ସୋନିଆ-ରାହୁଲ-ପ୍ରିୟଙ୍କା: କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ କାହିଁକି ପ୍ରସ୍ତୁତ ନୁହେଁ ଗାନ୍ଧୀ ପରିବାର ?
Advertisement
Article Detail0/zeeodisha/odisha736308

ସୋନିଆ-ରାହୁଲ-ପ୍ରିୟଙ୍କା: କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ କାହିଁକି ପ୍ରସ୍ତୁତ ନୁହେଁ ଗାନ୍ଧୀ ପରିବାର ?

କଂଗ୍ରେସ ଅଧ୍ୟକ୍ଷ (Congress President) ପଦରୁ ରାହୁଲ (Rahul Gandhi)ଙ୍କ ଇସ୍ତଫା ଦେବା ପରଠାରୁ ସୋନିଆ ଗାନ୍ଧୀ (Sonia Gandhi) ଦଳର ଅନ୍ତରୀଣ ଅଧ୍ୟକ୍ଷ ହୋଇଥିଲେ । ଆଉ ଦଳର ନେତାମାନେ ଚାହୁଁଛନ୍ତି ଯେ ଅତିଶୀଘ୍ର ଦଳକୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ମିଳୁ ।

ସୋନିଆ-ରାହୁଲ-ପ୍ରିୟଙ୍କା: କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ କାହିଁକି ପ୍ରସ୍ତୁତ ନୁହେଁ ଗାନ୍ଧୀ ପରିବାର ?

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ (Congress Interim President) ପଦ ଛାଡିବାକୁ ସଙ୍କେତ ଦେଇଛନ୍ତି ସୋନିଆ ଗାନ୍ଧୀ (Sonia Gandhi) । ବର୍ତ୍ତମାନ ସମୟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ(Rahul Gandhi) ଏବଂ ପ୍ରିୟଙ୍କା ଗାନ୍ଧୀ (Priyanka Gandhi)ଙ୍କ ଉପସ୍ଥିତି ସତ୍ତ୍ୱେ କଂଗ୍ରେସ (Congress)କୁ 'ଗାନ୍ଧୀ ପରିବାର' (Gandhi Family)ରୁ ମୁକ୍ତ ରଖିବା ପାଇଁ ପଦକ୍ଷେପ ନିଆଯାଉଛି । ରାହୁଲ ମଧ୍ୟ ସ୍ପଷ୍ଟ ଭାବେ କହିସାରିଛନ୍ତି ଯେ କଂଗ୍ରେସର ନୂତନ ଅଧ୍ୟକ୍ଷ 'ଗାନ୍ଧୀ ପରିବାର' ବାହାରରୁ ହିଁ ହେବେ । ଯେଉଁଥିରେ ପ୍ରିୟଙ୍କା ମଧ୍ୟ ସହମତି ବ୍ୟକ୍ତ କରିଛନ୍ତି । ତେବେ କ'ଣ ପାଇଁ ଗାନ୍ଧୀ ପରିବାରରେ ୩ ସଦସ୍ୟ କଂଗ୍ରେସରେ ଥାଇ ମଧ୍ୟ ଦଳର କମାଣ ଜଣେ ଅଣ-ଗାନ୍ଧୀ ପରିବାରର ନେତାଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି ?

ଅଧିକ ପଢ଼ନ୍ତୁ:-ବଦଳିବ ବିହାରର ରାଜନୈତିକ ସମୀକରଣ, ଏକାଠି ହେବେ କହ୍ନେୟା ଓ ତେଜସ୍ୱୀ ଯାଦବ !

କଂଗ୍ରେସ ଅଧ୍ୟକ୍ଷ (Congress President) ପଦରୁ ରାହୁଲ (Rahul Gandhi)ଙ୍କ ଇସ୍ତଫା ଦେବା ପରଠାରୁ ସୋନିଆ ଗାନ୍ଧୀ (Sonia Gandhi) ଦଳର ଅନ୍ତରୀଣ ଅଧ୍ୟକ୍ଷ ହୋଇଥିଲେ । ଆଉ ଦଳର ନେତାମାନେ ଚାହୁଁଛନ୍ତି ଯେ ଅତିଶୀଘ୍ର ଦଳକୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ମିଳୁ । ଅଗଷ୍ଟ ୧୦ରେ ସୋନିଆଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିଲା, ଯାହାକି ବୃଦ୍ଧି କରାଯାଇଛି । ତେବେ ସୋନିଆଙ୍କ ବୟସ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ତାଙ୍କୁ ସଂଗଠନର କାର୍ଯ୍ୟର ଭାର ବହନ କରିବାକୁ ଆଉ ଶକ୍ତି ଯୋଗାଉ ନାହିଁ । ଗତ ଅଢ଼େଇ ଦଶନ୍ଧି ଧରି ଦଳରେ ତାଙ୍କର ପ୍ରାଧାନ୍ୟ ରହିଆସିଛି । ବର୍ତ୍ତମାନ ସେ ନିଜ ରାଜନୈତିକ ଇନିଂସ ଖେଳି ସାରିଛନ୍ତି । ଯେତେବେଳେ ଦଳର ଏକ ବଡ଼ ଗୋଷ୍ଠୀ ତାଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିଛି, ସେତେବେଳେ ସେ କଂଗ୍ରେସର କମାଣ ଛାଡିବାକୁ ସଙ୍କେତ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ବିଜେପି ଭିତରେ ବିରୋଧର ସାମ୍ନା କରୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !

ରାହୁଲ ପ୍ରାୟ ଦୁଇ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ଅଛନ୍ତି । ସଂଗଠନରେ ଅନେକ ପଦବୀରେ ରହିଥିବା ସହ କଂଗ୍ରେସର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ବିଗତ ଲୋକସଭା ନିର୍ବାଚନରେ ​​ଦଳ ଏପର୍ଯ୍ୟନ୍ତ ସବୁଠାରୁ ବଡ ନିର୍ବାଚନୀ ପରାଜୟର ସାମ୍ନା କରିବା ପରେ ସେ ଇସ୍ତଫା ଦେଇଥିଲେ । ସେ କଂଗ୍ରେସ ଅଧ୍ୟକ୍ଷ ଛାଡିବାର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି, ତଥାପି ସେ ଦଳର ଅଧ୍ୟକ୍ଷ ପଦ ଗ୍ରହଣ କରିବା ନେଇ କୌଣସି ସକାରାତ୍ମକ ସଙ୍କେତ ଦେଉନାହାଁନ୍ତି । ନିକଟ ଅତୀତରେ ଅନୁଷ୍ଠିତ କଂଗ୍ରେସର କାର୍ଯ୍ୟ ସମିତି ବୈଠକରେ ଅଶୋକ ଗେହଲଟ୍, ଦିଗବିଜୟ ସିଂ, ଭୁପେଶ ବାଘେଲ ଇତ୍ୟାଦି ନେତାମାନେ ରାହୁଲଙ୍କୁ ପୁଣିଥରେ ଅଧ୍ୟକ୍ଷ କରାଇବାକୁ ଦାବି କରିଥିଲେ ।

ଅଧିକ ପଢ଼ନ୍ତୁ:-ନୂଆ ନୁହେଁ କଂଗ୍ରେସରେ ଅନ୍ତଃକନ୍ଦଳ, ଇନ୍ଦିରାଙ୍କଠୁ ଆରମ୍ଭ କରି ସୋନିଆ ଏପରି ବିଦ୍ରୋହକୁ କରିଥିଲେ କାବୁ

ଅନ୍ୟପକ୍ଷେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା(Priyanka Gandhi Vadra) ଗାନ୍ଧୀ ପରିବାରର ତୃତୀୟ ସଦସ୍ୟ, ଯିଏକି କଂଗ୍ରେସ ସାଧାରଣ ସଚିବ ସହ ୟୁପିର ଦାୟିତ୍ୱରେ ଅଛନ୍ତି । କଂଗ୍ରେସ ନେତାଙ୍କ ଏକ ଗୋଷ୍ଠୀ ପ୍ରିୟଙ୍କାଙ୍କୁ ଅଧ୍ୟକ୍ଷ ପଦ ପ୍ରଦାନ କରିବାକୁ ଦାବି କରୁଛନ୍ତି । ଲକ୍ଷ୍ନୌରେ ରାଜନାଥ ସିଂଙ୍କ ବିରୋଧରେ କଂଗ୍ରେସ ଟିକେଟ ନିର୍ବାଚନ ଲଢ଼ିଥିବା କଲ୍କି ପୀଠାଶ୍ୱର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ହେଉଛନ୍ତି ଏହାର ପ୍ରବଳ ସମର୍ଥକ । ସେ କହିଛନ୍ତି ଯେ, ଯଦି ରାହୁଲ ପ୍ରସ୍ତୁତ ନୁହଁନ୍ତି, ତେବେ ପ୍ରିୟଙ୍କା ଏହି ଦାୟିତ୍ୱ ଗ୍ରହଣ କରିବା ଉଚିତ, କିନ୍ତୁ ପ୍ରିୟଙ୍କା ଏହାକୁ ଅସ୍ୱୀକାର କରିଛନ୍ତି । ପ୍ରିୟଙ୍କା ମଧ୍ୟ ତାଙ୍କ ଭାଇଙ୍କ ଭଳି ଗାନ୍ଧୀ ପରିବାର ବାହାରର କୌଣସି ନେତାଙ୍କୁ ଦଳର କମାଣ ହସ୍ତାନ୍ତର କରିବାକୁ ସମର୍ଥନ କରୁଛନ୍ତି ।