RBI bars, ନୂଆଦିଲ୍ଲୀ: ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀ ତରଫରୁ ଋଣ ରିକଭରୀ ପାଇଁ ତୃତୀୟ ପକ୍ଷର ସହାୟତା ନିଆଯାଉଛି। ଯାହାକୁ ନେଇ ରିଜର୍ଭ ବ୍ୟାଙ୍କ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏପରି ଏକ ମାମଲାରେ ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସ ଲିମିଟେଡ ଉପରେ ରିଜର୍ଭ ବ୍ୟାଙ୍କ ଏକ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଗ୍ରାହକଙ୍କ ଠାରୁ ଅସୁଲ କରାଯାଇଥିବା ଋଣ ଟଙ୍କା କିମ୍ବା ସମ୍ପତ୍ତିକୁ ଫେରସ୍ତ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଏଣିକି ଆଉ ତୃତୀୟ ପକ୍ଷ ଦ୍ୱାରା ଗ୍ରହକଙ୍କ ଠାରୁ ଋଣ ଅସୁଲ କିମ୍ବା ସମ୍ପତ୍ତି ଜବତ କରାଯାଇପାରିବ ନାହିଁ। ଏହି ନିର୍ଦ୍ଦେଶନାମକୁ ତତ୍କାଳ କାର୍ଯ୍ୟକାରି କରିବାକୁ ରିଜର୍ଭ ବ୍ୟାଙ୍କ ଦେଶର ସମସ୍ତ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଝାଡଖଣ୍ଡର ହଜାରୀବାଗ ଜିଲ୍ଲାର ଏକ ମାମଲା ବିଚାର କରି କେନ୍ଦ୍ରୀୟ ବ୍ୟାଙ୍କ ଏହା କହିଛନ୍ତି। ଋଣ ଟଙ୍କା ପାଇଁ ଜଣେ ୨୭ ବର୍ଷିୟା ମହିଳାଙ୍କୁ ଏଜେଣ୍ଟ ଦ୍ୱାରା ଟ୍ରାକ୍ଟର ଚପାଇ ହତ୍ୟା କରାଯିବା ଖବର ଆସିବା ପରେ ରିଜର୍ଭ ବ୍ୟାଙ୍କ ଶକ୍ତ ହୋଇଛନ୍ତି।


Also Read: BSNL CGM taken VRS: ସରକାରୀ କର୍ମଚାରୀ ସାବଧାନ! ଶୋଇଲେ ଚାକିରି ଯିବ


ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସ ଲିମିଟେଡର କର୍ମଚାରୀମାନେ ଋଣ ଟଙ୍କା ଆଦାୟ କିମ୍ବା ସମ୍ପତ୍ତି ଜବତ କରିପାରିବେ। କିନ୍ତୁ ଏଥିପାଇଁ ମୁମ୍ବାଇର ନିର୍ଦ୍ଧିଷ୍ଟ ସଂସ୍ଥା ପକ୍ଷରୁ କରାଯାଉଥିବା ଆଉଟସୋର୍ସିଂକୁ କମ୍ପାନୀ ତୁରନ୍ତ ବନ୍ଦ କରିବାକୁ ପଡିବ। ହଜାରୀବାଗ ଜିଲ୍ଲାରେ ଯେଉଁ ଘଟଣା ଘଟିଲା ତାହା ଆଉଟସୋର୍ସିଂ ବ୍ୟବସ୍ଥା ପାଇଁ ହୋଇଛି। ଯାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ ବୋଲି ରିଜର୍ଭ ବ୍ୟାଙ୍କ ହୃଦୟଙ୍ଗମ କରିଛନ୍ତି।


ସୂଚନାଯୋଗ୍ୟ, ଗତ ସପ୍ତାହରେ ଋଣ ଟଙ୍କା ନ ଦେବାରୁ ଝାଡଖଣ୍ଡର ହଜାରୀବାଗ ଜିଲ୍ଲାରେ ଜଣେ ଗର୍ଭବତୀଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ 'ଟିମ ଲିଜ'ର ରୋସନ ନାମକ ଜଣେ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି। ମୃତ ମହିଳା ଜଣକ ମହିନ୍ଦ୍ରା ଫାଇନାନ୍ସ ଠାରୁ ଋଣ ନେଇଥିଲେ କିନ୍ତୁ 'ଟିମ ଲିଜ'ର ଏଜେଣ୍ଟକୁ ସେହି ଟଙ୍କା ଆଦାୟ ଦାୟିତ୍ୱ ଦିଆଯାଇଥିଲା। ସେପଟେ ମହିନ୍ଦ୍ରା ଗ୍ରୁପର ଏମଡି ଅନିଶ ଶାହା ମହିଳାଙ୍କ ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି କହିଛନ୍ତି।