ଆପଣଙ୍କ Aadhaar ନମ୍ବରରେ କେତେଟା ସିମ୍ ଆକ୍ଟିଭ ରହିଛି, ଏହିପରି କରନ୍ତୁ ଚେକ୍
Aadhaar Update: ଆପଣ ଜାଣନ୍ତି କି ଆପଣଙ୍କର ଆଧାର କାର୍ଡ ସହିତ କେତୋଟି ମୋବାଇଲ୍ ସିମ୍ ଲିଙ୍କ୍ ହୋଇଛି । ଯଦି ନା`, ତେବେ ବର୍ତ୍ତମାନ ଆପଣ କେବଳ ଗୋଟିଏ କ୍ଲିକରେ ସହଜରେ ଜାଣିପାରିବେ । ଜାଣନ୍ତୁ କିପରି...
ନୂଆଦିଲ୍ଲୀ: ଅନେକ ଥର ଏପରି ଘଟେ ଯେ ଅନ୍ୟ କିଛି ବ୍ୟକ୍ତି ଆମର ପରିଚୟ ପତ୍ରରେ ବିଶେଷ ଭାବରେ ଆଧାର କାର୍ଡରେ (Aadhaar Card) ସିମ୍ ଚଳାଉଥାନ୍ତି ଏବଂ ଏହା ଆମେ ଜାଣି ନ ଥାଉ । ଆପଣ ଜାଣନ୍ତି କି ଆପଣଙ୍କର ଆଧାର (Aadhaar) ନମ୍ବର ସହିତ କେତୋଟି ମୋବାଇଲ୍ ସିମ୍ (Mobile Sim) ଲିଙ୍କ୍ ହୋଇଛି । ଯଦି ନା', ତେବେ ଆପଣ ଏହାକୁ ସହଜରେ ଜାଣିପାରିବେ । ଯଦି ଆପଣ ଏହି ସିମ୍ଗୁଡ଼ିକ ମଧ୍ୟରୁ କୌଣସିଟି ବ୍ୟବହାର କରୁନାହାଁନ୍ତି, ତେବେ ଆପଣ ଏହାକୁ ବନ୍ଦ ମଧ୍ୟ କରିପାରିବେ ।
ଆପଣଙ୍କ ଆଧାର (Aadhaar) ନମ୍ବରରେ କେତେ ସିମ୍ ଆକ୍ଟିଭ ଅଛି ଜାଣିବା ପାଇଁ ସରକାର ଏକ ପୋର୍ଟାଲ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଟେଲିକମ୍ ବିଭାଗ (DoT) ନିକଟରେ ଠକେଇ ପରିଚାଳନା ଏବଂ ଗ୍ରାହକ ସୁରକ୍ଷା (TAFCOP) ପାଇଁ ଏକ ପୋର୍ଟାଲ୍ ଟେଲିକମ୍ ଆନାଲିଟିକ୍ସ ଲଞ୍ଚ କରିଛି । ଏହି ପୋର୍ଟାଲ୍ ମାଧ୍ୟମରେ ଉପଭୋକ୍ତାମାନେ ସେମାନଙ୍କର ଆଧାର ନମ୍ବର ସହିତ ଲିଙ୍କ୍ ହୋଇଥିବା ସମସ୍ତ ଫୋନ୍ ନମ୍ବର ଯାଞ୍ଚ କରିପାରିବେ ।
TAFCOP ୱେବସାଇଟ୍ ମାଧ୍ୟମରେ ଆପଣ ଏହା ସହଜରେ ଜାଣି ପାରିବେ ଯେ ଆପଣଙ୍କ ଆଧାର କାର୍ଡରେ ଏପର୍ଯ୍ୟନ୍ତ କେତେ ସିମ୍ ଜାରି କରାଯାଇଛି । ଯଦି କୌଣସି ମୋବାଇଲ୍ ନମ୍ବର ଆପଣଙ୍କ ଆଧାର ନମ୍ବର ସହିତ ଆପଣଙ୍କର ଅଜ୍ଞାତରେ ଲିଙ୍କ୍ ହୋଇଛି, ତେବେ ଆପଣ ଏହା ଉପରେ ମଧ୍ୟ ଅଭିଯୋଗ କରିପାରିବେ । ଏହା ବ୍ୟତୀତ, ଆପଣ ଆପଣଙ୍କ ପୁରୁଣା ଏବଂ ଅବ୍ୟବହୃତ ନମ୍ବରକୁ ସହଜରେ ଆଧାର ନମ୍ବରରୁ ଅଲଗା କରି ପାରିବେ ।
ଲିଙ୍କ୍ ହୋଇଥିବା ସିମ୍ କୁ ଏହିପରି ଚେକ୍ କରି ପରିବେ
୧. ଆପଣଙ୍କର ଆଧାର ଲିଙ୍କ୍ ହୋଇଥିବା ମୋବାଇଲ୍ ସିମ୍ ବିଷୟରେ ଜାଣିବା ପାଇଁ ଆପଣଙ୍କୁ ପ୍ରଥମେ https://tafcop.dgtelecom.gov.in/ ୱେବ ସାଇଟକୁ ଭିଜିଟ କରିବାକୁ ପଡିବ ।
୨. ଏଠାରେ ଆପଣଙ୍କୁ ଆପଣଙ୍କର ଫୋନ୍ ନମ୍ବର ଏଣ୍ଟ୍ରି କରିବାକୁ ପଡିବ ।
୩. ଏହା ପରେ ଆପଣଙ୍କୁ '‘Request OTP' ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ ।
୪. ଏହା ପରେ ଆପଣଙ୍କ ମୋବାଇଲ୍ ନମ୍ବରରେ ପ୍ରାପ୍ତ OTP କୁ ଏଣ୍ଟ୍ରି କରିବାକୁ ପଡିବ ।
୫. ଏହା ପରେ ଆପଣଙ୍କର ଆଧାର ନମ୍ବର ସହିତ ଲିଙ୍କ୍ ହୋଇଥିବା ସମସ୍ତ ନମ୍ବର ୱେବସାଇଟରେ ଦୃଶ୍ୟମାନ ହେବ ଏହା ପରେ
୬. ଯେଉଁଠାରେ ଉପଭୋକ୍ତାମାନେ ନମ୍ବରକୁ ରିପୋର୍ଟ ଏବଂ ଅବରୋଧ କରିପାରିବେ, ଯାହା ବ୍ୟବହାରରେ ହେଉ ନାହିଁ କିମ୍ବା ଆଉ ଆବଶ୍ୟକ ନାହିଁ ।
ଏହା ବି ପଢ଼ନ୍ତୁ: BSF Jobs: କନଷ୍ଟେବଳ ଏବଂ ASI ସମେତ ଅନେକ ପଦବୀରେ ବାହାରିଲା ନିଯୁକ୍ତି, ଏହିପରି କରନ୍ତୁ ଆବେଦନ
ଏହା ବି ପଢ଼ନ୍ତୁ: ରୋହିତଙ୍କ ଜିଦ୍ ଯୋଗୁଁ ଚାଲିଗଲା କୋହଲିଙ୍କ ଅଧିନାୟକତ୍ୱ! ବୋର୍ଡ ଆଗରେ ରଖିଥିଲେ ଏହି ସର୍ତ୍ତ