ହିନ୍ଦୁ ଦେବୀଙ୍କୁ ଅପମାନିତ କରିବା ଅଭିଯୋଗରେ ଓକିଲ ଆଦିତ୍ୟ ସିନ୍ଦ ଦେଶୱାଲ ଟ୍ୱିଟର ଇଣ୍ଡିଆ, ଏହାର MD ମନୀଷ ମହେଶ୍ୱରୀ ଓ ଇଥିଷ୍ଟ ରିପବ୍ଲିକ ନାମକ NGO ବିରୋଧରେ ଦିଲ୍ଲୀ ପୋଲିସର ସାଇବର ସେଲରେ FIR ଦାଖଲ କରିଛନ୍ତି ।
Trending Photos
ନୂଆଦିଲ୍ଲୀ: ନୂତନ ଆଇଟି ନିୟମକୁ (New IT rules) ନେଇ ଭାରତ ସରକାରଙ୍କ ସହ ପଙ୍ଗା ନେଇଥିବା ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରର (Twitter) ସମସ୍ୟା ହ୍ରାସ ପାଉନାହିଁ । ବର୍ତ୍ତମାନ ଟ୍ୱିଟର ଇଣ୍ଡିଆ (Twitter India) ଏହାର ପ୍ଲାଟଫର୍ମ ମାଧ୍ୟମରେ ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ହୋଇଛି ଓ ଦିଲ୍ଲୀରେ କମ୍ପାନୀ ବିରୋଧରେ ଅଭିଯୋଗ ଆସିଛି । ଓକିଲ ଆଦିତ୍ୟ ସିନ୍ଦ ଦେଶୱାଲ ହିନ୍ଦୁ ଦେବୀଙ୍କୁ ଅପମାନିତ କରିବା ଅଭିଯୋଗରେ ଦିଲ୍ଲୀ ପୋଲିସର ସାଇବର ସେଲରେ ଟ୍ୱିଟର ଇଣ୍ଡିଆ, ଏହାର ଏମଡି ମନୀଷ ମହେଶ୍ୱରୀ (Manish Maheshwari) ଓ ଇଥିଷ୍ଟ ରିପବ୍ଲିକ ନାମକ ଏନଜିଓ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି । FIR ରେ କୁହାଯାଇଛି ଯେ ଏନଜିଓ ଇଥିଷ୍ଟ ରିପବ୍ଲିକ୍ (Atheist Republic) ମା' କାଳୀଙ୍କ ଏକ ଆପତ୍ତିଜନକ ଫଟୋ ପୋଷ୍ଟ କରିଛି ଓ ଏ ସମ୍ପର୍କରେ ଟ୍ୱିଟର ଇଣ୍ଡିଆ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ଏଫଆଇଆରରେ କୁହାଯାଇଛି ଯେ ଏହି ବିଷୟବସ୍ତୁ କେବଳ ଅପମାନଜନକ ନୁହେଁ, ବରଂ ସମାଜରେ ଶତ୍ରୁତା ଓ ଅସଦାଚରଣ ମଧ୍ୟ ସୃଷ୍ଟି କରିଥାଏ । ଏହା ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଛି । ଏହି ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗରେ ଏହା କୁହାଯାଇଛି
ଅଭିଯୋଗରେ ଦର୍ଶାଯାଇଛି ଯେ ଟ୍ୱିଟର ଓ ଇଥିଷ୍ଟ ରିପବ୍ଲିକର ପ୍ରତିଷ୍ଠାତା ଅରମିନ ନବାବୀ ଜୁଲାଇ ୨୦୧୧ ଠାରୁ ହିନ୍ଦୁ ଦେବତାମାନଙ୍କର ଆପତ୍ତିଜନକ ବିଷୟବସ୍ତୁ ଦେଖାଉଛନ୍ତି, ଯାହା ବ୍ଲାସଫେମି (Blesphemy) ଅଧୀନରେ ରହିଛି । ଇଥିଷ୍ଟ ରିପବ୍ଲିକର ପ୍ରୋଫାଇଲ୍ ହିନ୍ଦୁ ଧର୍ମ ଓ ଅନ୍ୟ ଧର୍ମ ବିଷୟରେ ଏପରି ନିନ୍ଦନୀୟ ବିଷୟବସ୍ତୁରେ ପରିପୂର୍ଣ୍ଣ । କିନ୍ତୁ ଏହିପରି ବିଷୟବସ୍ତୁ ହଟାଇବା ପାଇଁ ଟ୍ୱିଟର କୌଣସି ପଦକ୍ଷେପ ନେଇନାହିଁ । ତେଣୁ ଟ୍ୱିଟର ସ୍ପଷ୍ଟ ଭାବରେ ଭାରତୀୟ ନିୟମକୁ ଉଲ୍ଲଂଘନ କରୁଛି ଓ ଏହାର ସହଯୋଗୀ ଭାବରେ କାର୍ଯ୍ୟ କରୁଛି । ଏହି ଏଫଆଇଆରରେ ଏହା ମଧ୍ୟ କୁହାଯାଇଛି ଯେ ଟ୍ୱିଟର କ୍ରମାଗତ ଭାବରେ ହିନ୍ଦୁମାନଙ୍କ ବିରୋଧରେ ଘୃଣାର ବକ୍ତବ୍ୟ ପ୍ରଚାର କରୁଛି ଓ ଏହିପରି ବିଷୟବସ୍ତୁକୁ ଦମନ ନକରି ଆଇପିସିର ଅନେକ ବିଭାଗକୁ ଉଲ୍ଲଂଘନ କରୁଛି ।
ଅଧିକ ପଢ଼ନ୍ତୁ: ଅମିତାଭ ବଚ୍ଚନଙ୍କ ବଙ୍ଗଳା 'ପ୍ରତୀକ୍ଷା'କୁ ଭାଙ୍ଗିବାକୁ ଯାଉଛି BMC, ଜାଣନ୍ତୁ କାରଣ
ପୂର୍ବରୁ ଚାଇଲ୍ଡ ପର୍ଣ୍ଣଗ୍ରାଫିକୁ ନେଇ ହୋଇଥିଲା ଅଭିଯୋଗ
ସୋସିଆଲ ମିଡିଆ ପ୍ଲାଟଫର୍ମର ଅସୁବିଧା ଦିନକୁ ଦିନ ବଢିବାରେ ଲାଗିଛି । ଧାର୍ମିକ ଭାବନାକୁ ଆଘାତ କରିବାର ଏହି ମାମଲା ପୂର୍ବରୁ ଚାଇଲ୍ଡ ପର୍ଣ୍ଣଗ୍ରାଫିକୁ ନେଇ ଦିଲ୍ଲୀରେ ଟ୍ୱିଟର ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ବର୍ତ୍ତମାନ ଏହି ନୂତନ ମାମଲା POCSO ଆକ୍ଟ ଓ ଆଇଟି ଆକ୍ଟ ଅନୁଯାୟୀ ପଞ୍ଜିକୃତ ହୋଇଛି । ଦିଲ୍ଲୀ ପୋଲିସର (Delhi Police) ସାଇବର ସେଲ୍ ଜାତୀୟ ଅଧିକାର ସୁରକ୍ଷା କମିଶନ ଅର୍ଥାତ୍ ଏନସିପିସିଆର ଅଭିଯୋଗ ପରେ ଏକ ମାମଲା ରୁଜୁ କରିଛନ୍ତି । NCPCR ଏହାର ଅଭିଯୋଗରେ କହିଛି ଯେ ପିଲାମାନଙ୍କ ସହ ଜଡିତ ଅଶ୍ଳୀଳ ବିଷୟବସ୍ତୁ ଟ୍ୱିଟରରେ କ୍ରମାଗତ ଭାବରେ ପୋଷ୍ଟ କରାଯାଉଛି ।