ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରୁଛି ଜାଡ। ଆସନ୍ତା ୪୮ ଘଣ୍ଟା ପରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ। ବିଭିନ୍ନ ଅଞ୍ଚଳରେ ଘନକୁହୁଡ଼ି ଅନୁଭୁତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବନୁମାନ କରିଛି।


COMMERCIAL BREAK
SCROLL TO CONTINUE READING

ଗୁରୁଚାପ ପ୍ରଭାବରେ ରାଜ୍ୟରେ ଘନକୁହୁଡ଼ି (danse fog)ଦେଖାଦେବ। ୪୮ ଘଣ୍ଟା ପରେ ରାତିର ତାପମାତ୍ରା (temprature) ୩ରୁ ୫ ଡିଗ୍ରୀ କମିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଆଗାମୀ ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି। ବୌଦ୍ଧ, ଅନୁଗୁଳ, ଭଦ୍ରକ, ଜଗତସିଂହପୁର, କଟକ (Cuttack) , କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି।


Also Read; ଫେରିଛି ଶୀତ ଲହରି, ୬ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ


ଘନକୁହୁଡି ଯୋଗୁଁ ଦୁର୍ଘଟଣା (Road Accident) ଘଟିବାର ସମ୍ଭାବନା ରହିଛି। ଯେଉଁଥି ପାଇଁ ଡ୍ରାଇଭରଙ୍କୁ ଧୀରେ ଗାଡି ଚଳାଇବାକୁ କୁହାଯାଇଛି। ଘରେ ଥିବା ବୃଦ୍ଧଙ୍କୁ ବାହାରକୁ ନ ବାହାରିବା ଓ ପରିବାର ଲୋକ ସେମାନଙ୍କ ଯନ୍ନ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଏବେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରହିଛି। କିନ୍ତୁ ଆଗାମୀ ଦିନରେ ୬ ଡିଗ୍ରୀ ପର୍ଯ୍ୟନ୍ତ ପାରା ଖସି ପାରେ ବୋଲି ଆଶଙ୍କା କରାଯାଉଛି।