ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୨୯୮୦ କୋରୋନା ଆକ୍ରାନ୍ତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୨୯୮୦ କୋରୋନା ଆକ୍ରାନ୍ତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧ ଲକ୍ଷ ୧୬ ହଜାର ୬୭୮ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୫୩୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଙ୍କଟ ଜାରି ରହିଛି । ପ୍ରତିଦିନ କୋରୋନା ଭୂତାଣୁ (Coronavirus) ମାମଲାରେ ବୃଦ୍ଧି ଘଟୁଛି । ଅନ୍ୟପଟେ ରାଜ୍ୟବାସୀଙ୍କ ପାଇଁ ଏକ ଭଲ ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଶୁକ୍ରବାର ରାଜ୍ୟରେ ପୁଣି  ୨୯୮୦ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୯୦,୩୩୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-ଆହୁରି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ସୂଚନାଯୋଗ୍ୟ, ଆଜି ରାଜ୍ୟରେ କଟକରୁ ସର୍ବାଧିକ ୬୫୪ ଜଣ, ଖୋର୍ଦ୍ଧାରୁ ୨୬୩ ଜଣ, ଗଞ୍ଜାମରୁ ୨୧୨ ଜଣ, ମୟୂରଭଞ୍ଜରୁ ୨୦୭ ଜଣ, ସମ୍ୱଲପୁରରୁ ୧୩୩ ଜଣ, ବଲାଙ୍ଗୀରରୁ ୧୨୬ ଜଣ, ନୟାଗଡାରୁ ୧୧୪ ଜଣ, ପୁରୀରୁ ୧୧୪ ଜଣ, ବାଲେଶ୍ୱରରୁ ୧୧ ଜଣ, କୋରାପୁଟରୁ ୧୦୩ ଜଣ, କେନ୍ଦ୍ରାପଡାରୁ ୯୧ ଜଣ, ବରଗଡ଼ରୁ ୮୭ ଜଣ, ଅନୁଗୋଳରୁ ୮୦ ଜଣ, କେନ୍ଦୁଝରରୁ ରାୟଗଡାରୁ ୭୬ ଜଣ, ଢେଙ୍କାନାଳରୁ ୭୫ ଜଣ, ସୁନ୍ଦରଗଡରୁ ୬୮ ଜଣ, ଝାରସୁଗୁଡାରୁ ୬୭ ଜଣ, ଭଦ୍ରକରୁ ୬୪ ଜଣ, ମାଲକାନଗିରିରୁ ୬୧ ଜଣ, ଜଗତସିଂହପୁରରୁ ୩୮ ଜଣ, ନୂଆପଡାରୁ ୩୭ ଜଣ, କନ୍ଧମାଳରୁ ୩୩ ଜଣ, ଗଜପତିରୁ ୨୫ ଜଣ, ନବରଙ୍ଗପୁରରୁ ୨୧ ଜଣ, ଯାଜପୁରରୁ ୨୦ ଜଣ, କଳାହାଣ୍ଡିରୁ ୧୦ ଜଣ, ଦେଓଗଡ଼ରୁ ୫ ଜଣ ଏବଂ ସୁବର୍ଣ୍ଣପୁରରୁ ୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ବିଜେପିକୁ ବଡ଼ ଝଟକା ଦେଲେ ହାର୍ଦ୍ଦିକ, କଂଗ୍ରେସରେ ସାମିଲ ହେଲା ୪୦ ନେତା ଓ କାର୍ଯ୍ୟକର୍ତ୍ତା

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧ ଲକ୍ଷ ୧୬ ହଜାର ୬୭୮ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୫୩୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୮୭,୩୫୧ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୮,୭୪୩ ସକ୍ରିୟ ସଂକ୍ରମିତ ମାମଲା ରହିଛି ।