କାଠମାଣ୍ଡୁ: ଗତ କିଛି ମାସ ହେଲା ବିଶ୍ୱ ବଜାରରେ ଅଶୋଧିତ ତେଲର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହାର ପ୍ରଭାବରେ ପ୍ରାୟ ସମସ୍ତ ବିକାଶଶୀଳ ଓ ଗରିବ ଦେଶ ଉପରେ ପଡିଛି। ଏହି ତେଲ ସଙ୍କଟରେ ଏବେ ଭାରତର ପଡୋଶୀ ଦେଶ ନେପାଳ ଜର୍ଜରିତ ହେଉଛି। ଆଗକୁ ଯେଭଳି ସ୍ଥିତି ଖରାପ ନହୁଏ ସେଥିପାଇଁ ନେପାଳ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି।


COMMERCIAL BREAK
SCROLL TO CONTINUE READING

୫୦ରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧର ପରିମାଣ ସ୍ୱରୂପ ତେଲ ଦର ଆକାଶ ଛୁଆଁ ହୋଇଛି। ଋଷ (Russia) ବିଶ୍ୱର ଏକ ବଡ ତେଲ (Petrolium) ଉପ୍ତାଦନକାରୀ ଦେଶ। କିନ୍ତୁ ଯୁଦ୍ଧ ପରେ ୟୁରୋପ, ଆମେରିକା ସମେତ ଅନେକ ଦେଶ ଋଷ ତେଲ ଉପରେ ପ୍ରତିବନ୍ଧକ ଲଗାଯାଇଛନ୍ତି। ଅନ୍ୟାନ୍ୟ ପ୍ରମୁଖ ତୈଳ ଉତ୍ପାଦନକାରୀ ଇରାନ ଏବଂ ଭେନେଜୁଏଲା ଉପରେ ମଧ୍ୟ ପେଟ୍ରୋଲିୟମ ବିକ୍ରୟ ଉପରେ ମଧ୍ୟ କଟକଣା ଲଗାଯାଇଛି। 


Also Read: Fourth wave of Covid-19: ଜାତୀୟ ରାଜଧାନୀରେ କୋରୋନା ବିସ୍ଫୋରଣ, ଦିନକରେ ଚିହ୍ନଟ ହେଲା...


ମହାମାରୀ କୋରୋନା (Coronavius) ପୂର୍ବରୁ ରାଜନୈତିକ ଅସ୍ଥିରତା ଓ ପରେ ଆର୍ଥନୈତିକ ସଙ୍କଟ ଦେଇ ନେପାଳ (Nepal) ଗତି କରୁଛି। ଏହାରି ମଧ୍ୟରେ ବିଶ୍ୱ ବଜାରର ମହଙ୍ଗା ତେଲ ନେପାଳ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେଉଛି। ଫଳେରେ ଆଗକୁ ଦେଶରେ ପେଟ୍ରୋଲିୟମ ଦ୍ରବ୍ୟର ସଙ୍କଟ ଦେଖାଦେବାର ଆଶଙ୍କା ଅଛି। ତେଣୁ ଏହାର ମୁକାବିଲା ପାଇଁ ସରକାର ଆଗୁଆ ରଣନୀତି ପ୍ରସ୍ତୁତ କରିବା ସହ ତାକୁ ଲାଗୁ ମଧ୍ୟ କରୁଛନ୍ତି। 


ତୈଳ ସଙ୍କଟରୁ ମୁକ୍ତି ପାଇବା ଓ ଗଚ୍ଛିତ ତେଲକୁ ସଞ୍ଚୟ କରିବା ପାଇଁ ନେପାଳ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଇନ୍ଧନ ଖର୍ଚ୍ଚ ହ୍ରାସ କରିବା ପାଇଁ ନେପାଳ ସରକାର ଚଳିତ ମାସରେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ସପ୍ତାହକୁ ଦୁଇ ଦିନିଆ ଛୁଟି ଘୋଷଣା କରିବାକୁ ଚିନ୍ତା କରୁଛନ୍ତି। ଯଦି ଏପରି ହୁଏ ତେବେ କର୍ମଚାରୀମାନେ ଅଧିକ ସମୟର ଘରେ ରହିବେ, ସେମାନଙ୍କ ଯାନବାହନରେ ଯାତାୟତ କମ ହେବ ଓ ତେଲ ସଞ୍ଚୟ ହେବା ସହ ସେଥିରେ ହେବାକୁ ଥିବା ଖର୍ଚ୍ଚ ବଞ୍ଚିଯିବ ବୋଲି ଯୁକ୍ତି ଦିଆଯାଉଛି। 


Also Read: ବିଶ୍ବାଳପାଲିବାସୀଙ୍କ ଶୋଷ ମେଣ୍ଟାଉଛି ଦୂଷିତ ଚୂଆ ପାଣି


ତୈଳ କମ୍ପାନୀ ଙ୍କ ପରାମର୍ଶ


ନେପାଳ କ୍ୟାବିନେଟ ସୂତ୍ରରୁ ଜଣାପଡିଛି ଯେ, ସପ୍ତାହକୁ ଦିନେ ବଦଳରେ କର୍ମଚାରୀଙ୍କୁ ଦୁଇ ଦିନ ଛୁଟି ଦେବାକୁ ସରକାରଙ୍କୁ ନେପାଳର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ନେପାଳ ତୈଳ ନିଗମ ପରାମର୍ଶ ଦେଇଛି। ପ୍ରାୟ ଦୁଇ ମାସ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ବିଶ୍ୱରେ ତୈଳ ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ଅନ୍ୟାନ୍ୟ ପ୍ରମୁଖ ତୈଳ ଉତ୍ପାଦନକାରୀ ଇରାନ ଏବଂ ଭେନେଜୁଏଲା ଉପରେ ମଧ୍ୟ ପେଟ୍ରୋଲିୟମ ବିକ୍ରୟ ପାଇଁ ଆମେରିକା ତରଫରୁ କଟକଣା ଜାରି କରାଯାଇଛି।


ହ୍ରାସ ହୋଇଥିବା ବୈଦେଶିକ ମୁଦ୍ରା


କୋଭିଡ ମହାମାରୀ ହେତୁ ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା ଲାଗିଥିଲା। ଫଳରେ ପର୍ଯ୍ୟଟନ ଶୀଳ୍ପ ଉପରେ ନିର୍ଭରଶୀଳ ଥିବା ନେପାଳର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବାରେ ଲାଗିଛି। ଜଣେ ଅଧିକାରୀ କହିଛନ୍ତି ଯେ, ସବସିଡି ହାରରେ ଇନ୍ଧନ ବିକ୍ରୟ କରୁଥିବା ତଥା ବର୍ତ୍ତମାନର ବିଶ୍ୱସ୍ତରରେ ବହୁ କ୍ଷତି ସହୁଥିବା ନେପାଳ ତୈଳ ନିଗମର ଏହି ପରାମର୍ଶ ବେଶ ସହାୟକ ହେବ ବୋଲି ସରକାର ଦେଖୁଛନ୍ତି। ସରକାରୀ ମୁଖପାତ୍ର ଜୟନେନ୍ଦ୍ର ବାହାଦୂର କାର୍କି ଗଣମାଧ୍ୟମକୁ କହିଛନ୍ତି ଯେ ସରକାର ଏ ବାବଦରେ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ସେ କହିଛନ୍ତି ଯେ ପ୍ରସ୍ତାବ ଆସିଛି, କିନ୍ତୁ ଏହା ଉପରେ ଏବେ ବିଚାର କରାଯାଉଛି।