ଭୁବନେଶ୍ଵର: ସୋମବାର ଅର୍ଥାତ୍ ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। କାରଣ ଆସନ୍ତାକାଲି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଥିବାରୁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରତି ସୋମବାର ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ବସି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଅଭିଯୋଗ ଶୁଣନ୍ତି। ଭୁବନେଶ୍ୱରର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ହେଉଛି ଏହି ଅଭିଯୋଗ ଶୁଣାଣି। ପ୍ରତ୍ୟେକ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ତାଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଅନ୍ୟ କେତେ ଜଣ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହୁଛନ୍ତି। 


COMMERCIAL BREAK
SCROLL TO CONTINUE READING

https://x.com/IPR_Odisha/status/1814867226551361947?t=eOQUvuKTWqYNLHtPAb2hng&s=19


ସେପଟେ କାଲିଠୁ ସପ୍ତଦଶ ଅଧିବେଶନ ବିଧାନସଭାରେ ଆରମ୍ଭ ହେବ। ଶାସକ ବିଜେପିର ପ୍ରଥମ ବିଧାନସଭା ହୋଇଥିବା ବେଳେ ଅନ୍ୟପଟରେ ବିରୋଧୀ ଗାଦିରେ ୨୪ ବର୍ଷର ଶାସକ। ଯାହା ଏଥର ବିଧାନସଭା ଗୃହ ଲଢେଇକୁ ଆହଚରି ରୋଚକ କରିବ। ଉଭୟ ଦଳ ଜନତାଙ୍କ ସ୍ବାର୍ଥରେ କିପରି ଉତୀର୍ଣ୍ଣ ହେଉଛନ୍ତି ତାହା ଦେଖିବା ସାପେକ୍ଷ। ଅନ୍ୟପଟରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଶୋଚନୀୟ। ଏପର୍ଯ୍ୟନ୍ତ ବିଧାୟକ ଦଳ ନେତା ବଛାଯାଇପାରିଲା ନାହିଁ । ସେଭଳି ସ୍ଥିତିରେ ବିଧାନସଭାରେ କଂଗ୍ରେସର ଆଭିମୁଖ୍ୟ ଉପରେ ଆଲୋଚନା ନକରିବା ହିଁ ଭଲ। ତଥାପି ଏଥର କାଳେ ବିଜେଡି ସାଙ୍ଗରେ ମିଶି ସରକାରଙ୍କୁ କଂଗ୍ରେସ ଘେରିବ ବୋଲି ଚର୍ଚ୍ଚା ହେଉଛି।