ଭୁବନେଶ୍ୱର: ସାରା ଦେଶ ସମେତ ଓଡ଼ିଶାରେ କୋରୋନା ସଙ୍କଟ ଜାରି ରହିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ଭୂତାଣୁ (Coronavirus) ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଭଲ ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଶନିବାର ରାଜ୍ୟରେ ୩,୪୪୩ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୯୩,୭୭୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ନୂଆ ବିଶ୍ୱ ରେକର୍ଡ କଲା ଭାରତ


ସୂଚନାଯୋଗ୍ୟ, ଆଜି ରାଜ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ୯୫୧ ଜଣ, କଟକରୁ ୨୫୧ ଜଣ, ମୟୂରଭଞ୍ଜରୁ ୨୧୩ ଜଣ, ଭଦ୍ରକରୁ ୧୬୪ ଜଣ, ଢେଙ୍କାନାଳରୁ ୧୬୧ ଜଣ, ରାୟଗଡାରୁ ୧୬୨ ଜଣ, ଗଞ୍ଜାମରୁ ୧୪୮ ଜଣ, ଯାଜପୁରରୁ ୧୪୪ ଜଣ, ବାଲେଶ୍ୱରରୁ ୧୩୭ ଜଣ, ନୟାଗଡରୁ ୧୧୭ ଜଣ, କୋରାପୁଟରୁ ୧୧୦ ଜଣ, ଜଗତସିଂହପୁରରୁ ୧୦୭ ଜଣ, ପୁରୀରୁ ୧୦୫ ଜଣ, ସମ୍ୱଲପୁରରୁ ୧୦୦ ଜଣ, ଝାରସୁଗୁଡାରୁ ୬୭ ଜଣ, ମାଲକାନଗିରିରୁ ୬୪ ଜଣ, ବଲାଙ୍ଗୀରରୁ ୬୧ ଜଣ, କେନ୍ଦ୍ରାପଡାରୁ ୬୧ ଜଣ, ବରଗଡରୁ ୫୬ ଜଣ, କେନ୍ଦୁଝରରୁ ୫୪ ଜଣ, ସୁବର୍ଣ୍ଣପୁରରୁ ୪୧ ଜଣ, ସୁନ୍ଦରଗଡ଼ରୁ ୩୮ ଜଣ, ନବରଙ୍ଗପୁରରୁ ୩୩ ଜଣ, କନ୍ଧମାଳରୁ ୨୪ ଜଣ, ଗଜପତିରୁ ୨୩ ଜଣ, ନୂଆପଡାରୁ ୨୩ ଜଣ, କଳାହାଣ୍ଡିରୁ ୧୨ ଜଣ, ବୌଦ୍ଧରୁ ୧୧ ଜଣ, ଦେଓଗଡରୁ ୮ ଜଣ ଏବଂ ଅନୁଗୋଳରୁ ୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।  




ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ଏନଡିଏ ଦି ଫାଳ, ନୀତିଶଙ୍କ ବିରୋଧରେ ଚିରାଗଙ୍କ ବିଦ୍ରୋହ !


ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୨୦,୨୨୧ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୫୩୮ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୯୦,୩୩୧ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୯,୨୯୯ ସକ୍ରିୟ ସଂକ୍ରମିତ ମାମଲା ରହିଛି ।