Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2436696

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1-Cm Mohan Charan Majhi Puri visit today:ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପୁରୀ ଗସ୍ତ। ବିଜେପି ସରକାରଙ୍କ ୧୦୦ ଦିନ ସଫଳତା ନେଇ ଆଜି ଶରଧାବାଲିରେ ହେବାକୁ ଯାଉଛି  ବିଶାଳ ସମାବେଶ ଓ ପ୍ରଦର୍ଶନୀ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସମାବେଶକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  କାର୍ଯ୍ୟକ୍ରମରେ ବିଜେପିକ ୨ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ, ସାଂସଦ  ,ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରତି ନିର୍ବାଚନ ମଣ୍ତଳୀରୁ ୨ ହଜାର ନେତା,କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଛନ୍ତି।  ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ୧୨ ଶହରୁ ଅଧିକ ଫୋର୍ସଙ୍କ ପୁଲିସ୍ ଅଧିକାରୀଙ୍କୁ ମୃତୟନ କରାଯିବ। ଦିନ ପ୍ରାୟ ୧୧ ଟା ସମୟରେ ସଭା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଦିନ ୧୨ଟାରେ ଏଥିରେ ଯୋଗ ଦେବେ। ପରେ ଦିନ୧ଟା ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଠାରୁ ସେ ନିଳାଚ ଅର୍ବାନ ହାଟକୁ ଯାଇ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।  
 
 
2-Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଶନିବାର ଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ବିଶେଷ କରି,  ଉତ୍ତର ଓଡି଼ଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗରେ ୨୨ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୪ ତାରିଖ ଯାଏଁ  ପ୍ରବଳ ବର୍ଷା  ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।  ପୁଣି ବର୍ଷା ହେଲେ ବାଲେଶ୍ବର ଓ ମୟୂରଭଂଜରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ରହିଛି। ଆଜି ଭଦ୍ରକ, ମୟୂରଭଂଜ, କେନ୍ଦୁଝର, ଯାଜପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳର କିଛି ସ୍ଥାନରେ ବର୍ଷା ହୋଇପାରେ। 
 
3-Ratnabhandar: ଦୀର୍ଘ ତିନିଘଣ୍ଟା ଧରି ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କଲା ଏଏସଆଇର  ୧୭ଜଣିଆ ଉଚ୍ଚସ୍ତରୀୟ ବୈଜ୍ଞାନିକ କମିଟି। ଭିତର ଓ ବାହାର ରତ୍ନଭଣ୍ଡାରର କାନ୍ଥ ଓ ଛାତର ଲେଜର ସ୍କାନିଂ କରାଯାଇଛି। ତାପରେ ଏସବୁକୁ ଡକ୍ଯୁମେଣ୍ଟେସନ କରାଯିବ।ଲେଜର ସ୍କାନିଂରେ ଉଠିଥିବା ଫଟକୁ ଡିଜିଟାଲାଇଜେଶନ  ମେଥଡରେ ଟିକନିକ ଅନୁଧ୍ୟାନ କରାଯିବ।  ୧୭ଜଣିଆ ବୈଜ୍ଞାନିକ ଟିମ୍ ଜରିଆରେ ବୈଷୟିକ ତଥ୍ୟ ସଂଗ୍ରହ କରାଯାଇଛି। ହେଲେ ଆଜି ବୈଜ୍ଞାନିକ ସର୍ବେକ୍ଷଣ ହୋଇଥିଲେ ମଧ୍ୟ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହାନ୍ତି। ପୁନର୍ବାର ଆଉଥରେ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରାଯିବ। 
 
4-Flood situation: ନୂଆଦିଲ୍ଲୀ: ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ପଶ୍ଚିମ ଓଡ଼ିଶାରେ ଦୁଇଟି ଜୀବନରେଖା ପାଲଟିଥିବା କୋଏଲ ଓ ଶଙ୍ଖ ନଦୀରେ ବନ୍ୟା ଆସିଛି। ଶଙ୍ଖ ନଦୀ ଉପରେ ହୋଇଥିବା ମନ୍ଦିରା ଜଳଭଣ୍ଡାରର ୧୧ଟି ଗେଟ ମଧ୍ୟରୁ ୧୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେବାରେ ଲାଗିଛି। ଫଳରେ ଏହି ବନ୍ୟା ଜଣ ବ୍ରାହ୍ମଣୀ ନଦୀରେ ମିଶିବାରୁ ବ୍ରାହ୍ମଣୀରେ ଜଳସ୍ତରରେ ବୃଦ୍ଧି ଘଟିଛି। ଏହା ସହିତ ବ୍ରାହ୍ମଣୀକୁ ଲାଗିଥିବା ନାଳ ଗୁଡ଼ିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରାଉରକେଲାର ପାନପୋଷ ବାଲୁଘାଟ ବସ୍ତିରେ ବନ୍ୟା ଜଳ ପ୍ରବେଶ କରିଛି। 
 
5-Chandrayaan-4 Mission: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ଦିନ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମଧ୍ୟ ଅନୁମୋଦନ କରାଯାଇଛି। ଏହି ମିଶନ ଅଧୀନରେ ଭାରତୀୟ ମହାକାଶଚାରୀମାନଙ୍କୁ ଚନ୍ଦ୍ରରେ ଅବତରଣ କରିବା ଏବଂ ସେମାନଙ୍କୁ ନିରାପଦରେ ପୃଥିବୀକୁ ଫେରାଇବା ପାଇଁ ଆବଶ୍ୟକ ପ୍ରଯୁକ୍ତିବିଦ୍ୟା ବିକାଶ କରିବାର ଯୋଜନା ରହିଛି। ଚନ୍ଦ୍ରଯାନ-୪ ମିଶନ ଅଧୀନରେ ଚନ୍ଦ୍ରରେ ପଥର ଓ ମାଟି ମଧ୍ୟ ପୃଥିବୀକୁ ଅଣାଯିବ ଯାହା ଦ୍ୱାରା ସେଗୁଡିକ ଗବେଷଣା କରାଯାଇପାରିବ।
 
6-Odisha to Procure 1crore Paddy this year: ରାଜ୍ୟରେ ଚଳିତ ବର୍ଷ  ୧ କୋଟି ଟନ୍ ଧାନ  ସଂଗ୍ରହ କରାଯିବ।  ଚାଷୀମାନଙ୍କ ଠାରୁ  ସରକାର କ୍ବିଣ୍ଟାଲ୍ ପିଛା ୩୧୦୦ ଟଙ୍କାରେ ଧାନ କିଣିବେ।  ରାଜ୍ୟରେ ଚାଷୀମାନେ ଯେଭଳି ଠିକଣା ଭାବେ  ଧାନ ବିକ୍ରି ସହ ଠିକ୍ ସମୟରେ ପ୍ରାପ୍ୟ ପାଇବେ । ଏନେଇ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଉଛନ୍ତି। 
 
 
7-Trump Meet Modi: ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇପାରେ। ଟ୍ରମ୍ପ ନିଜେ ଏହା ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ ଉଭୟଙ୍କ ମଧ୍ୟରେ ଏହି ବୈଠକ ହୋଇପାରେ। ବାସ୍ତବରେ ଚଳିତ ବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପ୍ରଚାର ମଧ୍ୟରେ ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ କହିଛନ୍ତି ଯେ ସେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ। ମିଚିଗାନର ଫ୍ଲିଣ୍ଟରେ ନିର୍ବାଚନ ପ୍ରଚାର ସମୟରେ ସେ ଏହି ସୂଚନା ଦେଇଛନ୍ତି। 
 
8-Atishi Marlena Delhi New CM: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ  ଆତିଶୀ ୨୧ ସେପ୍ଟେମ୍ବରରେ ଶପଥ ଗ୍ରହଣ କରିବେ। ଆମ୍ ଆଦମୀ ପାର୍ଟିର ବିଧାୟକ ଦଳର ନେତା ଆତିଶୀଙ୍କୁ ଏଲଜି ବିକେ ସାକ୍ସେନା ୨୧ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରାଇବେ। ଏବଂ ଏହାସହିତ ଦଳର କିଛି ବିଧାୟକମାନଙ୍କୁ ମଧ୍ୟ ମନ୍ତ୍ରୀ ପଦର ଶପଥ ଗ୍ରହଣ କରାଯିବ। ଶପଥ ଗ୍ରହଣ ଉତ୍ସବରେ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ସହ ଦଳର ଅନ୍ୟ ନେତା ମାନେ ମଧ୍ୟ ଉପସ୍ଥିତ ରହିବେ। 
 
9-One Nation One Election gets Cabinet approval: ରାମନାଥ କୋବିନ୍ଦଙ୍କ ୱାନ୍ ନେସନ୍ ୱାନ୍ ଇଲେକ୍ସନ ରିପୋର୍ଟକୁ କ୍ୟାବିନେଟ ଅନୁମୋଦନ କରିଛି। ବୁଧବାର ଦିନ ଅନୁଷ୍ଠିତ ନରେନ୍ଦ୍ର ମୋଦି ସରକାରଙ୍କ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା, ଯାହାକୁ କ୍ୟାବିନେଟ ସର୍ବସମ୍ମତି କ୍ରମେ ଅନୁମୋଦନ କରିଥିଲା। ଏହି ରିପୋର୍ଟ ଚଳିତ ବର୍ଷ ମାର୍ଚ୍ଚରେ ଲୋକସଭା ନିର୍ବାଚନ ପୂର୍ବରୁ ଦାଖଲ କରାଯାଇଥିଲା। ଏହି ବିଷୟରେ ଆଇନ ମନ୍ତ୍ରଣାଳୟ ଅତ୍ୟନ୍ତ ସକ୍ରିୟ ଅଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଗୋଟିଏ ଦେଶର ଗୋଟିଏ ନିର୍ବାଚନରେ ଲାଭ ଓ ଏହା କିପରି କାର୍ଯ୍ୟକାରୀ ହୋଇପାରିବ। ରିପୋର୍ଟ ଅନୁଯାୟୀ, ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହୋଇପାରିବ। ଏହା ବ୍ୟତୀତ ସ୍ଥାନୀୟ ସଂସ୍ଥା ନିର୍ବାଚନ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବ।
 
10-India vs Bangladesh 1st Test: ଆଜିଠାରୁ ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଶେଷ ଏକ ସପ୍ତାହ ଧରି ଉଭୟ ଦଳ ଏହି ମ୍ୟାଚ୍ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଅଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏହି ଟେଷ୍ଟ ମ୍ୟାଚ୍ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ।