Animal Park:


COMMERCIAL BREAK
SCROLL TO CONTINUE READING

ରଣବୀର କପୁରଙ୍କ ଫିଲ୍ମ ଆନିମଲ ରିଲିଜ ହେବାର ଏକ ମାସ ବିତିଗଲାଣି । ଏହି ସମୟରେ ଶାହାରୁଖ ଖାନଙ୍କ ଡଙ୍କି ଏବଂ ପ୍ରଭାସଙ୍କ ସାଲାର ଭଳି ବଡ ଫିଲ୍ମ ମଧ୍ୟ ରିଲିଜ ହୋଇଛି । କିନ୍ତୁ ଆନିମଲର ବକ୍ସ ଅଫିସ କଲେକ୍ସନ ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ। ଆନିମଲ ପୂର୍ବଭଳି କଲେକ୍ସନ କରି ଚାଲିଛି।  ରଣବୀରଙ୍କ ଏହି ଫିଲ୍ମ ଏବେ ବି ପ୍ରେକ୍ଷାଳୟରେ ରହିଛି । ସାରା ବିଶ୍ୱରେ ୯୦୦ କୋଟି କଲେକ୍ସନ କରିବା  ପରେ ଏବେ ସମସ୍ତେ ଆନିମଲର ପାର୍କକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଆନିମଲ ପାର୍କ ହେଉଛି ଆନିମଲର ସିକ୍ୱେଲ। ଆନିମଲରେ ବବି ଦେଓଲଙ୍କ ଛୋଟ ଭୂମିକା ସମସ୍ତଙ୍କୁ ଚକିତ କରିଥିବା ବେଳେ ଏବେ ଆନିମଲ ପାର୍କରେ ବବି ଜୀବିତ ହୋଇ ପୁଣିଥରେ ପରଦାକୁ ଫେରୁଛନ୍ତି।


ଆନିମଲରେ  ବବି ଦେଓଲଙ୍କ ଚରିତ୍ରର ଅନ୍ତ ଘଟିଛି। କିନ୍ତୁ ଏବେ କୁହାଯାଉଛି ଯେ, ସିକ୍ୱେଲ ଆନିମଲ ପାର୍କରେ  ଦର୍ଶକଙ୍କ ପାଇଁ ଏକ ବଡ ସରପ୍ରାଇଜ୍ ରହିଛି । ଦର୍ଶକଙ୍କୁ ଖୁସି କରିବା ପାଇଁ ବବି ଦେଓଲଙ୍କ ଚରିତ୍ରକୁ ପୁନର୍ଜୀବିତ କରାଯିବ  ବୋଲି ବିଶ୍ୱାସ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଟିମ୍ ଲଗାତାର ଆନିମଲ ପାର୍କ  ଉପରେ କାମ କରୁଛନ୍ତି। ନିର୍ମାତା ମାନେ ଫିଲ୍ମର ସିକ୍ୱେଲରେ କିଛି ନୂଆ ଦେଖାଇବାକୁ ଚାହୁଁଛନ୍ତି ଏବଂ ଯାହା  ଦର୍ଶକଙ୍କୁ ସିନେମା ହଲକୁ ଆସିବାକୁ ବାଧ୍ୟ କରିବ।


ନିର୍ମାତା ବବିଙ୍କ ଚରିତ୍ରକୁ ପୁଣି  ଜୀବନ୍ତ କରିବାକୁ ବିଚାର କରୁଥିବା ଖବର ଭିତରେ ବବି ତାଙ୍କର ଏକ ସାକ୍ଷାତକାରରେ ମଧ୍ୟ ଏହାର ସାମାନ୍ୟ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି ଯେ ଯେତେବେଳେ କୌଣସି ଫିଲ୍ମରେ କୌଣସି ଚରିତ୍ର ବଡ଼ ହିଟ୍ ହୋଇଯାଏ, ସେତେବେଳେ ତାକୁ ପୁଣି ଜୀବନ୍ତ କରି ରିଲକୁ ଫେରାଇ ଆଣିବା ନୂଆ କଥା ନୁହେଁ।


ଆନିମଲର ଅନ୍ତରେ ରଣବୀର କପୁରଙ୍କ ଭଳି ଦେଖାଯାଉଥିବା ଏକ ଚରିତ୍ରକୁ ଦେଖିବାକୁ ମିଳିଥିଲା। । ଯାହାକୁ ରଣବିଜୟଙ୍କ କାର୍ବନ କପି ଭାବେ ପ୍ରସ୍ତୁତ କରାଯାଇଥିଲା। ଏହି ଚରିତ୍ରର ନାମ ଅଜିଜ ବୋଲି କୁହାଯାଉଛି। ଏହା ଦେଖିବା ପରେ ଲାଗୁଥିଲା ଯେ ରଣବୀର ଆନିମଲ ପାର୍କରେ ତାଙ୍କ ପରି ଦେଖାଯାଉଥିବା ଅଜିଜଙ୍କ ସହ ନଜର ଆସିବେ । କିନ୍ତୁ ଲାଗୁଛି ଯେ ନିର୍ମାତାମାନେ କିଛି ବଡ ଯୋଜନା କରିଛନ୍ତି । ଯାହା ପରେ ଦର୍ଶକଙ୍କୁ ଏକ ବଡ ସରପ୍ରାଇଜ୍ ମିଳିପାରେ ।