ରାତିପାହିଲେ ଟିକାକରଣ; ଜାଣନ୍ତୁ କିଏ ନେବେ ଓ କିଏ ନେବେନି ଟିକା...
ଭୁବନେଶ୍ୱରରେ ପୂର୍ବରୁ ୫ ଟି କେନ୍ଦ୍ର କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲ କୁ ମିଶାଇ ଟିକା କେନ୍ଦ୍ର ସଂଖ୍ୟା ୬କୁ ବୃଦ୍ଧି ପାଇଛି । ରାଜଧାନୀରେ ଗୋଟିଏ କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ ।
ସରୋଜ ବେହେରା, ଭୁବନେଶ୍ୱର: ରାତିପାହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧିବଦ୍ଧ ଭାବେ ସମଗ୍ର ଦେଶରେ ଉଦଘାଟନ କରିବେ କୋରୋନା ବିରୋଧୀ ଟିକାକରଣ କାର୍ଯ୍ୟକ୍ରମ । ପ୍ରଥମ ଦିନରେ ଓଡିଶାର ୧୬୧ ସମେତ ଦେଶର ମୋଟ ୩ ହଜାର ୦୦୬ଟି ଟିକାକରଣ କେନ୍ଦ୍ରରେ ପ୍ରାୟ ୩ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଯୋଜନା କରାଯାଇଛି । ହେଲେ ଏହା ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କେତୋଟି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ନିର୍ଦ୍ଦେଶନାମା ଗୁଡ଼ିକ ହେଲା;
୧୮ ବର୍ଷ ବୟସରୁ କମ ବୟସ୍କ ଗର୍ଭବତୀ କିମ୍ବା ଗର୍ଭବତୀ ଅଛନ୍ତି କି ନାହିଁ ଠିକ ଭାବେ ଜାଣି ନଥିବା ଲୋକ, ସ୍ତନ୍ୟପାନ କରାଉଥିବା ମା’ ଟିକା ନେବେ ନାହିଁ ।
ଯେଉଁ କମ୍ପାନୀର ଟିକା ଜଣେ ବ୍ୟକ୍ତି ପ୍ରଥମ ଥର ନେଇଥିବେ ଦ୍ୱିତୀୟ ଡୋଜ୍ ବେଳେ ସମାନ ଟିକା ନେବାକୁ ବାଧ୍ୟ
ଯଦି ଜଣେ ବ୍ୟକ୍ତି କୋରୋନା ଟିକା ବ୍ୟତୀତ ଅନ୍ୟ ରୋଗ ପାଇଁ ଟିକା ନେବାର ଥିବ, ତା’ହେଲେ ଦୁଇଟି ଟିକା ମଧ୍ୟରେ ଅନୂନ୍ୟ ୧୪ ଦିନର ବ୍ୟବଧାନ ରହିବା ଆବଶ୍ୟକ
ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ କୋରୋନା ଲକ୍ଷଣ ଦେଖାଯାଇଛି ବା ସେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି, ତା’ହେଲେ ତାଙ୍କୁ ସୁସ୍ଥ ହେବାର ୪ ରୁ ୮ ସପ୍ତାହ ପରେ ଟିକା ଦିଆଯିବ
ସେଭଳି ପ୍ଳାଜମା ଥେରାପି ଦ୍ୱାରା ସୁସ୍ଥ ହୋଇଥିବା ବ୍ୟକ୍ତି ଓ ଅନ୍ୟାନ୍ୟ ରୋଗରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକ ସୁସ୍ଥ ହେବାର ୪ରୁ ୮ ସପ୍ତାହ ପରେ ଟିକା ନେବେ
ଟିକାକରଣ କାର୍ଯ୍ୟକ୍ରମର ସମସ୍ତ ତଥ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତିଆରି କରିଥିବା କୋ-ୱିନ ଆପ୍ରେ ରହିବ
ଏହି ଆପ୍ ଦ୍ୱାରା କେତେ ଟିକା ମହଜୁଦ ଅଛି, ଏହାକୁ କେତେ ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ ରଖାଯାଇଛି ଓ କିଏ ଏହି ଟିକା ନେଲେ, ସେ ବିଷୟରେ ତଥ୍ୟ ଜାଣିହେବ
ଟିକାକରଣ ସମ୍ପର୍କିତ ତଥ୍ୟ ଲୋକଙ୍କୁ ଦେବା ପାଇଁ ୨୪ ଘଣ୍ଟିଆ ହେଲ୍ପ ଲାଇନ ନଂ ୧୦୭୫ ମଧ୍ୟ ଜାରି କରାଯାଇଛି
ସେପଟେ ଓଡିଶାରେ କୋଭିସିଲ୍ଡ଼ (Covishield) ୪ ଲକ୍ଷ ୮ ହଜାର ଡୋଜ ଏବଂ ୨୦ହଜାର କୋଭାକ୍ସିନ ଡୋଜ (Covaxin Dose) ଆସିଥିବା ବେଳେ ସବୁ ଜିଲ୍ଲା ସମେତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ (Bhubaneswar Capital Hospital) ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (Rourkela Ispat General Hospital) କୁ ମିଶାଇ ମୋଟ ୩୨ଟି କେନ୍ଦ୍ରକୁ ଟିକା ପଠାଯାଇଛି । ଟିକାକରଣ (Vaccination) ପାଇଁ ରାଜ୍ୟରେ ମୋଟ ୧୬୦ଟି ଟିକା କେନ୍ଦ୍ର( Vaccination Center) ସ୍ଥାପନ କରାଯାଇଥିବା ବେଳେ ଭୁବନେଶ୍ବର ବ୍ୟତୀତ ଅନ୍ୟ ସବୁଠି କୋଭିସିଲ୍ଡ଼ ଟିକା (Covishield Vaccine) ପ୍ରଦାନ କରାଯିବ ।
Also Read; ରାଜ୍ୟକୁ ପୁଣି ଫେରିଲାଣି ଥଣ୍ଡା; ଶୀତ ଲହରି ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱରରେ ପୂର୍ବରୁ ୫ ଟି କେନ୍ଦ୍ର କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲ (AIIMS Hospital) କୁ ମିଶାଇ ଟିକା କେନ୍ଦ୍ର ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଗୋଟିଏ କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ । ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ମୋଟ ୨୬ ହଜାର ସ୍ବାସ୍ଥ୍ୟକର୍ମୀ (Health worker) ପଞ୍ଜିକରଣ (Registration) କରିଛନ୍ତି । ୯ହଜାର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର (BMC Commissioner) ।
ପ୍ରଥମ ଦିନରେ ମୋଟ୍ ୬୦୦ ଲୋକଙ୍କ ଟିକାକରଣ (Vaccination) କରାଯିବ । ରାଜଧାନୀରେ ପ୍ରସ୍ତୁତ ହୋଇଥିବା ସମସ୍ତ ଟିକାକେନ୍ଦ୍ର ବୁଲି ଦେଖିବା ପରେ କାର୍ଯ୍ୟର ଅଗ୍ରଗତିକୁ ନେଇ ଆଗକୁ ସୁଫଳ ମିଳିବ ବୋଲି ସମସ୍ତେ ଆଶା ରଖିଥିବା ବିଏମସି କମିଶନର କହିଛନ୍ତି । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୬୧ଟି ସ୍ଥାନରେ ଟିକାକରଣ କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟ ସରକାର( Odisha Government) ତତ୍ପରତା ପ୍ରକାଶ କରିଛନ୍ତି ।
Also Read; ଫାଇଜର ଟିକା ନେଇ ଚାଲିଗଲା ୧୩ ଜଣଙ୍କ ଜୀବନ !
ରାଜଧାନୀ ଭୁବନେଶ୍ବରରେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬ଟି ହସ୍ପିଟାଲରେ ଆସନ୍ତାକାଲିଠୁ ଆରମ୍ଭ କରାଯିବ ଟୀକାକରଣ (Vaccination) । ସମୁଦାୟ ୯ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ଟିକା ଦେବାକୁ ଯୋଜନା କରାଯାଇଛି ।
Edited; Zee Odisha News