ଭୁବନେଶ୍ୱର: ସମଗ୍ର ଦେଶ ସମେତ ଓଡ଼ିଶାରେ କୋରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ (Coronavirus) ଚିହ୍ନଟ ହେଉଛନ୍ତି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଗୁରୁବାର ରାଜ୍ୟରେ ଆଉ ୨,୫୧୦ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୫,୩୨୩ କୋରୋନା ସଂକ୍ରମିତ (Corona Positive) ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ବିଜେପି ଭିତରେ ବିରୋଧର ସାମ୍ନା କରୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !


ସୂଚନାଯୋଗ୍ୟ, ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୩୫ ଜଣ, ଗଞ୍ଜାମରୁ ୨୭୭ ଜଣ, କଟକରୁ ୨୨୫ ଜଣ, ପୁରୀରୁ ୨୧୮ ଜଣ, କୋରାପୁଟରୁ ୧୮୨ ଜଣ, ଯାଜପୁରରୁ ୧୩୫ ଜଣ, ମୟୂରଭଞ୍ଜରୁ ୧୧୯ ଜଣ, ବାଲେଶ୍ୱରରୁ ୧୦୧ ଜଣ, ଗଜପତିରୁ ୮୯ ଜଣ, ମାଲକାନଗିରିରୁ ୭୫ ଜଣ, ସୁନ୍ଦରଗଡ଼ରୁ ୭୨ ଜଣ, ସମ୍ୱଲପୁରରୁ ୬୪ ଜଣ, ବଲାଙ୍ଗୀରରୁ ୫୧ ଜଣ, କଳାହାଣ୍ଡିରୁ ୪୮ ଜଣ, କନ୍ଧମାଳରୁ ୪୭ ଜଣ, ଭଦ୍ରକରୁ ୪୩ ଜଣ, ଝାରସୁଗୁଡାରୁ ୪୨ ଜଣ, ସୁବର୍ଣ୍ଣପୁରରୁ ୩୮ ଜଣ, ବରଗଡରୁ ୩୬ ଜଣ, ନୟାଗଡାରୁ ୩୩ ଜଣ, ବୌଦ୍ଧରୁ ୩୧ ଜଣ, ଢେଙ୍କାନାଳରୁ ୩୦ ଜଣ, କେନ୍ଦୁଝରରୁ ୩୦ ଜଣ, କେନ୍ଦ୍ରାପଡାରୁ ୨୫ ଜଣ, ଜଗତସିଂହପୁରରୁ ୧୭ ଜଣ, ନବରଙ୍ଗପୁରରୁ ୧୧ ଜଣ, ଅନୁଗୋଳରୁ ୫ ଜଣ ଏବଂ ଦେଓଗଡ଼ରୁ ୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 




ଅଧିକ ପଢ଼ନ୍ତୁ:-ସୋନିଆ-ରାହୁଲ-ପ୍ରିୟଙ୍କା: କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ କାହିଁକି ପ୍ରସ୍ତୁତ ନୁହେଁ ଗାନ୍ଧୀ ପରିବାର ?


ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୯୦,୯୮୬ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୪୪୮ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୬୨,୮୧୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୭,୬୭୨ ସଂକ୍ରିୟ ସଂକ୍ରମିତ ମାମଲା ରହିଛି ।