BSNL CGM taken VRS: ସରକାରୀ କର୍ମଚାରୀ ସାବଧାନ! ଶୋଇଲେ ଚାକିରି ଯିବ
Advertisement
Article Detail0/zeeodisha/odisha1363506

BSNL CGM taken VRS: ସରକାରୀ କର୍ମଚାରୀ ସାବଧାନ! ଶୋଇଲେ ଚାକିରି ଯିବ

BSNL CGM taken VRS: ମୃତ୍ୟୁ ଶଯ୍ୟାରେ ଥିବା ବ୍ୟକ୍ତି ତୁଣ୍ଡରେ ପାଣି ଦେବା ଭଳି ଗତମାସରେ BSNL ପାଇଁ କେନ୍ଦ୍ର ସରକାର ୧.୬୪ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଥିଲେ। ଏହା ପରେ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ BSNLର CGM ସ୍ତରୀୟ ବୈଠକ ହୋଇଥିଲା। ବୈଠକରେ BSNL କର୍ମଚାରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ମନ୍ତ୍ରୀ କହିଥିଲେ।

BSNL CGM taken VRS: ସରକାରୀ କର୍ମଚାରୀ ସାବଧାନ! ଶୋଇଲେ ଚାକିରି ଯିବ

BSNL CGM taken VRS, ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ଶୋଇବା BSNLର ଜଣେ ବରିଷ୍ଠ ଅଧିକାରୀଙ୍କୁ ମହଙ୍ଗା ପଡିଛି। ନିଜ ଚାକିରି ହରାଇ ଅଧିକାରୀ ଜଣକ ଏହାର ମୂଲ୍ୟ ଦେଇଛନ୍ତି। ମନ୍ତ୍ରୀଙ୍କ ତାଗିତ ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବେଙ୍ଗାଲୁରୁର ମୁଖ୍ୟ ମହାପ୍ରବନ୍ଧକ (CGM) ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ଗତ ଅଗଷ୍ଟରେ BSNLର CGM ସ୍ତରୀୟ ବୈଠକରେ କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଥିଲେ। ଏହି ବୈଠକରେ ଉକ୍ତ ଅଧିକାରୀ ଜଣକ ଶୋଇଥିବା ଦେଖି ମନ୍ତ୍ରୀ ବିରକ୍ତ ହେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ।

ଦୟନୀୟ ସ୍ଥିତି ଦେଇ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଗତି କରୁଛି। କେତେବେଳେ ସଂସ୍ଥା ବୁଡିଯିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ଏଭଳି ପରିସ୍ଥିତିରେ BSNL ଅଧିକାରୀଙ୍କ ଖାମଖିଆଲି ମନୋଭାବ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବହୁତ ବାଧିଛି। ଯେଉଁଥିପାଇଁ ତାଙ୍କ ବୈଠକରେ ଶୋଇଥିଲେ ବୋଲି ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀଙ୍କ ଚାକିରି ନେଇଗଲେ। ଅଧିକାରୀ ଜଣକ ଟେଲିକମ ମନ୍ତ୍ରୀଙ୍କ ବୈଠକରେ ଶୋଇଥିଲେ ଏବଂ ଏବେ ସେ VRS ନେବାକୁ ବାଧ୍ୟ ହୋଇଛନ୍ତି। VRS ନେଇଥିବା ଅଧିକାରୀ ଜଣକ ବେଙ୍ଗାଲୁରୁରେ ମୁଖ୍ୟ ମହାପ୍ରବନ୍ଧକ ଥିଲେ। ଗୁରୁବାର ଦିନ ତାଙ୍କର VRS ଆବେଦନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

Also Read: ଅଶ୍ୱିନୀ ବୈଷ୍ଣବଙ୍କ ମିଟିଂ ସମୟରେ ଶୋଇପଡ଼ିଥିଲେ ଅଧିକାରୀ, ଆଖିପିଛୁଳାକେ ଚାଲିଗଲା ଚାକିରି

 

ମୃତ୍ୟୁ ଶଯ୍ୟାରେ ଥିବା ବ୍ୟକ୍ତି ତୁଣ୍ଡରେ ପାଣି ଦେବା ଭଳି ଗତମାସରେ BSNL ପାଇଁ କେନ୍ଦ୍ର ସରକାର ୧.୬୪ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଥିଲେ। ଏହା ପରେ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ BSNLର CGM ସ୍ତରୀୟ ବୈଠକ ହୋଇଥିଲା। ବୈଠକରେ BSNL କର୍ମଚାରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ମନ୍ତ୍ରୀ କହିଥିଲେ। ବେସରକାରୀ ଟେଲକୋମ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ଗ୍ରାହକଙ୍କ ସନ୍ତୁଷ୍ଟତା ଉପରେ ଧ୍ୟାନ ଦେବାକୁ କର୍ମଚାରୀମାନଙ୍କୁ ସେ ପରାମର୍ଶ ମଧ୍ୟ ଦେଇଥିଲେ। କିନ୍ତୁ ଏହି ବୈଠକ ବେଳେ BSNLର ଜଣେ ବରିଷ୍ଠ ଅଧିକାରୀ ଶୋଇପଡିଥିଲେ। ଯାହାକୁ ଦେଖି ମନ୍ତ୍ରୀ ବିରକ୍ତ ହେବା ସହ ତାଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ।

ତେବେ ସେହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସ୍ୱଚ୍ଛାକୃତ ଅବସର ନେବାକୁ ବାଧ୍ୟ କରାଯାଇଛି। ଯେଉଁମାନେ କାମ କରୁନାହାଁନ୍ତି ସେମାନଙ୍କୁ ଶୀଘ୍ର ଅବସର ନେବାକୁ ବାଧ୍ୟ କରାଯିବ ବୋଲି ପୂର୍ବରୁ କର୍ମଚାରୀମାନଙ୍କୁ ମନ୍ତ୍ରୀ ଚେତାବନୀ ଦେଇସାରିଛନ୍ତି। ତେବେ ତାଙ୍କ ଶବ୍ଦ କେବଳ ଧମକ ନ ଥିଲା, ବରଂ ଶୋଇଥିବାରୁ ଜଣେ CGMଙ୍କ ଚାକିରି ଚାଲିଗଲା। ଏହି ପରିସ୍ଥିତି ନିଶ୍ଚିତ ଭାବରେ BSNLର ଠକ କର୍ମଚାରୀଙ୍କ ମନରେ ଭୟ ସୃଷ୍ଟି କରିବ। କିନ୍ତୁ କେବଳ ଶୋଇବା ଦୋଷରେ ଜଣଙ୍କ ଚାକିରି ଛଡାଇନେବା କେତେ ଦୂର ଠିକ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Also Read: Congress President Election: ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଗେହଲୋତଙ୍କୁ ବଡ଼ ଝଟକା ଦେଲେ ରାହୁଲ

ସେପଟେ କିଛି ଲୋକ କହିଛନ୍ତି, 'ବ୍ରାହ୍ମଣ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ! ଜଣେ କର୍ମଚାରୀ ଶୋଇଲେ ବୋଲି ତାଙ୍କ ଚାକିରି ଛଡେଇ ନିଆଗଲା। ଦଣ୍ଡ ସ୍ୱରୂପ ସେ VRS ନେଲେ। କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳୁଛି ଯେ, ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ବେଳେ ଅନେକ ମନ୍ତ୍ରୀ ଓ ସାଂସଦ ଶୋଇ ପଡୁଛନ୍ତି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶୋଇବାର ମଧ୍ୟ ଭିଡିଓ ଭାଇରାଲ ହୋଇଛି। ଏହା ବ୍ୟତୀତ ବିରୋଧି ଦଳର ବରିଷ୍ଠ ନେତାଙ୍କ ମଧ୍ୟ ଆଖି ଲାଗି ଯାଉଛି। ଏଭଳି ପରିସ୍ଥିତିରେ ସେମାନଙ୍କର ମଧ୍ୟ ପଦପଦବୀ ଯିବା ଆବଶ୍ୟକ।'

ସୂଚନାଯୋଗ୍ୟ, ୨୦୨୩ ମସିହାରେ BSNL ହୋମଗ୍ରାଉଣ୍ଡରେ 4G ଲଞ୍ଚ କରିବାକୁ ଯୋଜନା କରୁଛି। ଏହି ସମୟରେ ରାଷ୍ଟ୍ରାୟତ କର୍ମଚାରୀମାନଙ୍କୁ କଠୋର ପରିଶ୍ରମ କରିବାର ଆବଶ୍ୟକତା ରହିଛି। ୨୦୨୨ ଶେଷ ସୁଦ୍ଧା ଦେଶର କେତେକ ସ୍ଥାନରେ କିଛି ସଫ୍ଟ ଲଞ୍ଚ ହୋଇପାରେ।