ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ଜିଓ ନିଜର ନୂଆ ପ୍ଲାନ୍ ଲଞ୍ଚ କରିଛି । କମ୍ପାନୀ ୫୫୫ ଟଙ୍କା ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି । ଯାହାର ରିଚାର୍ଜରେ ବର୍ଷକ ପାଇଁ Disney+ Hotstar ସବସ୍କ୍ରିପ୍ସନ୍ ମାଗଣାରେ ମିଳୁଛି। ଏଥିସହ କମ୍ପାନୀରେ ସକ୍ରିୟ ଥିବା ଏକ ପ୍ଲାନରେ ମଧ୍ୟ Disney+ Hotstar ସବସ୍କ୍ରିପ୍ସନ୍ ସାମିଲ କରିଛି । ମାନେ JIO ଏକ ନୂଆ ପ୍ଲାନ୍ ଲଞ୍ଚ କରିବା ସହ ଆଉଏକ ପ୍ଲାନରେ ପରିବର୍ତ୍ତନ ଆଣିଛି । କମ୍ପାନୀ ଏହି ଦୁଇ ପ୍ଲାନ୍ ସହ ୪୯୯ ଟଙ୍କାର ଡିଜନି ପ୍ଲସ୍ ହଟଷ୍ଟାର (Disney+ Hotstar) ସବସ୍କ୍ରିପ୍ସନ୍ ପ୍ଲାନ୍ ଅଫର କରୁଛି । ଜିଓର ୫୫୫ ଟଙ୍କା ରିଚାର୍ଜ ପ୍ଲାନ୍ ୫୫ ଦିନ ପାଇଁ ଭ୍ୟାଲିଡିଟି (VALIDITY) ସହ ଆସିବ। 


COMMERCIAL BREAK
SCROLL TO CONTINUE READING

JIO ୫୫୫ ରିଚାର୍ଜ ପ୍ଲାନ୍
ଜିଓ ୫୫୫ ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ୫୫ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟି ମିଳୁଛି। ଏହି ପ୍ଲାନରେ କଞ୍ଜ୍ୟୁମର୍ସ (CONSUMERS)ଙ୍କୁ ୫୫ GB ଡାଟା ଦିଆଯାଉଛି । ଏଥିସହ ୟୁଜର୍ସଙ୍କୁ JIO ଆପ୍ସର ଫ୍ରି ସବସ୍କ୍ରିପ୍ସନ୍ (SUBSCRIPTION) ମଧ୍ୟ ମିଳୁଛି । କମ୍ପାନୀ ଏହି ପ୍ଲାନକୁ IPL(ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍)କୁ ଧ୍ୟାନରେ ରଖି ଲଞ୍ଚ କରିଛି। ଆପଣଙ୍କୁ କହିରଖୁଛୁ ଏହି ପ୍ଲାନରେ ୟୁଜର୍ସଙ୍କୁ ଭଏସ୍ କଲ୍ (VOICE CALL) ଏବଂ ଏସଏମଏସ (SMS)ସୁବିଧା ମିଳିବନାହିଁ।


Also Read: ବଞ୍ଚିବାକୁ ସଙ୍ଘର୍ଷ କରିବେ ଗରିବ ଓ ମଧ୍ୟବିତ୍ତ! ତେଲ, ଗ୍ୟାସ ପରେ ମହଙ୍ଗା ହେବ ଅତ୍ୟାବଶ୍ୟକୀୟ ଔଷଧ


JIOର ୨,୯୯୯ ରିଚାର୍ଜ ପ୍ଲାନ୍
କମ୍ପାନୀ ପୂର୍ବରୁ ଏହି ପ୍ଲାନ୍ ଅଫର କରିଆସୁଛି । ଯେଉଁଥିରେ ଡିଜନି ପ୍ସସ୍ ହଟଷ୍ଟାର( Disney+ Hotstar)ସବସ୍କ୍ରିପ୍ସନ୍ ମାଗଣାରେ ଅଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ୨.୫ GB ଦୈନିକ ଡାଟା ମିଳୁଛି। ଏଥିରେ କଷ୍ଟମର୍ସଙ୍କୁ ଅନଲିମିଟେଡ୍ ଭଏସ୍ କଲ୍ (VOICE CALL) ଏବଂ ପ୍ରତିଦିନ ୧୦୦ SMS ମିଳୁଛି । ଏହି ପ୍ଲାନର ଭ୍ୟାଲିଡିଟି ୩୬୫ ଦିନ ପାଇଁ ରହିଛି । ରିପୋର୍ଟ ମୁତାବକ ଏହି ଅଫର ସୀମିତ ଦିନପାଇଁ ରହିଛି । ୨୬ ମାର୍ଚ୍ଚ ୨୦୨୨ ରେ IPL ଆରମ୍ଭ ହୋଇଛି । ଆଉ ଜିଓ ନିଜ ୟୁଜର୍ସଙ୍କ ପାଇଁ Disney Plus Hotstarର ସବସ୍କ୍ରିପ୍ସନ୍ ରହୁଛି । ଏଥିରେ IPL ଲାଇଫ୍ ଷ୍ଟ୍ରିମିଂ ହେବ। କମ୍ପାନୀ ୨୭୯ ଟଙ୍କାର ରିଚାର୍ଜ ପ୍ଲାନ୍ ଅଫର୍ ଆଣିଛି ।  କିନ୍ତୁ ଏହି ପ୍ଲାନ୍ କେବଳ ବଛାବଛା ଲୋକଙ୍କ ପାଇଁ ରହିଛି । ଏହି ପ୍ଲାନ୍ ବାବଦରେ JIO ନିଜ ୟୁଜର୍ସଙ୍କୁ ନୋଟିଫିକେସନ୍ ଜରିଆରେ ଦେଉଛି। ଏହି ପ୍ଲାନରେ ୟୁଜର୍ସଙ୍କୁ ୧୫ GB ଡାଟା ସହ ବର୍ଷକ ପାଇଁ  Disney+ Hotstar ଆକ୍ସେସ୍ ରହିଛି।