Koraput News: କୋରାପୁଟର ଆଉ ଏକ ଗାଁ ଉପରେ ଆନ୍ଧ୍ରର ଆଖି ,ବାଣ୍ଟୁଛି ଲିପଲେଟ୍ ଯୋଗାଉଛି ସରକାରୀ ସୁବିଧା
Advertisement

Koraput News: କୋରାପୁଟର ଆଉ ଏକ ଗାଁ ଉପରେ ଆନ୍ଧ୍ରର ଆଖି ,ବାଣ୍ଟୁଛି ଲିପଲେଟ୍ ଯୋଗାଉଛି ସରକାରୀ ସୁବିଧା

Koraput News In Odia: କୋଟିଆ(Kotia) ଉପରେ ସମସ୍ତଙ୍କ ନଜର। ହେଲେ ଓଡ଼ିଶା ସୀମାନ୍ତ ଗାଁ ପ୍ରତି କାହାରି ନଜର ନାହିଁ। କୋଟିଆରେ ପ୍ରବେଶ କରି ଆନ୍ଧ୍ର (Andhra Pradesh) ପକ୍ଷରୁ ଯେପରି ଘର ଘରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ(Andhra Pradesh Cm YS Jagan Mohan Reddy) ଷ୍ଟିକର ଲଗା ଯାଇଛି । ଠିକ୍ ସେହିପରି କୋରାପୁଟର ସୀମାନ୍ତ ଗାଁରେ ପ୍ରବେଶ କରି ଏହି ଭଳି ଷ୍ଟିକର ମାରିବା ସହ ପ୍ରତ୍ୟକ ଘର ଲୋକଙ୍କୁ ଷ୍ଟିକର ଓ ଲିପଲେଟ୍(Liplet ) ପ୍ରଦାନ କରିବା ସହ ଆନ୍ଧ୍ର ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି।

Koraput News: କୋରାପୁଟର ଆଉ ଏକ ଗାଁ ଉପରେ ଆନ୍ଧ୍ରର ଆଖି ,ବାଣ୍ଟୁଛି ଲିପଲେଟ୍ ଯୋଗାଉଛି ସରକାରୀ ସୁବିଧା

 (କୋରାପୁଟ, ନିରୋଜ ଶତପଥି) Koraput News In Odia : କୋଟିଆ(Kotia) ଉପରେ ସମସ୍ତଙ୍କ ନଜର। ହେଲେ ଓଡ଼ିଶା ସୀମାନ୍ତ ଗାଁ ପ୍ରତି କାହାରି ନଜର ନାହିଁ। କୋଟିଆରେ ପ୍ରବେଶ କରି ଆନ୍ଧ୍ର (Andhra Pradesh) ପକ୍ଷରୁ ଯେପରି ଘର ଘରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ(Andhra Pradesh Cm YS Jagan Mohan Reddy) ଷ୍ଟିକର ଲଗା ଯାଇଛି । ଠିକ୍ ସେହିପରି କୋରାପୁଟର ସୀମାନ୍ତ ଗାଁରେ ପ୍ରବେଶ କରି ଏହି ଭଳି ଷ୍ଟିକର ମାରିବା ସହ ପ୍ରତ୍ୟକ ଘର ଲୋକଙ୍କୁ ଷ୍ଟିକର ଓ ଲିପଲେଟ୍(Liplet ) ପ୍ରଦାନ କରିବା ସହ ଆନ୍ଧ୍ର ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା(Koraput District) ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ବ୍ୟତୀତ ପେଟୁରୁ ପଞ୍ଚାୟତର ଉପାଗୁଡ଼ା ସୀମାନ୍ତ ଗାଁରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। 

ଏହି ଗାଁରେ ଆନ୍ଧ୍ର ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆ ଯାଉଛି। ଏହା ଅଣ ବିବାଦୀୟ ଅଞ୍ଚଳ ହୋଇଥିଲେ ବି ଆନ୍ଧ୍ର ଅବାଧରେ ଓଡ଼ିଶାର ଗାଁ ଭିତରକୁ ପ୍ରବେଶ କରି ରାସ୍ତା, ପାନୀୟ ଜଳ, ଆବାସ ଗୃହ, ବିଦ୍ୟୁତ୍ ଆଦି ଯୋଗାଇ ଦେଇଛି। ଏହା ବ୍ୟତୀତ ଏହି ଗାଁର ୯୦ ପ୍ରତିଶତ ପିଲା ଆନ୍ଧ୍ର ରେ ପାଠ ପଢ଼ୁଛନ୍ତି। ଏପରି ସ୍ଥଳେ, ଆନ୍ଧ୍ର ପୁଣି ଥରେ ଏହି ଗାଁରେ ପ୍ରବେଶ କରି ଘରେ ଘରେ ଲଗାଇଛି ଆନ୍ଧ୍ର ମଖ୍ୟମନ୍ତ୍ରୀଙ୍କ ଷ୍ଟିକର ଓ ପୋଷ୍ଟାର। ଗାଁ ଲୋକଙ୍କୁ ଷ୍ଟିକର ସମେତ ଲିଫ ଲେଟ ବାଣ୍ଟିବା ସହିତ ଆନ୍ଧ୍ର ସରକାରଙ୍କ ଯୋଜନା ସମ୍ପର୍କରେ ବୁଝାଉଛନ୍ତି। ଏହା ବ୍ୟତୀତ ଯେଉଁମାନେ ଯୋଜନାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ନାମ ଲେଖି ନେଉଥିବା ଗାଁଲୋକେ କହିଛନ୍ତି। ଷ୍ଟିକର ମାରିବା ବ୍ୟତୀତ ଗାଁ ନିକଟରେ ମନରେଗା ଯୋଜନାରେ ଲ୍ୟାଣ୍ଡ ଡେଭଲପମେଣ୍ଟ କାମ ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ଓଡ଼ିଶା ପକ୍ଷରୁ ମନରେଗା ଯୋଜନାରେ କାମ ମିଳୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି।

Also Read:  Bhubaneswar News: ରାଜଧାନୀରେ କୁକୁର ରଖିଥିଲେ ସାବଧାନ! ଗଣିପାରନ୍ତି ମୋଟା ଅଙ୍କର ଜରିମାନା

Also Read: Budh Shukra Yuti 2023: ମିଥୁନ ରାଶିରେ ଲକ୍ଷ୍ମୀ ନାରାୟଣ ଯୋଗ, ଏହି ୩ ରାଶି ଉପରେ ହେବ ଟଙ୍କାର ବର୍ଷା!

ଏହି ଗାଁ ର ଲୋକଙ୍କ ପାଖରେ କୋଟିଆ ଭଳି ଦୁଇ ରାଜ୍ୟର ଆଧାର କାର୍ଡ ରହିଛି। କହିବାକୁ ଗଲେ କେବଳ ବିବାଦୀୟ କୋଟିଆ ନୁହେଁ, ଅଣ ବିବାଦୀୟ ଅଞ୍ଚଳକୁ ମଧ୍ୟ ଆନ୍ଧ୍ର ନିଜ କବଜ୍ଜାକୁ ନେବାରେ ଲାଗିଛି । ଏବଂ ସେହି ଗାଁ ଲୋକଙ୍କୁ ନିଜ ଯୋଜନାର ଫାଇଦା ମଧ୍ୟ ଦେବାରେ ଲାଗିଛି ।  ଆନ୍ଧ୍ରର ଏହିଭଳି କାର୍ଯ୍ୟ ଧାରାକୁ ଏ ଯାଏଁ ନା ବ୍ଲକ ପ୍ରଶାସନ ନା ଜିଲ୍ଲା ପ୍ରଶାସନ ପକ୍ଷରୁ ବିରୋଧ କରାଯାଇଛି। କିଛି ପଦକ୍ଷେପ ବି ଗ୍ରହଣ କରାଯାଇ ନାହିଁ।
ଏହିଭଳି ସ୍ଥିତିରେ ଆନ୍ଧ୍ର ସୀମାନ୍ତ ଅଞ୍ଚଳ ପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ କେତେ ତତ୍ପର ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି।

Also Read: Metro Service in Bhubaneswar: ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ: ଆଉ ପାଦେ ଆଗେଇଲା...

Also Read: Watermelon Side Effects: ଏମାନଙ୍କ ପାଇଁ ଲାଭ ବଦଳରେ ଶରୀରରକୁ ଅଧିକ କ୍ଷତି ପହଞ୍ଚାଇ ଥାଏ ତରଭୁଜ

Also Read: Mobile Calling New Rule: ବଦଳିଯିବ କଲିଂ ଓ SMSର ନିୟମ, ହେବ ଏହି ବଡ଼ ପରିବର୍ତ୍ତନ; ବନ୍ଦ ହୋଇଯିବ ୧୦ ଅଙ୍କ ବିଶିଷ୍ଟ ଏସବୁ ମୋବାଇଲ୍ ନମ୍ବର