ଭୁବନେଶ୍ୱର: ଖସୁଛି ପାରଦ, ବଢୁଛି ଶୀତ। ଆସନ୍ତାକାଲି ଅର୍ଥାତ ଜାନୁଆରୀ ୩ ତାରିଖରୁ ଫେରିବ ଶୀତ ଲହରି। ରାଜ୍ୟରେ ଏବେ ସ୍ବାଭାବିକ ଶୀତ ପରିଲକ୍ଷିତ ହେଉଥିବା ବେଳେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 


COMMERCIAL BREAK
SCROLL TO CONTINUE READING

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ହାଲୁକା କୁହୁଡି ଦେଖାଦେବାର ସମ୍ଭାବନା ରହିଛି। ରବିବାର ସକାଳ ୮ଟା ୩୦ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ। ଏହାସହ ଆସନ୍ତା ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ କେନ୍ଦ୍ର ଆକଳନ କରିଛି।


Also Read: ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ରବିବାର? ଏହି ସବୁ ରାଶିରେ ଅଛି ବିପଦ


ତେବେ ଆସନ୍ତା ୩ ତାରିଖରୁ ପୁଣି ଶୀତ ଲହରି ଫେରିବ। କୋଲ୍ଡ ୱେଭ୍ ନେଇ ପଶ୍ଚିମ ଓଡିଶାରେ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।