ଭଲ ଖବର: ଗତକାଲିର ରେକର୍ଡ ଭାଙ୍ଗିଲା ଆଜି, ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୩,୩୪୩ କୋରୋନା ଆକ୍ରାନ୍ତ
Advertisement

ଭଲ ଖବର: ଗତକାଲିର ରେକର୍ଡ ଭାଙ୍ଗିଲା ଆଜି, ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୩,୩୪୩ କୋରୋନା ଆକ୍ରାନ୍ତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୮୭,୬୦୨ କୋରୋନା ସଂକ୍ରମିତ(COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୪୪୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଓଡ଼ିଶାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି । ରାଜ୍ୟରେ ଦିନକୁ ଦିନ ସ୍ଥିତ ବିଗିଡ଼ିବାରେ ଲାଗିଛି । ପ୍ରତିଦିନ କୋରୋନା ଭୂତାଣୁ(Coronavirus) ମାମଲାରେ ରେକର୍ଡ ବୃଦ୍ଧି ଘଟୁଛି । ଏହାସହ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ବୁଧବାର ରାଜ୍ୟରେ ଆଉ ୩,୩୪୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୨,୮୧୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-BCCIର ଏହି ପଦକ୍ଷେପ ଅବସର ପାଇଁ ଧୋନିଙ୍କୁ କରିଥିଲା ବାଧ୍ୟ !

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୩୨ ଜଣ, ସୁନ୍ଦରଗଡରୁ ୨୬୧ ଜଣ, ଭଦ୍ରକରୁ ୨୪୫ ଜଣ, ଗଞ୍ଜାମରୁ ୨୩୮ ଜଣ ରାୟଗଡାରୁ ୨୧୭ ଜଣ, କଟକରୁ ୧୮୧ ଜଣ, ବାଲେଶ୍ୱରରୁ ୧୫୫ ଜଣ, ସମ୍ୱଲପୁରରୁ ୧୨୭ ଜଣ, ପୁରୀରୁ ୧୨୧ ଜଣ, କୋରାପୁଟରୁ ୧୧୯ ଜଣ, ମୟୂରଭଞ୍ଜରୁ ୧୧୨ ଜଣ, ସୁବର୍ଣ୍ଣପୁରରୁ ୧୦୩ ଜଣ, ବୌଦ୍ଧରୁ ୮୪ ଜଣ, ବରଗଡରୁ ୭୮ ଜଣ, କନ୍ଧମାଳରୁ ୬୮ ଜଣ, ବଲାଙ୍ଗୀରରୁ ୬୫ ଜଣ, ନୟାଗଡାରୁ ୬୦ ଜଣ, କଳାହାଣ୍ଡିରୁ ୫୬ ଜଣ, ମାଲକାନଗିରିରୁ ୫୪ ଜଣ, ଢେଙ୍କାନାଳରୁ ୪୯ ଜଣ, ନବରଙ୍ଗପୁରରୁ ୩୬ ଜଣ, କେନ୍ଦୁଝରରୁ ୩୪ ଜଣ, ଯାଜପୁରରୁ ୩୨ ଜଣ, ଗଜପତିରୁ ୨୭ ଜଣ, ଅନୁଗୋଳରୁ ୨୨ ଜଣ, ଝାରସୁଗୁଡାରୁ ୨୦ ଜଣ, କେନ୍ଦ୍ରାପଡାରୁ ୧୯ ଜଣ, ଜଗତସିଂହପୁରରୁ ୧୬ ଜଣ, ନୂଆପଡାରୁ ୧୧ ଜଣ ଏବଂ ଦେଓଗଡରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ:-ମହାକାଶରୁ ମାଡି ଆସୁଛି ଆଉ ଏକ ବିପଦ, ଆମେରିକା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପୃଥିବୀ ଆଡ଼କୁ ଖସିବ ଉଲକା ପିଣ୍ଡ !

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୮୭,୬୦୨ କୋରୋନା ସଂକ୍ରମିତ(COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୪୪୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୫୯,୪୭୦ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୭,୬୩୮ ସଂକ୍ରିୟ ସଂକ୍ରମିତ ମାମଲା ରହିଛି ।