ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର:  ବର୍ଷା ପରେ ରାଜ୍ୟକୁ ଫେରିଲା ଶୀତ । ଯାହାଫଳରେ ପାଣିପାଗ ବିଭାଗର ରାଜ୍ୟକୁ ତିନି ଦିନ କୁହୁଡି ଜନିତ ୱାର୍ଣ୍ଣିଂ କରିଛି। ରାଜ୍ୟରେ ଆସନ୍ତା ୨୦ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ କୁହୁଡି ଜନିତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୯ ଜିଲ୍ଲା ସୁନ୍ଦରଗଡ, କେଉଁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରକୁ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।


COMMERCIAL BREAK
SCROLL TO CONTINUE READING

ସେହିପରି ଆସନ୍ତାକାଲି ୯ ଟି ଜିଲ୍ଲା ଓ ୧୯ ତାରିଖରେ ୧୩ ଟି ଜିଲ୍ଲାକୁ ୟେଲୋ ଆଲର୍ଟ (Yellow Alert)  ଜାରି କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ମଧ୍ୟରାତିରୁ ସକାଳ ପର୍ଯ୍ୟନ୍ତ ସତର୍କ ରହିବା ସହ ଯାତାୟତରେ ସମସ୍ୟା ଦେଖାଦେଇପାରେ । ଏହାସହ ଆସନ୍ତା ୨ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ସହ ଶୀତ ବଢିବାର ସମ୍ଭାବନା ରହିଛି ।  


Also Read: ଶରୀରର ଏହି ସ୍ଥାନରେ ଥିବା କଳାଜାଇ କରିବ ଆପଣଙ୍କୁ ଧନବାନ


ଘନ କୁହୁଡି ସହ ପ୍ରଚୁର ଜଳୀୟବାଷ୍ପର ଉପସ୍ଥିତି, ବାୟୁମଣ୍ଡଳର ସ୍ଥିରତା ଏବଂ ନିର୍ମଳ ଆକାଶ ଯୋଗୁ ଘନ କୁହୁଡି (Severe Fog) ସହ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ ରହିବା ସମ୍ଭାବନା ଥିବାରୁ ମଧ୍ୟରାତିରୁ ସକାଳ ଯାଏଁ ଯାତାୟାତ ର ସମସ୍ୟା ଉପୁଜିବାର ସମ୍ଭାବନା ରହିଛି ।