍ଷାର ଆଶଙ୍କା ରହିଛି।  ଏହାସହ କିଛି କିଛି ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ପାଣିପାଗ ବିଭାଗକ ଆକଳନ ଅନୁସାରେ  ୪ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ (Orange Warning)  ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲା । ସେହିପରି ଗୋଟିଏ ଓ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ସହ ପ୍ରବଳ ପବନ ବହିବା ଆଶଙ୍କା କରିଛି ପାଣିପାଗ କେନ୍ଦ୍ର।


ଅନ୍ୟପଟେ ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ମଧ୍ୟ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଅନୁଗୋଳ, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।


Also Read: Sambalpur: କଥା ଦେଇ କଥା ରଖିଲେ ନାହିଁ ଉପଜିଲ୍ଲାପାଳ, ଜାଣନ୍ତୁ ପୁରା ଘଟଣାକ୍ରମ


Also Read: Koraput News: କୋରାପୁଟର ଆଉ ଏକ ଗାଁ ଉପରେ ଆନ୍ଧ୍ରର ଆଖି ,ବାଣ୍ଟୁଛି ଲିପଲେଟ୍ ଯୋଗାଉଛି ସରକାରୀ ସୁବିଧା