ଆସନ୍ତା ବର୍ଷ ଆରମ୍ଭରୁ ଏହି ଉପନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଏଥିରେ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ନିର୍ବାଚନକୁ ଓହ୍ଲାଇବା ନେଇ ଯଥେଷ୍ଟ ସମ୍ଭାବନା ରହିଛି ।
Trending Photos
ଭୁବନେଶ୍ୱର: ରାଜ୍ୟରେ ଗତ ୩ ତାରିଖରେ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ (Assembly ByPoll) ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସଦର (Balasore) ଓ ତିର୍ତ୍ତୋଲ (Tirtol) ଆସନରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତିର୍ତ୍ତୋଲର ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଚରଣ ଦାସ (Late Bishnu Charan Das) ଓ ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତ (Late Madan Mohan Dutta) ଙ୍କ ପରଲୋକ ପରେ ଏହି ଦୁଇ ଆସନ ଖାଲି ପଡ଼ିଥିଲା । ଫଳରେ ଏହି ଦୁଇ ଆସନରେ ନିକଟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ଅଧିକ ପଢନ୍ତୁ: ଏୟାରଷ୍ଟ୍ରାଇକରେ ଟଳିପଡିଲେ ୨୯ ଆତଙ୍କବାଦୀ
ଉଭୟ ବାଲେଶ୍ୱର (Balasore) ଓ ତିର୍ତ୍ତୋଲ (Tirtol) ରେ ସ୍ବର୍ଗତ ବିଧାୟକ (MLA) ଙ୍କ ପୁଅ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ସମାନ ଘଟଣା ପିପିଲି ବିଧାନସଭା (Pipili Assembly Seat) ନିର୍ବାଚନ ଆସନରେ ଦେଖିବାକୁ ମିଳିପାରେ । କାରଣ ଗତ କିଛି ଦିନ ତଳେ ପିପିଲିର ବିଧାୟକ ପ୍ରଦୀପ ମହାରଥୀଙ୍କର କୋରୋନାରେ ଦେହାନ୍ତ ହୋଇଯାଇଛି। ମହାରଥୀଙ୍କ ବିୟୋଗ ପରେ ପିପିଲି ଆସନ ଏବେ ବିଧାୟକ ଶୂନ୍ୟ ହୋଇପଡ଼ିଛି । ମହାରଥୀଙ୍କର ମୃତ୍ୟୁ ପରେ ତାଙ୍କ ପୁଅ ରୁଦ୍ରପ୍ରତାପ ଓ ତାଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ନେଇ ଏବେ ପିପିଲି ଅଞ୍ଚଳରେ ଚର୍ଚ୍ଚା ବେଶ ଜୋର ଧରିଛି।
ଅଧିକ ପଢନ୍ତୁ: ସ୍କୁଲ ଖୋଲିବାକୁ ନେଇ ଜାରିରହିଛି ଛକାପଞ୍ଝା
କୁହାଯାଉଛି ଯେ ଆସନ୍ତା ବର୍ଷ ଆରମ୍ଭରୁ ଏହି ଉପନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଏଥିରେ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ନିର୍ବାଚନକୁ ଓହ୍ଲାଇବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ପୁଅ ରୁଦ୍ରଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଛି ସେହି ପରିମାଣରେ ପତ୍ନୀ ପ୍ରତିଭାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ବିଜେଡ଼ିରୁ ୭ ଥର ବିଧାୟକ ହୋଇଥିବା ପ୍ରଦୀପ ମହାରଥୀଙ୍କ ପରେ ଦଳ କାହାକୁ ଟିକଟ ଦେବ ତାହା ଏକ ଭିନ୍ନ ପ୍ରସଙ୍ଗ, କିନ୍ତୁ ମୈଦାନକୁ କିଏ ଓହ୍ଲାଇବ ତାହା ସମୟ କହିବ । ସେପଟେ କିନ୍ତୁ ମହାରଥୀଙ୍କ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ସୂଚନାଯୋଗ୍ୟ ପ୍ରଦୀପ ମହାରଥୀ ଗତ ଅକ୍ଟୋବର ମାସ ୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ସେ କୋରୋନା ସଂକ୍ରମିତ ରହିଥିଲେ । ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ସେ ଚିକିତ୍ସାଧୀନ ରହିଥିଲେ । ମାତ୍ର ପରିଶେଷରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।
ଅଧିକ ପଢନ୍ତୁ: ଓଡିଶାରେ ତିଆରି ହେବ କୋରୋନା ଟିକା
ପ୍ରଦୀପ ରାଜ୍ୟ ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ ତୁଲାଇ ସାରିଛନ୍ତି । ତାଙ୍କର ରାଜନୈତିକ କ୍ୟାରିୟର ମଧ୍ୟରେ ସେ ୭ ଥର ପିପିଲିରୁ ବିଧାୟକ ହୋଇଥିଲେ । ଏହା ସହିତ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ । ପିପିଲିର ସେ ଅପ୍ରତିଦ୍ୱନ୍ଦ୍ୱୀ ନେତା ମଧ୍ୟ ରହିଥିଲେ । ସୂଚନାଯୋଗ୍ୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଅନୁଷ୍ଠିତ ହୋଇ ସାରିଛି । ଏହାର ଫଳାଫଳ ଆସନ୍ତା ୧୦ ତାରିଖରେ ପ୍ରକାଶ ପାଇବ ।