ସରୋଜ ବେହେରା, ଭୁବନେଶ୍ୱର:  ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ରେଡ ଜୋନରୁ ବାହାରି ୟେଲ୍ଲୋ ଓ ଗ୍ରୀନ ଜୋନରେ ପହଞ୍ଚିଛି । ଏଭଳି ଏକ ଆଶ୍ବସ୍ତିଜନକ ସ୍ଥିତି ରାଜ୍ୟରେ ଆସିବା ସମୟରେ କିନ୍ତୁ  କୋରୋନାର ତୃତୀୟ ଲହର ନେଇ ସଚେତନ କରାଇଛି ଏକ୍ସପର୍ଟ କମିଟି । ତୃତୀୟ ଲହର ଆସିଲେ  ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି । ଏଭଳି ପରିସ୍ଥିତିରେ ଟିକାକରଣକୁ ଜୋରଦାର କରି ତୃତୀୟ ଲହରକୁ ମୁକାବିଲା କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଆସନ୍ତା ଅଗଷ୍ଟ ମାସରେ କୋଭିଡ କଟକଣା ଉଠିବା ସମ୍ଭାବନା ରହିଛି । ଏପଟେ ଆସନ୍ତା ନଭେମ୍ବର ଯାଏ କଟକଣା ରଖିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ସେପଟେ ତୃତୀୟ ଲହର ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।  


COMMERCIAL BREAK
SCROLL TO CONTINUE READING

କୋରୋନାର ଦ୍ୱିତୀୟ ଲହର (Corona Second Wave) ରେ ରାଜ୍ୟରେ କୋରୋନା କଟକଣାକୁ ବିତିଛି ଦୁଇ ମାସ । ପ୍ରଥମ ଥର ପାଇଁ ରାଜ୍ୟରେ ଟେଷ୍ଟ ପଜିଟିଭିଟି ରେଟ ୪ ପ୍ରତିଶତକୁ ହ୍ରାସ ପାଇବା ସହ ରେଡ ଜୋନ ମୁକ୍ତ ହୋଇଛି ରାଜ୍ୟ ।  କେବଳ ନୟାଗଡ, ଖୋର୍ଦ୍ଧା, ଯାଜପୁରରେ କୋରୋନା ସଂକ୍ରମଣ ୭ ପ୍ରତିଶତ ଥିବାବେଳେ ଅନ୍ୟ ଜିଲ୍ଲାରେ ସଂକ୍ରମଣ ୫ ପ୍ରତିଶତ ତଳକୁ ଖସିଛି । ସେପଟେ ଏଭଳି ଏକ ଆଶ୍ବସ୍ତିକର ଖବର ଆସିଥିବା ବେଳେ ତୃତୀୟ ଲହର ପରାମର୍ଶ ରଖିଛନ୍ତି କେନ୍ଦ୍ର ସରକାରଙ୍କ କୋଭିଡ 19 ପରାମର୍ଶଦାତା କମିଟି । ଏପରେ ରାଜ୍ୟରେ କୋଭିଡ କଟକଣା (Covid Guideline) କୁ ନଭେମ୍ବର ଯାଏ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।ଏହା ସହିତ ଟିକାକରଣକୁ ଜୋରଦାର କରିବାକୁ ପରାମର୍ଶ ଦେଇଛି କମିଟି ।   


Also Read: ରେସଲର ସୁଶୀଲ କୁମାରଙ୍କୁ ଜେଲରେ ଦରକାର TV, ପ୍ରଶାସନକୁ ଦେଲେ ଆପ୍ଲିକେସନ


ରାଜ୍ୟରେ ତୃତୀୟ ଲହର (Corona Third Wave) ଆଶଙ୍କାକୁ ନେଇ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛି ସ୍ବାସ୍ଥ୍ୟ ବିଭାଗ ।  ଗତ ମାସ ୧୭ ତାରିଖରୁ ରାଜ୍ୟ ସରକାର SOP ଜାରି କରି ସମସ୍ତ ଜିଲ୍ଲାପାଳ, ମେଡିକାଲ କଲେଜ, ମ୍ଯୁନିସିପାଲିଟିକୁ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ କହିସାରିଛନ୍ତି । ତୃତୀୟ ଲହରରେ ଶିଶୁ ମାନେ ବେଶୀ ଆକ୍ରାନ୍ତ ହେବା ସମ୍ଭାବନା ଥିବାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଅତି କମରେ ୧୦ଟି ବେଡ ଆଇସିୟୁ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ସମସ୍ତ ମେଡିକାଲ କଲେଜରେ ୬୪ଟି  NICU, SNCU, PICU ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।


Also Read: Twitter India ଓ କମ୍ପାନୀର MD ବିରୋଧରେ ପଞ୍ଜୀକୃତ ହେଲା FIR, ଏହା ରହିଛି ଅଭିଯୋଗ


କେବଳ ଏତିକି ନୁହେଁ ଟିକାକରଣ (Corona Vaccination)କାର୍ଯ୍ୟକ୍ରମରେ ପ୍ରଥମ ଡୋଜ ଟିକାକରଣ ସଂଖ୍ୟା ଏକ କୋଟି ପାର ହୋଇଛି । ଟିକା ଅଭାବ ଯୋଗୁଁ ଟିକାକରଣ ପ୍ରାୟ ୩ ଦିନ ବନ୍ଦ ରହିଥିବାବେଳେ କେନ୍ଦ୍ର ସରକାର ପୁଣି ଯୋଗାଇ ଦେଇଛନ୍ତି ୯ ଲକ୍ଷ ଡୋଜ । ଏବେ ତୃତୀୟ ଲହର ଆସିବା ପୂର୍ବରୁ ସମସ୍ତ ଲୋକଙ୍କୁ ଉଭୟ ଡୋଜ ଭ୍ୟାକସିନ ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।