Odisha News: ୩ ଘଣ୍ଟା କସରତ ପରେ ଦନ୍ତା ବେକରେ ବନ୍ଧାହେଲା ରେଡିଓ କଲାର
Advertisement
Article Detail0/zeeodisha/odisha2436709

Odisha News: ୩ ଘଣ୍ଟା କସରତ ପରେ ଦନ୍ତା ବେକରେ ବନ୍ଧାହେଲା ରେଡିଓ କଲାର

ରାଉରକେଲା: ୩ ଘଣ୍ଟାର କସରତ ପରେ ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ କରିବାରେ ସକ୍ଷମ ହୋଇଛନ୍ତି ୬୦ ଜଣିଆ ଟିମ। ହାତୀ ବେକରେ ରେଡିଓ କଲାର କରିବାରେ ସକ୍ଷମ ହୋଇଛନ୍ତି ଏହି ଟିମ। ହାତୀ ବେକରେ ପରିଶେଷରେ ବନ୍ଧାଯାଇଛି ରେଡିଓ କଲାର। ଏଣିକି ହିଂସ୍ର ହାତୀ ଉପରେ ନଜର ବନ ବିଭାଗ ୨୪ ଘଣ୍ଟା ଧରି ତୀକ୍ଷ୍ଣ ନଜର ରଖିବ। ଉପଦ୍ରବ ରଚିବା ଆଗରୁ ବିଭାଗୀୟ କର୍ମ

Odisha News: ୩ ଘଣ୍ଟା କସରତ ପରେ ଦନ୍ତା ବେକରେ ବନ୍ଧାହେଲା ରେଡିଓ କଲାର

Odisha News: ରାଉରକେଲା: ୩ ଘଣ୍ଟାର କସରତ ପରେ ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ କରିବାରେ ସକ୍ଷମ ହୋଇଛନ୍ତି ୬୦ ଜଣିଆ ଟିମ। ହାତୀ ବେକରେ ରେଡିଓ କଲାର କରିବାରେ ସକ୍ଷମ ହୋଇଛନ୍ତି ଏହି ଟିମ। ହାତୀ ବେକରେ ପରିଶେଷରେ ବନ୍ଧାଯାଇଛି ରେଡିଓ କଲାର। ଏଣିକି ହିଂସ୍ର ହାତୀ ଉପରେ ନଜର ବନ ବିଭାଗ ୨୪ ଘଣ୍ଟା ଧରି ତୀକ୍ଷ୍ଣ ନଜର ରଖିବ। ଉପଦ୍ରବ ରଚିବା ଆଗରୁ ବିଭାଗୀୟ କର୍ମଚାରୀ ପହଞ୍ଚି ଧନଜୀବନ ହାନି ରୋକିବା ଦିଗରେ ପଦକ୍ଷେପ ନେଇପାରିବେ। ସୁନ୍ଦରଗଡ଼ ଜିଲ୍ଲା କୋଇଡା ଓ ବରସୁଆଁ ଅଞ୍ଚଳରେ ଦୀର୍ଘ ଦିନ ହେଲା ଆତଙ୍କ ସୃଷ୍ଟି କାରି ୧୦ରୁ ଊର୍ଦ୍ଧ୍ୱ ଜୀବନ ନେଇଥିବା ଦନ୍ତା ଶରୀରରେ ଜିପିଏସ ଲାଗିବା ପରେ ହାତୀ ଉପଦ୍ରବରୁ ତ୍ରାହି ମିଳିବ ବୋଲି ଆଶା ସଞ୍ଚାର ହୋଇଛି। ହେଲେ ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର ଜିଦରେ ଅଟଳ ଥିବା ଗ୍ରାମବାସୀଙ୍କୁ ବନ ବିଭାଗର ଏଭଳି ନିଷ୍ପତ୍ତି ସନ୍ତୁଷ୍ଟ କରିପାରିନାହିଁ। 

ଦୀର୍ଘ ୪ ବର୍ଷ ହେଲା ଉକ୍ତ ଗୋଠଛଡ଼ ଦନ୍ତା ଭୟରେ ଥରହର ହେଉଛି କୋଇଡା ରେଞ୍ଜ ସମେତ ବରସୁଆଁ ଅଞ୍ଚଳ। ଗୋଠଛଡ଼ା ହାତୀ ବାରମ୍ବାର ଜନବସତି ମୁହାଁ ହୋଇ ୧୦ରୁ ଅଧିକ ଜୀବନ ନେଇଛି। ଶତାଧିକ ଘର ଭାଙ୍ଗି ଦେବା ସହ ହଜାର ହଜାର ଏକର ଜମିରେ ଫସଲ ନଷ୍ଟ କରିଛି। ହାତୀ ଉତ୍ପାତରେ ଅତିଷ୍ଠ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ଏପରିକି ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ରାସ୍ତାକୁ ଓହ୍ଲାଇବା ସହ ରେଞ୍ଜ ଅଫିସ ମଧ୍ୟ ଘେରାଉ କରିଥିଲେ। ଜନ ଅସନ୍ତୋଷ ତୀବ୍ର ହେବା ପରେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ହାତୀଟିକୁ ଟ୍ରାଙ୍କୁଲାଇ କରାଯାଇ ରେଡିଓ କଲାର ବନ୍ଧାଯିବାକୁ ନିଷ୍ପତ୍ତି ହୋଇଥିଲେ। 

ସେପଟେ ରେଡିଓ କଲାର କରିଥିବା ଟିମରେ ସ୍ୱତନ୍ତ୍ର ଡାକ୍ତରୀ ଦଳ, କପିଳାସରୁ ଆସିଥିବା ଟିମ, ପ୍ରାଣୀଧନ ଚିକିତ୍ସା ବିଭାଗର ଦୁଇଟି ଟିମ, ତିନି ଜଣ ବିଶେଷଜ୍ଞ, ରାଉରକେଲା ଆରସିସିଏଫ ପି ରାମାସ୍ୱାମୀ ଓ ବଣାଇଁ ଡିଏଫଓ ଲଳିତ ପାତ୍ର ପ୍ରମୁଖ ସାମିଲ ରହିଥିଲେ।