ଫାଇଜର ଟିକା ନେଇ ଚାଲିଗଲା ୧୩ ଜଣଙ୍କ ଜୀବନ !
Advertisement
Article Detail0/zeeodisha/odisha828812

ଫାଇଜର ଟିକା ନେଇ ଚାଲିଗଲା ୧୩ ଜଣଙ୍କ ଜୀବନ !

ନରୱେରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ସେଠାରେ ୧୩ ଜଣ ରୋଗୀ ଫାଇଜର ଟିକା ନେବା ପରେ ସେମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 

ଫାଇଜର ଟିକା ନେଇ ଚାଲିଗଲା ୧୩ ଜଣଙ୍କ ଜୀବନ !

ନରୱେ; କୋରୋନା ମହାମାରୀରେ ଜୁଝି ହେଉଥିବା ବିଶ୍ୱବାସୀ ଧିରେ ଧିରେ ଆଶ୍ୱସ୍ତି ଲାଭ କରୁଛନ୍ତି । କାରଣ ବିଭିନ୍ନ ରାଷ୍ଟ୍ରରେ ଆରମ୍ଭ ହୋଇଛି ଟିକାକରଣ । ଏଇ ଯେମିତି ଆସନ୍ତାକାଲି ଠାରୁ ଆମ ଦେଶ ଭାରତରେ ଟିକାକରଣ ଆରମ୍ଭ ହୋଇଯିବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। କିନ୍ତୁ ଏମିତି ଏକ ଖବର ଏବେ ଯାହା ସମସ୍ତଙ୍କୁ ଚକିତ କରିଛି ।

କାରଣ ନରୱେ (Norway) ରେ ଟିକାକରଣ (Vaccination) ଆରମ୍ଭ ହୋଇଥିବା ବେଳେ ସେଠାରେ ୧୩ ଜଣ ରୋଗୀ ଫାଇଜର ଟିକା (Pfizer Vaccine) ନେବା ପରେ ସେମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ଏହି ଫାଇଜର ଟିକା (Pfizer Vaccine) ନେବା ପରେ ସେମାନଙ୍କ କ୍ଷେତ୍ରରେ ପାର୍ଶ୍ୱ ପ୍ରତିକ୍ରିୟା (Side Effects) ଦେଖା ଦେଇଥିଲା ।

ନୂଆବର୍ଷ ଆରମ୍ଭ (New Year) ହେବା ପୂର୍ବରୁ ନରୱେରେ ଫାଇଜର ଭ୍ୟାକସିନେସନ (Pfizer Vaccination) ଆରମ୍ଭ ହୋଇଥଲା। ସେଠାକାର ନିବାସୀ ୬୭ ବର୍ଷୀୟ ସାବିନ ଏଣ୍ଡରସନଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ସେବେଠାରୁ ଏବେ ଯାଏଁ ୩୩ ହଜାର ଲୋକଙ୍କ ଟିକାକରଣ (Vaccination) କରାଯାଇଛି । ତେବେ ଟିକାକରଣରେ ଲୋକଙ୍କ କ୍ଷେତ୍ରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେବ ବୋଲି ଘୋଷଣା କରାଯାଇଥିଲା। 

Also Read; କର୍ଣ୍ଣାଟକ ବିଜେପିରେ ଫାଟ, ବିଦ୍ରୋହୀଙ୍କୁ ମୁଖ୍ୟମନ୍ତ୍ରୀ କରାଇଲେ ଦିଲ୍ଲୀ ଦର୍ଶନ

ଖବର ମୁତାବକ, ଋଷିଆର ନ୍ୟୁଜ ଏଜେନ୍ସି ସ୍ପୁଟନିକର (Russian News Agency Sputnik) ରିପୋର୍ଟ ଅନୁସାରେ, ନରୱେ ମେଡିସିନ ଏଜେନ୍ସି (NorwayMedicine Agency) କହିଛି ଯେ, ପ୍ରଥମେ ୨୯ ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା (Side Effects) ଦେଖିବାକୁ ମିଳିଥିଲା । ଏଜେନ୍ସିର ଡାକ୍ତରୀ ନିର୍ଦ୍ଦେଶକ ଷ୍ଟେନାର୍ ମ୍ୟାଡସେନ୍ ଏକ ଜାତୀୟ ପ୍ରସାରଣକାରୀ ସଂସ୍ଥା (News Agency) ସହ  ସାକ୍ଷାତକାର (Interview) ରେ କହିଛନ୍ତି ଯେ ୧୩ ଟି ମୃତ୍ୟୁରେ ନଅଟି ମୃତ୍ୟୁର ରିପୋର୍ଟ ଥିଲା ଅତି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା।

କେବଳ ଏତିକି ନୁହେଁ ନିର୍ଦ୍ଦେଶକ ଷ୍ଟେନାର୍ ମ୍ୟାଡସେନ୍ କହିଛନ୍ତି, ' ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ନର୍ସିଂହୋମ (Nurshing Home) ରେ ରହୁଥିବା ଦୁର୍ବଳ କିମ୍ବା ବୃଦ୍ଧ ଥିଲେ। ମୃତକଙ୍କ ବୟସ  ବି ୮୦ ବର୍ଷରୁ ଅଧିକ ଏବଂ ସେମାନଙ୍କ ମଧ୍ୟରୁ ୯୦ ବର୍ଷରୁ ଅଧିକ ରୋଗୀ ରହିଛନ୍ତି । ସେ କହିଛନ୍ତି, 'ଏଥିରୁ ଜଣାପଡୁଛି ଯେ କୋରୋନା ଟିକା (Corona Vaccine) ପାଇବା ପରେ ଏହି ଲୋକମାନଙ୍କ ମଧ୍ୟରୁ କେତେକ ଜ୍ୱରରେ ପୀଡିତ ହୋଇଥିଲେ। ଏହା ପରେ ସେ ଗୁରୁତର ଅସୁସ୍ଥ ହୋଇ ମୃତ୍ୟୁବରଣ (Death) କରିଥିଲେ।

Also Read; ମୁକେଶ ଅମ୍ବାନୀଙ୍କୁ ହିଁ କୋଟି କୋଟି ଟଙ୍କାର ଚୂନା ଲଗାଇଲେ ଏହି ବ୍ୟକ୍ତି

ତେବେ ଷ୍ଟେନାର୍ ମ୍ୟାଡସେନ୍ ଏକଥାର ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଏହି ଘଟଣା ବିରଳ (Rare Incident) । କାରଣ ଏହି ଟିକା ହଜାର ହଜାର ଲୋକଙ୍କୁ ଦିଆଯାଇଛି । ମାତ୍ର ଏତେ ମାତ୍ରାରେ ମୃତ୍ୟୁ ହୋଇନାହିଁ । ଏହାର ଅର୍ଥ ଯେଉଁମାନେ ମୃତ୍ୟୁ ବରଣ କରିଛନ୍ତି ସେମାନେ ରୋଗ ପ୍ରତିରୋଧକ ( Immunity) ଶକ୍ତି କମ ରହିଥିଲା ଓ ଅନ୍ୟ ରୋଗୀ ଅନେକ ଗମ୍ଭୀର ରୋଗ (Different Disease) ରେ ପୀଡ଼ିତ ମଧ୍ୟ ଥିଲେ ।