ଭୁବନେଶ୍ୱର: ଆଞ୍ଚଳିକ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ଛାପ ଛାଡ଼ିଥିବା ଗଣମାଧ୍ୟମ ସଂସ୍ଥା ଜୀ ଓଡ଼ିଶା (Zee Odisha) କୁ News Television ପୁରସ୍କାର। କୋରୋନା (Corona) କାଳରେ ଅନୁଷ୍ଠିତ ଏକ ଉତ୍ସବରେ ଜୀ ଓଡ଼ିଶା (Zee Odisha) କୁ ଏହି ପୁରସ୍କାର ମିଳିଛି । ଓଡ଼ିଆରେ ବେଷ୍ଟ ଶୋ' ପ୍ୟାକେଜିଂ ବର୍ଗରେ ଜୀ ଓଡ଼ିଶା (Zee Odisha) କୁ ଏହି ପୁରସ୍କାର ମିଳିଛି । 


COMMERCIAL BREAK
SCROLL TO CONTINUE READING


ଅଧିକ ପଢନ୍ତୁ: ଉପନିର୍ବାଚନ ଏବେ ପିପିଲି ଉପରେ ନଜର: ରୁଦ୍ର ନା ପ୍ରତିଭା, ଏବେ କାହା ପାଳି


ସେହିପରି ଜୀ ରାଜସ୍ଥାନ (Zee Rajsthan) କୁ ମଧ୍ୟ ବେଷ୍ଟ ଚ୍ୟାନେଲ ପ୍ୟାକେଜିଂ ହିନ୍ଦୀ ବର୍ଗରେ ଏହି ପୁରସ୍କାର ମିଳିଛି । ଜୀ ୨୪ ଘଣ୍ଟା (Zee 24 Ghanta) କୁ ୩ଟି ପୁରସ୍କାର ମିଳିଛି । ବେଷ୍ଟ ପ୍ରାଇମ ଟାଇମ ଶୋ'(ଏଡ଼ିଟ ପେଜ), ବେଷ୍ଟ ସେଟ ଡିଜାଇନ(ପୁଜୋର ଆଡ୍ଡା) ଓ ବେଷ୍ଟ ଶୋ' ପ୍ୟାକେଜିଂ(ଏଡ଼ିଟ ପେଜ) ପାଇଁ ଜୀ ୨୪ ଘଣ୍ଟାକୁ ପୁରସ୍କାର ମିଳିଛି ।  


 



 


ଜାତୀୟ ଗଣମାଧ୍ୟମ (National Media) ଜଗତରେ ଦୀର୍ଘ ୨୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରତିଷ୍ଠା ଅର୍ଜନ କରିଆସିଛି ଜୀ ମିଡ଼ିଆ (Zee Media) । ସମାଜ ପ୍ରତି ଥିବା ଦାୟିତ୍ୱକୁ ଏହି ଗଣମାଧ୍ୟମ ତୁଲାଇ ଆସିଛି । କୋରୋନା ସଂକଟ ମଧ୍ୟରେ ସହଯୋଗ ହେଉ କିମ୍ୱା କୌଣସି ଅସହାୟକୁ ସହାୟତା ସବୁରି କ୍ଷେତ୍ରରେ ଆଗଭର ହୋଇ ଛିଡ଼ା ହୋଇଛି ଏହି ଅନୁଷ୍ଠାନ । ୨୬ ବର୍ଷର ଏହି ଅନୁଷ୍ଠାନ ସନ୍ତୁଳିତ ଖବର ପ୍ରସାରଣ କରିବାରେ ଅଗ୍ରଣୀ ଭୂମିକା ତୁଲାଇ ଆସିଛି । ଅପହଞ୍ଚ ସ୍ଥାନରେ ପହଞ୍ଚି ଅସହାୟ ଲୋକଙ୍କ ସହିତ ଛିଡ଼ା ହୋଇଛି ଅନୁଷ୍ଠାନ । ସେଇଥିପାଇଁ ଜୀ ଓଡ଼ିଶାକୁ ଲୋକଙ୍କ ଭଲପାଇବା ଆଜି ମଧ୍ୟ ମିଳି ଆସିଛି । 



ଅଧିକ ପଢନ୍ତୁ: ସ୍କୁଲ ଖୋଲିବାକୁ ନେଇ ଜାରିରହିଛି ଛକାପଞ୍ଝା


ଜୀ ଓଡ଼ିଶା ହେଉଛି ଜୀ ମିଡ଼ିଆର ଏକ ଅଂଶ । ହିନ୍ଦୀ ଓ ଓଡ଼ିଆ ବ୍ୟତୀତ ପଞ୍ଜାବ, ଗୁଜୁରାଟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜୁରାଟରୁ ମଧ୍ୟ ପ୍ରସାରଣ କରାଯାଉଛି । ନିକଟରେ ଏହି ଅନୁଷ୍ଠାନ ପକ୍ଷରୁ କୋରୋନା କାଳରେ ରାଜ୍ୟ ସରକାରଙ୍କୁ ପିପିଇ କିଟ, ଆମ୍ବୁଲାନସ ଆଦି ଯୋଗାଇ ଦିଆଯାଇଥିଲା ।