କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ?
ନିର୍ଦ୍ଧିଷ୍ଟ ଭାବେ କେବେ ପ୍ରକାଶ ପାଇବ ପରୀକ୍ଷା ଫଳାଫଳ ଏବେ ତାହାକୁ ଅପେକ୍ଷା।
ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ନେଇ ତାରିଖ ଦୋହରାଇଲେ ମନ୍ତ୍ରୀ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚଏସଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ଦ୍ବାଦଶ ବାର୍ଷିକ ପରୀକ୍ଷା ଫଳ ପ୍ରକାଶନର ନିର୍ଦ୍ଧିଷ୍ଟ ତାରିଖ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ପରିଷଦ ପକ୍ଷରୁ ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ କରିବା ନେଇ ଘୋଷଣା ହୋଇଥିବା ବେଳେ ପରେ ଜୁଲାଇ ଶେଷ ସୁଦ୍ଧା ଫଳ ପ୍ରକାଶ କରିବାକୁ ସବୁ ରାଜ୍ୟକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହାକୁ ଦୃଷ୍ଟିରେ ରଖି ଜୁଲାଇ ଶେଷ ସୁଦ୍ଧା ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (Odisha Council of Higher Secondary Education) ସିଏଚଏସଇ (CHSE) ପକ୍ଷରୁ ଯୁକ୍ତ ଦୁଇ ଫଳ ବାହାର କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ନଚେତ ଦିନେ କିମ୍ବା ୨ ଦିନ ବିଳମ୍ବ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି। ଏବେ ଅପେକ୍ଷା ନିର୍ଦ୍ଧିଷ୍ଟ ଭାବେ କେବେ ଫଳାଫଳ ପ୍ରକାଶ ପାଉଛି।