Business man radhakishan damani: 


ଡି-ମାର୍ଟ ଚଳାଉଥିବା କମ୍ପାନୀ ଆଭେନ୍ୟୁ ସୁପରମାର୍ଟର ପ୍ରତିଷ୍ଠାତା ତଥା ପ୍ରସିଦ୍ଧ ଷ୍ଟକ୍ ମାର୍କେଟ୍ ନିବେଶକ ରାଧାକ୍ରିଷ୍ଣନ ଦାମାନୀଙ୍କ ନାମ ହୁରୁନ୍ ଇଣ୍ଡିଆନ୍  ସେଲ୍ଫ୍ ମେଡ୍ ଉଦ୍ୟୋଗୀ ତାଲିକାର ପ୍ରଥମ ସ୍ଥାନରେ ଆସିଛି । ୨୩ ବିଲିୟନ ଡଲାର ସମ୍ପତ୍ତି ସହିତ ସେ  ଫୋର୍ବସର  100 ଧନୀ ଭାରତୀୟ ତାଲିକାରେ ମଧ୍ୟ ପଞ୍ଚମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଫ୍ଲିପକାର୍ଟ ପ୍ରତିଷ୍ଠାତ ଦ୍ୱୟ ବିନି ଏବଂ ସଚିନ ବନସଲ ହୁରୁନର ସେଲ୍ଫ ମେଡ୍ ଶିଳ୍ପପତି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଜୋମାଟୋର ଦୀପିନ୍ଦର ଗୋୟଲ ତୃତୀୟ ସ୍ଥାନରେ ଥିବାବେଳେ ସ୍ୱୀଗିର ଶ୍ରୀହରଶ ମାଜେତି ଏବଂ ନନ୍ଦନ ରେଡ୍ଡୀ ଚତୁର୍ଥ ସ୍ଥାନରେ ଅଛନ୍ତି ଏବଂ ଡ୍ରିମ୍ସ ଇଲେଭନର ପ୍ରତିଷ୍ଠାତ ଭବିତ୍ ସେଠ ଏବଂ ହର୍ଷ  ଜୈନ୍ ପଞ୍ଚମ ସ୍ଥାନରେ ଅଛନ୍ତି।

 

ଏକ ସାଧାରଣ ମାରୱାଡି ପରିବାରରେ ଜନ୍ମ ହୋଇଥିବା ରାଧାକୀଶନ୍ ଦାମାନୀଙ୍କ ପିତା ଷ୍ଟକ୍ ମାର୍କେଟରେ କାମ କରୁଥିଲେ । ପ୍ରଥମେ ତାଙ୍କ ପରିବାର ମୁମ୍ବାଇର ଗୋଟିଏ ଏକ ବଖରା ବିଶିଷ୍ଟ ଆପାର୍ଟମେଣ୍ଟରେ ରହୁଥିଲେ। ଦାମନୀ ବାଣିଜ୍ୟ ଅଧ୍ୟୟନ ପାଇଁ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇଥିଲେ, କିନ୍ତୁ ଗୋଟିଏ ବର୍ଷ ପରେ ପାଠପଢ଼ା ଛାଡି ଦେଇଥିଲେ। ଏହା ପରେ ସେ ବଲ୍ ବିୟରିଂ କାମ ଆରମ୍ଭ କରିଥିଲେ । ପିତାଙ୍କ ମୃତ୍ୟୁ ପରେ ଦାମନୀ ବଲ ବିରିଂ ବ୍ୟବସାୟ ଛାଡି ଜଣେ ଷ୍ଟକ ମାର୍କେଟ ବ୍ରୋକର ଏବଂ ନିବେଶକ ଭାବେ କାମ ଆରମ୍ଭ କରିଥିଲେ । ୧୯୯୨ ରେ ହର୍ଷଦ ମେହେଟ୍ଟା ସ୍କାମ୍ ଲାଇମ୍ ଲାଇଟକୁ ଆସିବା ପରେ ତାଙ୍କ କାରବାର ଦ୍ରୁତ ଗତିର ବଢିଥିଲା ।

ବିଗ୍ ବୁଲଙ୍କ ଗୁରୁ

ଦିବଂଗତ ନିବେଶକ ରାକେଶ ଝୁନଝୁନୱାଲା, ଯିଏ କି ବିଗ୍ ବୁଲ ଭାବେ ଭାରତୀୟ ଷ୍ଟକ ମାର୍କେଟରେ ପରିଚିତ ଥିଲେ ସେ  ରାଧାକିଷନ ଦାମନୀଙ୍କୁ ତାଙ୍କର ଗୁରୁ ବୋଲି କହୁଥିଲେ ।   ଦାମାନୀଙ୍କଠାରୁ ସେ ସେୟାର ମାର୍କେଟର କୌଶଳ ଶିଖିଛନ୍ତି ବୋଲି ଅନେକ ଥର ଝୁନଝୁୱାଲା କହିଥିଲେ । ରାଧାକୀଶନ୍ ଦାମନୀ ନିଜ ନିବେଶ ସଂସ୍ଥା ବ୍ରାଇଟ୍ ଷ୍ଟାର୍ ଇନଭେଷ୍ଟମେଣ୍ଟ ମାଧ୍ୟମରେ ନିଜର ପୋର୍ଟଫୋଲିଓ ପରିଚାଳନା କରନ୍ତି । ରାଧାକୀଶନ୍ ଦାମାନି ଷ୍ଟକ୍ ମାର୍କେଟରେ କ୍ୟାରିୟର ଆରମ୍ଭରୁ ଭ୍ୟାଲୁ ଇନଭେଷ୍ଟମେଣ୍ଟ୍ ବା  ମୂଲ୍ୟଯୁକ୍ତ ନିବେଶ ମାଧ୍ଯମରେ କୋଟି କୋଟି ଟଙ୍କା ରୋଜଗାର କରିଥିଲେ । ୮୦ ଓ ୯୦ ଦଶକରେ ତାଙ୍କ ନାମ ନିବେଶକ ଭାବରେ ଲାଇମଲାଇଟକୁ ଆସିଥିଲା ।|

 

ଗୋଟିଏ କୋଠରୀରୁ ଆରମ୍ଭ, ବର୍ତ୍ତମାନ ଦୈନିକ ୪ କୋଟି ଟଙ୍କା ଲାଭ

ପ୍ରାୟ ୨୧ ବର୍ଷ ତଳେ, ଅର୍ଥାତ ୨୦୦୨ ମସିହାରେ, ରାଧାକୀଶନ୍ ଦାମନୀ 1 BHK ଫ୍ଲାଟରୁ ରିଟେଲ୍ ଚେନ୍ Dmart ଆରମ୍ଭ କରିଥିଲେ । କୋଡିଏ ବର୍ଷ ମଧ୍ୟରେ ଏହି କମ୍ପାନୀ ହଜାର ହଜାର କୋଟିଟଙ୍କାର ବ୍ୟବସାୟ କରୁଛି । ରାଧାକୀଶନ୍ ଦାମନୀ ଗତ ଆର୍ଥିକ ବର୍ଷରେ ୨୦୨୨-୨୩ରେ ଡିଏମାର୍ଟ ମାଧ୍ୟମରେ ୧୪୯୨ କୋଟି ଟଙ୍କା ଲାଭ କରିଛନ୍ତି। ଯଦି ଏହି ଲାଭକୁ ଦୈନିକ ହିସାବରେ ନିଆଯାଏ  ତେବେ ଏହି ପରିମାଣ ଦିନକୁ ୪ କୋଟି ଟଙ୍କା ।  ଗତ ଆର୍ଥିକ ବର୍ଷରେ, ଡିଏମାର୍ଟର ବିକ୍ରି ୩୦ ହଜାର ୯୭୬  କୋଟି ଟଙ୍କା ଥିଲା  ।

 

୧୦୦୦ କୋଟି ମୂଲ୍ୟର ବଙ୍ଗଳାର ମାଲିକ

COMMERCIAL BREAK
SCROLL TO CONTINUE READING

୨୦୨୧ ମସିହାରେ ରାଧାକୀଶାନ୍ ଦାମନୀ ତାଙ୍କ ଭାଇଙ୍କ ସହ ମିଶି ୧୦୦୧ କୋଟି ଟଙ୍କାରେ ଦକ୍ଷିଣ ମୁମ୍ବାଇର ମାଲାବାର ହିଲର ନାରାୟଣ ଡାବୋଲକର ମାର୍ଗରେ ଅବସ୍ଥିତ 'ମଧୁକୁଞ୍ଜ' ନାମକ ଏକ ବଙ୍ଗଳା କିଣିଥିଲେ। ଏହି ବଙ୍ଗଳା 1.5 ଏକରରୁ ଅଧିକ ଅଞ୍ଚଳରେ ବ୍ୟାପିଛି ଏବଂ ଏହାର ସମୁଦାୟ ନିର୍ମାଣ କ୍ଷେତ୍ର ପ୍ରାୟ ୬୧,୯୧୬ ବର୍ଗଫୁଟ । ଏହା ମୁମ୍ବାଇର ସବୁଠାରୁ ମହଙ୍ଗା ଘର ବୋଲି କୁହାଯାଏ ।