ବିଶ୍ବାଳପାଲିବାସୀଙ୍କ ଶୋଷ ମେଣ୍ଟାଉଛି ଦୂଷିତ ଚୂଆ ପାଣି
Advertisement

ବିଶ୍ବାଳପାଲିବାସୀଙ୍କ ଶୋଷ ମେଣ୍ଟାଉଛି ଦୂଷିତ ଚୂଆ ପାଣି

ସମ୍ବଲପୁର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବିଶ୍ୱାଳପାଳି ଅଞ୍ଚଳରେ ଜଳ ଯନ୍ତ୍ରଣା ପାଇଁ ଗ୍ରାମବାସୀ ଡହଳ ବିକଳ ହେଉଛନ୍ତି। ଜିଲ୍ଲା ପ୍ରଶାସନ ଆଢୁଆଳରେ ରହିଯାଇଥିବା ବିଶ୍ବାଳପାଲି ଗ୍ରାମ ପାଇଁ ସ୍ୱଚ୍ଛ ପାନୀୟ ଜଳ ସାତ ସପନ ପାଲଟିଛି।

ଡିଜାଇନ୍ ଫଟୋ

ସମ୍ବଲପୁର: ପ୍ରଚଣ୍ଡ ଖରାକୁ ଅସହ୍ୟ ତାତି। ଖରାଦିନ ଆରମ୍ଭରୁ ପାଣି ପାଇଁ ହାହାକାର ଦେଖିବାକୁ ମିଳିଛି। ପାଣି ମୁନ୍ଦାଏ ପାଇଁ ଗ୍ରାମବାସୀ ସଂଘର୍ଷ କରୁଛନ୍ତି। ଆଉ ଏଠାରେ ଦୂଷିତ ଚୂଆ ପାଣି ସ୍ଥାନୀୟ ବାସିନ୍ଦାଙ୍କର ଶୋଷ ମେଣ୍ଟାଉଛି। ଏପରି ଦୃଶ୍ୟ ସମ୍ବଲପୁର ଜିଲ୍ଲା ବଡରମା ଗ୍ରାମ ପଞ୍ଚାୟତର ବିଶ୍ବାଳପାଲି ଗ୍ରାମରେ ଦେଖିବାକୁ ମିଳିଛି। 

ସମ୍ବଲପୁର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବିଶ୍ୱାଳପାଳି ଅଞ୍ଚଳରେ ଜଳ ଯନ୍ତ୍ରଣା ପାଇଁ ଗ୍ରାମବାସୀ ଡହଳ ବିକଳ ହେଉଛନ୍ତି। ଜିଲ୍ଲା ପ୍ରଶାସନ ଆଢୁଆଳରେ ରହିଯାଇଥିବା ବିଶ୍ବାଳପାଲି ଗ୍ରାମ ପାଇଁ ସ୍ୱଚ୍ଛ ପାନୀୟ ଜଳ ସାତ ସପନ ପାଲଟିଛି। ଏଠିକାର ଲୋକଙ୍କ ଜଳ କଷ୍ଟ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିବା ମୁସକିଲ ହେବ। ଜମନକିରା ବ୍ଲକ ବଡରମା ପଞ୍ଚାୟତ ବିଶ୍ବାଳପାଲି ଗ୍ରାମରେ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ବିକାଶର ଏହି ନଗ୍ନ ଚିତ୍ର ଦେଖିବାକୁ ମିଳୁଛି। 

Also Read: ଆଠ ବର୍ଷରେ ବଦଳିଛି ଭାରତ, ଚମକାଇଦେଲା ବିଶ୍ୱ ବ୍ୟାଙ୍କ ରିପୋର୍ଟ

ବର୍ଷ ତମାମ ବିଶ୍ବାଳପାଲି ଗ୍ରାମବାସୀ ଜଳକଷ୍ଟରେ ଜର୍ଜରିତ ହେଉଛନ୍ତି। ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରୁଥିବା ବେଳେ ଏହାର ନିଚ୍ଛକ ବାସ୍ତବିକତାର ନଗ୍ନ ଦୃଶ୍ୟ ଏହି ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ଆଦିବାସୀ ଅଧ୍ୟୁଷିତ ବିଶ୍ବାଳପାଲି ଗ୍ରାମରେ ସ୍ବଚ୍ଛ ପାନୀୟଜଳ ଯୋଗାଣର ବ୍ୟବସ୍ଥା ନଥିବାରୁ ଲୋକେ ଜଙ୍ଗଲ ଭିତରେ ଥିବା ଚୁଆ ପାଣି ଉପରେ ଭରସା କରିଛନ୍ତି। ଗ୍ରାମରେ ଗୋଟିଏ ହେଲେ ନୂଳକୂପ କିମ୍ବା ପୋଖରୀ ନାହିଁ। ଗାଈଗୋରୁଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପଶୁ ସେହି ଅଞ୍ଚଳର ପାଣିକୁ ଦୂଷିତ କରୁଛନ୍ତି। କିନ୍ତୁ ଜୀବନ ବିକଳରେ ସେହି ପାଣିକୁ ମଣିଷ ମଧ୍ୟ ପିଉଛନ୍ତି। 

fallback

ଜଳ ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କ ଠାରୁ ବିଡ଼ିଓ ଓ ଜନନେତାଙ୍କ ଠାରେ ଗୁହାରି କରିସାରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ। ସମ୍ବଲପୁର ପିଡ଼ି-ଡିଆରଡିଏ ଦିଲ୍ଲୀପ କୁମାର ବଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ଅନ୍ୟପଟେ RWSSର ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ସୁଚିତ୍ର କୁମାର ମହାନ୍ତି କହିଛନ୍ତି ଯେ, ସମସ୍ୟାର ସମାଧାନ ପାଇଁ ବିଭାଗୀୟ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି। ଯଥାଶୀଘ୍ର ଗ୍ରାମରେ ଏକ ନଳକୂପ ଖୋଲାଯିବ ବୋଲି ସେ କହିଛନ୍ତି। 

Also Read: ଘରୋଇ କଳିରୁ ମାନବ ଚାଲାଣ! ଦେଢ଼ ଲକ୍ଷରେ ବିକ୍ରି ବିବାହିତା ମଧ୍ୟପ୍ରଦେଶରୁ ଉଦ୍ଧାର, ପାଞ୍ଚ ଗିରଫ

ବର୍ଷ ବର୍ଷ ଧରି ପାନୀୟଜଳ ପରି ମୌଳିକ ସୁବିଧାରୁ ବଞ୍ଚିତ ବିଶ୍ବାଳପାଲି ଗ୍ରାମକୁ ଦିଆଯାଇଥିବା ପ୍ରତିଶୃତି କେବେ ପୂରଣ ହେଉଛି ତାହାକୁ ସାଧାରଣରେ ଅପେକ୍ଷା।