କଣ୍ଟେଣ୍ଟ ବ୍ୟବହାର କଲେ ପ୍ରକାଶକଙ୍କୁ ସେୟାର ଦେବେ ଟେକ୍ କମ୍ପାନୀ
Advertisement
Article Detail0/zeeodisha/odisha1262795

କଣ୍ଟେଣ୍ଟ ବ୍ୟବହାର କଲେ ପ୍ରକାଶକଙ୍କୁ ସେୟାର ଦେବେ ଟେକ୍ କମ୍ପାନୀ

ବଡ ଚେକ୍ କମ୍ପାନୀ ଗୁଡିକ ନ୍ୟୁଜ ବା କଣ୍ଟେଣ୍ଟକୁ ବ୍ୟବହାର କରି ମୋଟା ଅଙ୍କର ଅର୍ଥ ରୋଜଗାର କରନ୍ତି। ଆଉ ସେହି ଲାଭାଂଶରୁ ପ୍ରକାଶକଙ୍କୁ କୌଣସି ସେୟାର ମିଳିନଥାଏ। କିନ୍ତୁ ସଂସଦର ଚଳିତ ମୌସୁମୀ ଅଧିବେଶନରେ ଏହି କଣ୍ଟେଣ୍ଟକୁ ନେଇ କେନ୍ଦ୍ର ସରକାର ଏକ ନୂଆ ଆଇନ ଆଣିବାକୁ ଯାଉଛନ୍ତି।  

 

ପ୍ରତିକାତ୍ମକ ଫଟୋ
ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦିକୁ ଇନଫର୍ମେସନ ବା ସୂଚନାର ଯୁଗ ବୋଲି କୁହାଯାଏ। ବର୍ତ୍ତମାନ ସମୟରେ ଯାହା ପାଖରେ ଯେତେ ସୂଚନା, ସେ ସେତିକ ଶକ୍ତିଶାଳୀ। ଏଥିରେ ନ୍ୟୁଜ ଚ୍ୟାନେଲ, ଖବର କାଗଜ ଓ ଡିଜିଟାଲ ମିଡିଆର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରନ୍ତି। ସଠିକ ତଥ୍ୟ ସଂଗ୍ରହ ପାଇଁ ପ୍ରକାଶକଙ୍କୁ ଅନେକ ସଙ୍ଘର୍ଷ କରିବାକୁ ପଡେ। ଏଥିରେ ଉଭୟ ସମୟ, ଅର୍ଥ ଓ ମାନବ ସମ୍ବଳ ବ୍ୟବହୃତ ହୁଏ। କିନ୍ତୁ କିଛି ବଡ ଚେକ୍ କମ୍ପାନୀ ଗୁଡିକ ସେହି ନ୍ୟୁଜ ବା କଣ୍ଟେଣ୍ଟକୁ ବ୍ୟବହାର କରି ମୋଟା ଅଙ୍କର ଅର୍ଥ ରୋଜଗାର କରନ୍ତି। ଆଉ ସେହି ଲାଭାଂଶରୁ ପ୍ରକାଶକଙ୍କୁ କୌଣସି ସେୟାର ମିଳିନଥାଏ। କିନ୍ତୁ ସଂସଦର ଚଳିତ ମୌସୁମୀ ଅଧିବେଶନରେ ଏହି କଣ୍ଟେଣ୍ଟକୁ ନେଇ କେନ୍ଦ୍ର ସରକାର ଏକ ନୂଆ ଆଇନ ଆଣିବାକୁ ଯାଉଛନ୍ତି।  
 
ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏଥିରେ ଆଇଟି ବିଲ୍ (ସଂଶୋଧିତ) ଉପସ୍ଥାପନ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଯାହାର ସୂଚନା ରାଷ୍ଟ୍ର ସୂଚନା ପ୍ରଜୁକ୍ତିବିଦ୍ୟା ଓ ବୈଦ୍ୟୁତିକ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଦେଇଛନ୍ତି। ସେ କହିଛନ୍ତି ଯେ, ବଡ ବଡ ଟେକ୍ କମ୍ପାନୀ ଗୁଡିକ ଡିଜିଟାଲ ଆଡଭାଟାଇଜିଂକୁ ସେମାନଙ୍କ ମାର୍କେଟିଂରେ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଏଥିରେ ଭାରତୀୟ ପ୍ରକାଶକଙ୍କ ନ୍ୟୁଜ୍ ବା କଣ୍ଟେଣ୍ଟର ମଧ୍ୟ ବ୍ୟବହାର ହେଉଛି। ଯାହା ଉକ୍ତ ସଂସ୍ଥା ପାଇଁ ହାନୀକାରକ ପାଲଟୁଛି। ଏହି ସମସ୍ୟା ଉପରେ ମୋଦି ସରକାର ବିଚାର କରୁଛନ୍ତି ଓ ଖୁବଶୀଘ୍ର ଏହାରି ଉପରେ ନୂଆ ଆଇନ ଆଣିବାକୁ ଯୋଜନା କରୁଛନ୍ତି। 
 
 
ଯଦି ସରକାର ନୂଆ ଆଇଟି ଆଇନ ଆସିଲେ, ବଡ ବଡ ଟେକ୍ କମ୍ପାନୀ ଗୁଡିକୁ ଡିଜିଟାଲ ନ୍ୟୁଜ ବା ଅର୍ଜିନାଲ କଣ୍ଟେଣ୍ଟ ବ୍ୟବହାର ପାଇଁ ସଂପୃକ୍ତ ପ୍ରକାଶକଙ୍କ ଦେୟ ଦେବାକୁ ପିଡିବ। ଗୁଗୁଲ୍, ଆମାଜୋନ ଏବଂ ଫେସବୁକ୍ ପରି ଇଣ୍ଟରନେଟ୍ ଓ ଟେକ୍ କମ୍ପାନୀ ଗୁଡିକ ସେମାନଙ୍କ ପ୍ଲାଟଫର୍ମରେ ଭାରତୀୟ ପ୍ରକାଶକଙ୍କ କଣ୍ଟେଣ୍ଟ ବ୍ୟବହାର କରି କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ କରୁଛନ୍ତି। କିନ୍ତୁ ନୂଆ ଆଇଟି ଆଇନ ଆସିଲେ ଏଥିପାଇଁ କମ୍ପାନୀକୁ ମୂଳ ପ୍ରକାଶକଙ୍କୁ ରାଜସ୍ୱର କିଛି ସେୟାର ଦେବାକୁ ପଡିବ। ତେବେ ଏହି ଭଳି ଆଇନ ଆଣିବାରେ ଭାରତ ପ୍ରଥମ ଦେଶ ନୁହେଁ, ପୂର୍ବରୁ ଅନେକ ଦେଶରେ ଏହି ନିୟମ କାର୍ଯ୍ୟକାରୀ ହୋଇଛି।  
 
ଡିଜିଟାଲ ନ୍ୟୁଜ ବା କଣ୍ଟେଣ୍ଟ ବ୍ୟବହାର ପାଇଁ ଜର୍ମାନୀ, ଫ୍ରାନ୍ସ ଏବଂ ଅନ୍ୟ ୟୁରୋପୀୟ ସଂଘ ଦେଶଗୁଡିକର ୩୦୦ରୁ ଅଧିକ ପ୍ରକାଶକଙ୍କୁ ଦେୟ ଦେବା ପାଇଁ ଗୁଗୁଲ ପୂର୍ବରୁ ଚୁକ୍ତି ସ୍ୱାକ୍ଷର କରିଛି। କାନାଡା ସରକାର ମଧ୍ୟ ଚଳିତ ବର୍ଷ ପ୍ରାରମ୍ଭରେ ଏହା ଉପରେ ଏକ ଆଇନ ପ୍ରଣୟନ କରିଛନ୍ତି। ଅଷ୍ଟ୍ରେଲିଆରେ ମିଧ୍ୟ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥାର ସୁରକ୍ଷା ପାଇଁ ଏକ ଡ୍ରାଫ୍ ପ୍ରସ୍ତୁତ ସରିଛି। ଚଳିତ ବର୍ଷ ମାର୍ଚ୍ଚରେ Competition Commission of India (CCI), ଗୁଗଲ୍ ବିରୋଧରେ ଭାରତୀୟ ଅନଲାଇନ୍ ନ୍ୟୁଜ୍ ମିଡିଆ ବଜାରରେ ନ୍ୟୁଜ୍ ରେଫରାଲ୍ ସେବା ଏବଂ ଗୁଗୁଲ୍ ଆଡଟେକ୍ ସେବା ସହ ଜଡିତ ଥିବା ଆଭିମୁଖ୍ୟର ଅପବ୍ୟବହାର କରିଥିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛି। ଇଣ୍ଡିଆନ୍ ନ୍ୟୁଜପେପର ସୋସାଇଟି (INS) ଅନୁଯାୟୀ, ଗୁଗୁଲ ଦ୍ୱାରା ସଂଗୃହିତ ମୋଟ ବିଜ୍ଞାପନ ରାଜସ୍ୱ ଏବଂ ବିଜ୍ଞାପନ ରାଜସ୍ୱର କେତେ ପ୍ରତିଶତ ମିଡିଆ ସଂସ୍ଥାକୁ ଟ୍ରାନ୍ସଫର ହେଉଛି ତାହା ଉପରେ ମିଡିଆ ହାଉସକୁ ଅନ୍ଧାରରେ ରଖାଯାଉଛି।