LIC Policy: ଆପଣଙ୍କର କୌଣସି LIC ପଲିସି ଅଛି କି? ତେବେ ଏପରି ଚେକ୍ କରନ୍ତୁ ମ୍ୟାଚୁରିଟି ଓ ପ୍ରିମିୟମର ଷ୍ଟେଟସ୍
LIC Policy: ବର୍ତ୍ତମାନ ଏଥିରେ ଆଉ ଏକ ନୂତନ ସେବା ଯୋଗ କରାଯାଇଛି । ବର୍ତ୍ତମାନ ଆପଣ ପଲିସି ପ୍ରିମିୟମର ପେମେଣ୍ଟ କିମ୍ୱା କୌଣସି ପ୍ରକାରର ପଲିସି ସହ ଜଡ଼ିତ ପେମେଣ୍ଟ Paytm ଓ PhonePe ମାଧ୍ୟମରେ କରିପାରିବେ । LIC ନିଜର ସମସ୍ତ ଡିଜିଟାଲ୍ ପେମେଣ୍ଟ ସୁବିଧା ଯୋଗାଇବା ପାଇଁ Paytm କୁ ନିଯୁକ୍ତ କରିଛି ।
LIC Policy: ଯଦି ଆପଣଙ୍କ ପାଖରେ ମଧ୍ୟ ଭାରତୀୟ ଜୀବନ ବୀମା ନିଗମ (LIC) ର କୌଣସି ପଲିସି ରହିଛି ଏବଂ ଆପଣ ଏହାର ସାମ୍ପ୍ରତିକ ସ୍ଥିତି ଜାଣି ନାହାଁନ୍ତି, ତେବେ ଏଥିରେ ଚିନ୍ତା ହେବାର ଆବଶ୍ୟକତା ନାହିଁ । ଆପଣଙ୍କୁ ମ୍ୟାଚ୍ୟୋରିଟି ସ୍ଥିତି କିମ୍ବା ପ୍ରିମିୟମ୍ ବିଷୟରେ ଜାଣିବା ପାଇଁ ଅଫିସକୁ ଯିବାର ଆବଶ୍ୟକତା ନାହିଁ । ବର୍ତ୍ତମାନ ଆପଣ ଅନଲାଇନରେ LIC ପଲିସିର ସ୍ଥିତି ଯାଞ୍ଚ କରିପାରିବେ । କେବଳ ଏତିକି ନୁହେଁ, ଆପଣ ମେସେଜ ମାଧ୍ୟମରେ ଆପଣଙ୍କର ପଲିସିର ସ୍ଥିତି ମଧ୍ୟ ଜାଣିପାରିବେ । ଏଥିପାଇଁ ପଲିସି ଧାରକଙ୍କୁ କିଛି ସହଜ ପଦକ୍ଷେପ ଅନୁସରଣ କରିବାକୁ ପଡିବ । ଏହା ବ୍ୟତୀତ, LIC ପଲିସି ଧାରକଙ୍କୁ ମୋବାଇଲ୍ ଆପ୍ କିମ୍ବା ୱେବସାଇଟ୍ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ ସୁବିଧା ମିଳିଥାଏ । ବର୍ତ୍ତମାନ ଏଥିରେ ଆଉ ଏକ ନୂତନ ସେବା ଯୋଗ କରାଯାଇଛି । ବର୍ତ୍ତମାନ ଆପଣ ପଲିସି ପ୍ରିମିୟମର ପେମେଣ୍ଟ କିମ୍ୱା କୌଣସି ପ୍ରକାରର ପଲିସି ସହ ଜଡ଼ିତ ପେମେଣ୍ଟ Paytm ଓ PhonePe ମାଧ୍ୟମରେ କରିପାରିବେ । LIC ନିଜର ସମସ୍ତ ଡିଜିଟାଲ୍ ପେମେଣ୍ଟ ସୁବିଧା ଯୋଗାଇବା ପାଇଁ Paytm କୁ ନିଯୁକ୍ତ କରିଛି ।
ଏହି ପରି ଯାଞ୍ଚ କରନ୍ତୁ ଅନଲାଇନ୍ ସ୍ଥିତି
>> ଆପଣଙ୍କୁ LIC ପଲିସିର ଅନଲାଇନ୍ ସ୍ଥିତି ଜାଣିବା ପାଇଁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ https://www.licindia.in/ କୁ ଯିବାକୁ ପଡିବ । ଏଠାରେ ସ୍ଥିତି ଜାଣିବା ପାଇଁ ଆପଣଙ୍କୁ ପଞ୍ଜିକରଣ କରିବାକୁ ପଡିବ ।
>> ପଞ୍ଜୀକରଣ ପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଏଥିପାଇଁ ଆପଣଙ୍କୁ ଆପଣଙ୍କର ଜନ୍ମ ତାରିଖ, ନାମ, ପଲିସି ନମ୍ବର ଦାଖଲ କରିବାକୁ ପଡିବ । ଥରେ ପଞ୍ଜୀକୃତ ହୋଇଗଲେ, ଆପଣ ଯେକୌଣସି ସମୟରେ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ ।
>> ଯଦି ଆପଣ କୌଣସି ସୂଚନା ଚାହୁଁଛନ୍ତି, ତେବେ ଆପଣ 022 6827 6827 କୁ ମଧ୍ୟ କଲ କରିପାରିବେ । ଏହା ବ୍ୟତୀତ, ଆପଣ 9222492224 ନମ୍ବରକୁ LICHELP <ପଲିସି ସଂଖ୍ୟା> ଲେଖି ଏକ ମେସେଜ ମଧ୍ୟ ପଠାଇ ପାରିବେ । ଏଥିରେ ମେସେଜ ପଠାଇବା ଉପରେ ଟଙ୍କା କଟିବ ନାହିଁ ।
ଅଧିକ ପଢ଼ନ୍ତୁ:-ଚଳିତ ବର୍ଷ ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଜାଣନ୍ତୁ ଏଥର କାହା ପଲା ଭାରି
ଅଧିକ ପଢ଼ନ୍ତୁ:-ସକାଳୁ ଉଠିବା ମାତ୍ରେ କରନ୍ତୁ ଏସବୁ କାମ, ଦିନସାରା ହେବ ନାହିଁ କୌଣସି ଅସୁବିଧା
ଅଧିକ ପଢ଼ନ୍ତୁ:- ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍?
SMS ମାଧ୍ୟମରେ କିପରି ପାଇବେ ସୂଚନା
>> ଆପଣ ମୋବାଇଲରୁ ଏକ SMS ପଠାଇ ପଲିସିର ସ୍ଥିତି ବିଷୟରେ ମଧ୍ୟ ସୂଚନା ପାଇପାରିବେ । ଏଥିପାଇଁ ଆପଣଙ୍କୁ 56677 କୁ ଏକ SMS ପଠାଇବାକୁ ପଡିବ ।
>> ଯଦି ଆପଣ ପଲିସିର ପ୍ରିମିୟମ୍ ଜାଣିବାକୁ ଚାହାଁନ୍ତି, ତେବେ ଆପଣ ASKLIC PREMIUM ଟାଇପ୍ କରି 56677 ନମ୍ବରକୁ SMS ପଠାଇ ପାରିବେ ।
>> ଯଦି ପଲିସି ଲେପ୍ସ ହୋଇଯାଇଛି ତ ଏଥିପାଇଁ ଆପଣଙ୍କୁ ASKLIC REVIVAL ଟାଇପ୍ କରି ଏହାକୁ SMS କରିବାକୁ ପଡିବ ।