Cooking Oil Price: ମହଙ୍ଗା ଜମାନାରେ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଅତୀତର ଅହେତୁକ ଦର ବୃଦ୍ଧି ପରେ ଖାଇବା ତେଲ ଦର ୩୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ସୋମବାର ଫର୍ଚୁନ୍ ବ୍ରାଣ୍ଡର ଖାଇବା ତେଲର ମୂଲ୍ୟ ଅତ୍ୟଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ ତେଲ ଦର ହ୍ରାସ ପରେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଖୁବଶୀଘ୍ର ତେଲର ନୂଆ ଦର ଲାଗୁ ହେବ ବୋଲି ସୂଚନା ମିଳିଛି। ଜୁନ୍ ୧୮ରେ ଖାଇବା ତେଲ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିଲା।


COMMERCIAL BREAK
SCROLL TO CONTINUE READING

ମାସକରେ ଦ୍ୱିତୀୟ ଥର ପାଇଁ ବିଶ୍ୱ ବଜାରରେ ଖାଇବା ତେଲ ଦର ହ୍ରାସ ପାଇଛି। ଫର୍ଚୁନ୍ ବ୍ରାଣ୍ଡର ଆଦାନୀ ୱିଲମାର ଲିଟର ପିଛା ୩୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ ଘୋଷଣା କରିଛି। ପାଖାପାଖି ୨୦ ପ୍ରତିଶତ ବଜାର ଅଂଶ ଥିବା ଅହମ୍ମଦାବାଦ ଭିତ୍ତିକ କମ୍ପାନୀ କହିଛି ଯେ, ନୂତନ ଏମଆରପି (ସର୍ବାଧିକ ଖୁଚୁରା ମୂଲ୍ୟ) ସହିତ ଖାଇବା ତେଲର ନୂଆ ଷ୍ଟକ୍ ଖୁବଶୀଘ୍ର ବଜାରକୁ ଆସିବ। ଆଦାନୀ ୱିଲମାରର କହିବାନୁସାରେ, ସୋୟାବିନ୍ ତେଲରେ ସର୍ବାଧିକ ମୂଲ୍ୟ ହ୍ରାସ ପାଇଛି। ୧୯୫ ଟଙ୍କା ଥିବା ସୋୟାବିନ ତେଲ ଏବେ ୧୬୫ ଟଙ୍କାକୁ ଖସି ଆସିଛି। କିନ୍ତୁ କମ୍ପାନୀ ସୋରିଷ ତେଲ ମାତ୍ର ୫ ଟଙ୍କା ଶସ୍ତା ହୋଇଛି।


Also Read: କଣ୍ଟେଣ୍ଟ ବ୍ୟବହାର କଲେ ପ୍ରକାଶକଙ୍କୁ ସେୟାର ଦେବେ ଟେକ୍ କମ୍ପାନୀ


କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟର ଏକ ନିର୍ଦ୍ଦେଶନାମା ଅନୁସରଣ କରି ତେଲର ଏମଆରପି ହ୍ରାସ କରାଯାଇଛି। ଅଗ୍ରଣୀ ଦୁଗ୍ଧ ଯୋଗାଣକାରୀ ମଦର ଡାଏରୀର ଧାରା ବ୍ରାଣ୍ଡ ସୋୟାବିନ୍ ଏବଂ ବ୍ରେନ ରାଇସ୍ ଅଏଲରେ ଲିଟର ପିଛା ୧୪ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ କରିବାକୁ ପ୍ରଥମେ ଘୋଷଣା କରିଥିଲା। ଆଦାନୀ ୱିଲମାର ଏମଡି ତଥା ସିଇଓ ଅଙ୍ଗସୁ ମଲିକ ପିଟିଆଇକୁ କହିଛନ୍ତି ଯେ, ଗ୍ରାହକମାନେ ମାସ ଶେଷରୁ ନୂତନ ଏମଆରପିରେ ଖାଇବା ତେଲ କିଣି ପାରିବେ। ରିଫାଇନ ସୋୟାବିନ ତେଲ ଲିଟର ପିଛା ପ୍ରାୟ ୧୫୫ ଟଙ୍କା ମିଳିପାରିବ ଓ ଅନ୍ୟ ଖାଇବା ତେଲ ବର୍ତ୍ତମାନର ଏମଆରପି ତୁଳନାରେ ଟିକେ କମ୍ ହେବ।


ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ଲିଟର ପିଛା ୨୧୦ରୁ ୧୯୯ ଟଙ୍କାକୁ ହ୍ରାସ ପାଇଥିବାବେଳେ ଫର୍ଚୁନ୍ ବ୍ରେନ ରାଇସ୍ ଅଏଲର ମୂଲ୍ୟ ଲିଟର ପିଛା ୨୨୫ରୁ ୨୧୦ ଟଙ୍କାକୁ ହ୍ରାସ କରାଯାଇଛି। ବାଦାମ ତେଲର ମୂଲ୍ୟ ଲିଟର ପିଛା ୨୨୦ରୁ ୨୧୦ ଟଙ୍କାକୁ ହ୍ରାସ କରାଯାଇଛି ବୋଲି ଫର୍ଚୁନ୍ କମ୍ପାନୀ ସୂତ୍ରରୁ ଜଣା ପଡିଛି। ସେହିପରି 'ରାଗ' ବ୍ରାଣ୍ଡ ଅନ୍ତର୍ଗତ ତେଲର ମୂଲ୍ୟ ଲିଟର ପିଛା ୨୦୦ରୁ ୧୮୫ ଟଙ୍କାକୁ ଖସିଛି ଏବଂ ରାଗ ପାଲମୋଲେନ ତେଲର ଲିଟର ପିଛା ୧୭୦ ଟଙ୍କାରୁ ୧୪୪ ଟଙ୍କାକୁ ହ୍ରାସ କରାଯାଇଛି। 'ସଫୋଲା' ବ୍ରାଣ୍ଡର ତେଲ ମୂଲ୍ୟ ମଧ୍ୟ ଦୁଇ ଅଙ୍କ ହ୍ରାସ ପାଇଥିବା ସୂଚନା ମିଳିଛି।


Also Read: ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍