ରୋହିତଙ୍କ ଜିଦ୍‌ ଯୋଗୁଁ ଚାଲିଗଲା କୋହଲିଙ୍କ ଅଧିନାୟକତ୍ୱ! ବୋର୍ଡ ସମ୍ମୁଖରେ ରଖିଥିଲେ ଏହି ସର୍ତ୍ତ
Advertisement
Article Detail0/zeeodisha/odisha1045437

ରୋହିତଙ୍କ ଜିଦ୍‌ ଯୋଗୁଁ ଚାଲିଗଲା କୋହଲିଙ୍କ ଅଧିନାୟକତ୍ୱ! ବୋର୍ଡ ସମ୍ମୁଖରେ ରଖିଥିଲେ ଏହି ସର୍ତ୍ତ

ରୋହିତ ଶର୍ମାଙ୍କୁ (Rohit sharma) ODI ଦଳର ନୂତନ ଅଧିନାୟକ କରାଯାଇଛି । ଦକ୍ଷିଣ ଆଫ୍ରିକା ଗସ୍ତ (India vs South Africa) ସହିତ ସେମାନେ ଏକ ନୂତନ ଆରମ୍ଭ କରିବାକୁ ଯାଉଛନ୍ତି । ବିରାଟ କୋହଲିଙ୍କ (Virat Kohli) ପାଖରେ କେବଳ ଟେଷ୍ଟ ଦଳର କମାଣ୍ଡ ବାକି ରହି ଯାଇଛି । ରୋହିତଙ୍କ ପାଖରେ ଟି-୨୦ ଦଳର କମାଣ୍ଡ ମଧ୍ୟ ରହିଛି ।

ରୋହିତଙ୍କ ଜିଦ୍‌ ଯୋଗୁଁ ଚାଲିଗଲା କୋହଲିଙ୍କ ଅଧିନାୟକତ୍ୱ! ବୋର୍ଡ ସମ୍ମୁଖରେ ରଖିଥିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କୁ (Rohit Sharma) ODI ଦଳର ନୂତନ ଅଧିନାୟକ କରାଯାଇଛି । ତେବେ ବିରାଟ କୋହଲି (Virat Kohli) ODI ଦଳର ଅଧିନାୟକତ୍ୱ ଛାଡିବା ସପକ୍ଷରେ ନଥିଲେ । ଅଧିନାୟକ ପଦ ଛାଡି ଦେବାକୁ ବସିସିଆଇ (BCCI) କୋହଲିଙ୍କୁ ୪୮ ଘଣ୍ଟା ସମୟ ଦେଇଥିଲା । ଯେତେବେଳେ ସେ ନିଜେ ଏହା ଘୋଷଣା କରିନଥିଲେ, ବୋର୍ଡ ନିଜେ ଗୋଟେ ପାଦ ଆଗକୁ ଯାଇ ଦିନିକିଆ ଅଧିନାୟକ ରୋହିତଙ୍କୁ କରିଥିବା ସୂଚନା ଦେଇଥିଲା । ଦକ୍ଷିଣ ଆଫ୍ରିକା ଗସ୍ତରୁ (India vs South Africa) ରୋହିତଙ୍କୁ ଅଧିନାୟକ ଭାବରେ ODI ଦ୍ୱୀୟିତ୍ୱ ଗ୍ରହଣ କରିବେ । ତାଙ୍କୁ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୧ (T20 World Cup 2021) ପରେ ଟି-୨୦ ଦଳର ଅଧିନାୟକ କରାଯାଇଥିଲା । ନିଜର ପ୍ରଥମ ଟି-୨୦ ସିରିଜରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୩-୦ ରେ ପରାସ୍ତ କରିଥିଲା ।

କ୍ରିକବଜ୍ ନ୍ୟୁଜ ଅନୁଯାୟୀ, ରୋହିତ ଶର୍ମା ଏକ ସର୍ତ୍ତ ରଖିଥିଲେ ଯେ ସେ ସତେବେଳେ ଟି-୨୦ ଦଳର ଅଧିନାୟକତ୍ୱ ସମ୍ଭାଳିବେ ଯେତେବେଳେ ତାଙ୍କୁ ODI ଦଳର ଅଧିନାୟକତ୍ୱ ଦିଆଯିବ । ଏହି କାରଣରୁ ବୋର୍ଡକୁ ଶେଷରେ ଏହି ନିଷ୍ପତ୍ତି ନେବାକୁ ପଡିଲା । ଏହାପୂର୍ବରୁ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଟି-୨୦ ଦଳର ଅଧିନାୟକତ୍ୱ ନ ଛାଡିବାକୁ ସେ କୋହଲିଙ୍କୁ କହିଥିଲା । କିନ୍ତୁ ସେ ରାଜି ହୋଇ ନ ଥିଲେ । ଏହି କାରଣରୁ, ଚୟନକର୍ତ୍ତାମାନେ ଉଭୟ ଟି-୨୦ ଏବଂ ODI ଫର୍ମାଟ୍ ପାଇଁ ସମାନ ଖେଳାଳିଙ୍କୁ ଅଧିନାୟକତ୍ୱ ପ୍ରଦାନ କରିଥିଲେ ।

fallback

ODI ସିରିଜରୁ ଓହରି ଯାଇପାରନ୍ତି କୋହଲି
ଟି-୨୦ ଦଳର ଅଧିନାୟକତ୍ୱ ଛାଡିବା ସମୟରେ ବିରାଟ କୋହଲି କହିଥିଲେ ଯେ ସେ ODI ଏବଂ ଟେଷ୍ଟର ଅଧିନାୟକତ୍ୱ ଜାରି ରଖିବାକୁ ଚାହୁଁଛନ୍ତି । ପରବର୍ତ୍ତୀ ODI ବିଶ୍ୱକପ୍ ୨୦୨୩ ମସିହାରେ ଭାରତରେ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ କୋହଲି ରବର୍ତ୍ତୀ ODI ବିଶ୍ୱକପ୍ ପର୍ଯ୍ୟନ୍ତ ଅଧିନାୟକତ୍ୱ ଜାରି ରଖିବାକୁ ଚାହୁଁଥିଲେ । ଏହି ସମୟରେ, ଖବର ଅନୁଯାୟୀ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତରେ ହେବାକୁ ଥିବା ODI ସିରିଜରୁ ଓହରି ଯାଇପାରନ୍ତି । ତେବେ ଏହି ଗସ୍ତ ପାଇଁ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଛି । 

ରୋହିତ ଶର୍ମା ଆଇପିଏଲରେ ନିଜର ଅଧିନାୟକତ୍ୱ ସହିତ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ ଟାଇଟଲ ଜିତେଇଛନ୍ତି । ରୋହିତଙ୍କୁ ପ୍ରଶଂସା କରି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ତାଙ୍କ ଅଧିନାୟକତ୍ୱ ରେକର୍ଡ ମଧ୍ୟ ବହୁତ ଭଲ ।

ଏହା ବି ପଢ଼ନ୍ତୁ: ୨୦୧୯ ବିଶ୍ୱକପର ପରାଜୟକୁ ନେଇ ରବି ଶାସ୍ତ୍ରୀଙ୍କ ବଡ଼ ଖୁଲାସା, କହିଲେ-'ଚୟନକର୍ତ୍ତା ଜବରଦସ୍ତି...'

ଏହା ବି ପଢ଼ନ୍ତୁ: ଜାଣନ୍ତୁ କିଏ ଏହି ଫିଲ୍ମ ନିର୍ମାତା ଅଲ୍ଲି ଆକବର; ଯିଏ ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବେ

ଏହା ବି ପଢ଼ନ୍ତୁ: T20I ଏବଂ ODI ରେ ଅଧିନାୟକ ହେବା ପରେ କେତେ ବୃଦ୍ଧି ପାଇବ ରୋହିତଙ୍କ ଦରମା? ଜାଣନ୍ତୁ ଡିଟେଲ୍ସ