Second Largest Cement Company: ଆଦାନି ଗ୍ରୁପ୍ (Adani Group) ଶୁକ୍ରବାର ଦିନ କହିଥିଲା ଯେ, ସେ ଅମ୍ବୁଜା ସିମେଣ୍ଟ (Ambuja Cement) ଏବଂ ଏସିସି ଲିମିଟେଡ (ACC Limited)ର ଅଧିଗ୍ରହଣକୁ ସମ୍ପୂର୍ଣ୍ଣ କରିନେଇଛି । ଏହି ଅଧିଗ୍ରହଣ ସମ୍ପୂର୍ଣ୍ଣ ହେବା ସହିତ ଆଦାନୀ ବର୍ତ୍ତମାନ ଦେଶର ଦ୍ୱିତୀୟ ବୃହତ୍ତମ ସିମେଣ୍ଟ କମ୍ପାନୀରେ ପରିଣତ ହୋଇଛି। ଆଦାନୀ ଗ୍ରୁପ୍ ଏକ ବୟାନରେ କହିଛି ଯେ, ଆଦାନୀ ନିଜର ସ୍ପେସିଆଲ ପର୍ପଜ ହ୍ବିକଲ ଏଣ୍ଡେଭର ଟ୍ରେଡ୍ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ୍ (Endeavour Trade and Investment Ltd) ଜରିଆରେ ସ୍ୱିସ୍ ଫାର୍ମ ହୋଲସିମ୍ ସହିତ ଟ୍ରାଞ୍ଜେକ୍ସନ ସମ୍ପୂର୍ଣ୍ଣ କରିବା ଓ ଏକ ଓପନ୍ ଅଫର୍ ପରେ ଏହି ଅଧିଗ୍ରହଣକୁ ପୂରା କରିଛନ୍ତି। ଆଦାନୀ ଗ୍ରୁପର ବୟାନ ଅନୁଯାୟୀ, ଏହି ଡିଲରେ SEBIର ନିୟମାବଳୀ ଅନୁଯାୟୀ ଉଭୟ ସଂସ୍ଥାରେ ଏକ ଓପନ୍ ଅଫର ସହିତ ଅମ୍ବୁଜା ଏବଂ ଏସିସି (Ambuja & ACC)ରେ ହୋଲସିମ ଅଂଶଧନର ଅଧିଗ୍ରହଣ ସାମିଲ ଥିଲା।


COMMERCIAL BREAK
SCROLL TO CONTINUE READING

ଏଠାରେ କହିରଖୁଛୁ ଯ, ଅମ୍ବୁଜା ସିମେଣ୍ଟସ୍ ଏବଂ ଏସିସି ପାଇଁ ହୋଲସିମ୍ ଷ୍ଟେକ୍ ଏବଂ ଓପନ ଅଫରର ମୂଲ୍ୟ ୬.୫୦ ବିଲିୟନ ଆମେରିକୀୟ ଡ଼ଲାର୍ ଅଟେ। ଏହା ଆଦାନୀ ଗ୍ରୁପ୍ ଦ୍ୱାରା କରାଯାଇଥିବା ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବ ବୃହତ ଅଧିଗ୍ରହଣ ଅଟେ ଏବଂ ଭିତ୍ତିଭୂମି ଓ ମେଟେରିଆଲ କ୍ଷେତ୍ରରେ ଭାରତର ଏପର୍ଯ୍ୟନ୍ତ ସର୍ବ ବୃହତ M&A ଟ୍ରାଞ୍ଜେକ୍ସନ।


ଏହି ଟ୍ରାଞ୍ଜେକ୍ସନ ସମ୍ପୂର୍ଣ୍ଣ ହେବା ପରେ ଆଦାନୀଙ୍କ ଆମ୍ବୁଜା ସିମେଣ୍ଟସରେ ୬୩.୧୫ ପ୍ରତିଶତ ଏବଂ ACCରେ ୫୬.୬୯ ପ୍ରତିଶତ ଅଂଶଧନ ହୋଇଯିବ। ଏଥିରେ ଆମ୍ବୁଜା ସିମେଣ୍ଟସ୍ ମାଧ୍ୟମରେ ୫୦.୦୫ ପ୍ରତିଶତ ଅଂଶଧନ ଅନ୍ତର୍ଭୁକ୍ତ। ଗୌତମ ଆଦାନୀ କହିଛନ୍ତି, "ସିମେଣ୍ଟ ବ୍ୟାପାରକୁ ଯେଉଁ ଜିନିଷ ସ୍ବତନ୍ତ୍ର କରିଥାଏ, ତାହା ଭାରତର ଅଭିବୃଦ୍ଧି କ୍ଷେତ୍ରରେ ଏହାର ହେଡରୁମ୍ ପରି। ଏହା ୨୦୫୦ରୁ ପ୍ରତ୍ୟେକ ଅନ୍ୟ ଦେଶ ଠାରୁ ଅଧିକ ଅଟେ।"


ଚଳିତ ବର୍ଷ ମେ ମାସରେ ଆଦାନୀ ଗ୍ରୁପ୍ ଘୋଷଣା କରିଥିଲା ଯେ, ଭାରତରେ ହୋଲସିମ୍ ଲିମିଟେଡର ବ୍ୟବସାୟକୁ ନିୟନ୍ତ୍ରଣ କରିବା ପାଇଁ ଏହା ଏକ ଡିଲ କରିଛି। ବର୍ତ୍ତମାନ ଅମ୍ବୁଜା ସିମେଣ୍ଟସ୍ ଏବଂ ACCର ମିଳିତ ଭାବେ ଉତ୍ପାଦନ କ୍ଷମତା ହେଉଛି ୬୭.୫ MTPA।


ସିମେଣ୍ଟ ସେକ୍ଟରରେ ଏହି ଦୁଇ କମ୍ପାନୀ ଭାରତର ସବୁଠୁ ମଜବୁତ୍ ବ୍ରାଣ୍ଡ ମଧ୍ୟରେ ସାମିଲ ଅଛି। ଯେଉଁଥିରେ ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳାର ଭିତ୍ତିଭୂମି ପ୍ରଭାବି ଅଟେ। ଏଥିରେ ସେମାନଙ୍କର ୧୪ ଇଣ୍ଟିଗ୍ରେଟେଡ୍ ୟୁନିଟ୍, ୧୬ ଗ୍ରାଇଣ୍ଡିଂ ୟୁନିଟ୍, ୭୯ଟି ରେଡି-ମିକ୍ସ କଂକ୍ରିଟ୍ ପ୍ଲାଣ୍ଟସ୍ ଓ ସମଗ୍ର ଭାରତରେ ୭୮,୦୦୦ରୁ ଅଧିକ ଚ୍ୟାନେଲ୍ ଅଂଶୀଦାର ଅନ୍ତର୍ଭୁକ୍ତ ଅଟେ।