କୋରୋନା ମାମଲାରେ ନୂଆ ବିଶ୍ୱ ରେକର୍ଡ କଲା ଭାରତ
Advertisement
Article Detail0/zeeodisha/odisha741751

କୋରୋନା ମାମଲାରେ ନୂଆ ବିଶ୍ୱ ରେକର୍ଡ କଲା ଭାରତ

Coronavirus in India: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ସମୟରେ ଦେଶରେ ୮ ଲକ୍ଷ ୪୬ ହଜାର ୩୯୫ ସକ୍ରିୟ କୋରୋନା (Coronavirus) ମାମଲା ରହିଛି । କୋରୋନା ସଂକ୍ରମଣ ଯୋଗୁଁ ୬୯ ହଜାର ୫୬୧ ରୋଗୀଙ୍କ ମୃତ୍ୟୁ ଘଟିଛି । 

କୋରୋନା ମାମଲାରେ ନୂଆ ବିଶ୍ୱ ରେକର୍ଡ କଲା ଭାରତ

ନୂଆଦିଲ୍ଲୀ: Coronavirus in India: ଭାରତରେ ଦିନକୁ ଦିନ କୋରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଦେଶରେ ଲଗାତର କୋରୋନା ମାମଲାରେ ରେକର୍ଡ ବୃଦ୍ଧି ଘଟୁଛି । ଦେଶରେ ବର୍ତ୍ତମାନ ସମୟରେ କୋରୋନା ଭୂତାଣୁ (Coronavirus) ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ଅତିକ୍ରମ କରିଛି । ଏହାସହ କୋରୋନାର ନୂଆ ମାମଲା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ଭାରତ କୋରୋନା ମାମଲାରେ ନୂଆ ରେକର୍ଡ କରିଛି । ଦେଶରେ ଗୋଟିଏ ଦିନରେ ୮୬,୪୩୨ ନୂଆ ସଂକ୍ରମିତ (COVID-19 Positive) ମାମଲା ସାମ୍ନାକୁ ଆସିଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୮୯  ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ନୂତନ ମାମଲା ଆସିବା ପରେ ଦେଶରେ କୋରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୦,୨୩,୧୭୯କୁ ବୃଦ୍ଧି ପାଇଛି । ଗତକାଲି ଅର୍ଥାତ ଶୁକ୍ରବାର ଦେଶରେ ୮୩,୩୪୧ ନୂତନ ସଂକ୍ରମିତ ମିଳିଥିବାବେଳେ ୧୦୯୬ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖବର ଦେଲା WHO

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ସମୟରେ ଦେଶରେ ୮ ଲକ୍ଷ ୪୬ ହଜାର ୩୯୫ ସକ୍ରିୟ କୋରୋନା (Coronavirus) ମାମଲା ରହିଛି । କୋରୋନା ସଂକ୍ରମଣ ଯୋଗୁଁ ୬୯ ହଜାର ୫୬୧ ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥି ସହିତ ବର୍ତ୍ତମାନ ସୁଦ୍ଧା ୩୧ ଲକ୍ଷ ୭ ହଜାର ୨୨୩ ସଂକ୍ରମିତ ଏହି ବୈଶ୍ୱିକ ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ।

 ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶରେ 'ଅଣ୍ଡା'କୁ ନେଇ ନିଜ ଦଳର ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ମନ୍ତ୍ରୀ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ଦେଶରେ କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକର ତାଲିକାରେ ମହାରାଷ୍ଟ୍ର ଶୀର୍ଷରେ ଅଛି । ଶୁକ୍ରବାର ମହାରାଷ୍ଟ୍ରରେ ଗୋଟିଏ ଦିନରେ କୋଭିଡ-19ର ୧୯,୨୧୮ ନୂଆ ସଂକ୍ରମିତ ମାମଲା ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮,୬୩,୦୬୨ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ୩୭୮ ରୋଗୀଙ୍କ ମୃତ୍ୟୁ ସହିତ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୨୫,୯୬୪ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ୨,୧୦,୯୭୮ ସକ୍ରିୟ ମାମଲା ରହିଛି । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ଶୁକ୍ରବାର ୧୩,୨୮୯  ସଂକ୍ରମିତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏହା ପରେ ଏପର୍ଯ୍ୟନ୍ତ ରାଜ୍ୟରେ ୬,୨୫,୭୭୩ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।