ସମ୍ବଲପୁର: ଐତିହାସିକ କୀର୍ତ୍ତିରାଜିକୁ ନଷ୍ଟ କରି ଲୋକଙ୍କ ଭାବନା ସହ ଖେଳୁଛନ୍ତି ରାଜ୍ୟ ସରକାର। ସମ୍ବଲପୁରର ପ୍ରାଚୀନ ଇତିହାସକୁ ନେଇ ଚାଲିଛି ଷଡଯନ୍ତ୍ର। ଐତିହାସିକ ରାଣୀ ବଖରୀ ପୁନଃଉଦ୍ଧାର ପରେ ଏବେ ନିମନ୍ତ୍ରଣ ରେସ୍ତୋରାଁ ଯୋଜାନାରେ ସାମିଲ ହୋଇଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସମ୍ବଲପୁରରେ ଜନ ଅସନ୍ତୋଷ ଦେଖା ଦେଇଛି। ରାଣୀ ବଖରୀରେ ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଯୋଜନାକୁ ବିରୋଧ କରି ଅନେକ ସଂଙ୍ଗଠନ ଆନ୍ଦୋଳନ ମୁହାଁ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସମ୍ବଲପୁରର ଐତିହାସିକ ପ୍ରାଚୀନ କୀର୍ତ୍ତିରାଜି ସହ ଖେଳ ଚାଲିଛି। ରାଜ୍ୟ ସରକାର ପୁରାତନ ଐତିହାସିକସ୍ଥଳୀକୁ ରେସ୍ତୋରାଁରେ ପରିଣତ କରି ବିକୃତ କରୁଛନ୍ତି। ସମ୍ବଲପୁର ସହର କମଲି ବଜାର ନିକଟରେ ଐତିହାସିକ ରାଣୀ ବଖରୀ ରହିଛି। ବର୍ଷ ବର୍ଷ ଧରି ରାଣୀ ବଖରୀ ଅବହେଳିତ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା। ବର୍ଷକ ପୂର୍ଵରୁ ଇଣ୍ଟାକ ସହଯୋଗରେ ଏହାକୁ ପୁନଃରୁଦ୍ଧାର କରି ଚାକଚକ୍ୟ କରାଗଲା। ଯାହାକି ଲୋକଙ୍କ ବେଶ ଆକୃଷ୍ଟ କରୁଥିଲା। ହେଲେ ଏବେ ରାଜ୍ୟ ସରକାରଙ୍କ ଓଟିଡିସି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଣୀ ବଖରୀରେ ନିମନ୍ତ୍ରଣ ରେସ୍ତୋରାଁ ଯୋଜନାରେ ସାମିଲ କରି ରେସ୍ତୋରାଁ ଖୋଲିବା ପାଇ ନିଷ୍ପତ୍ତି ନିଆଯାଇଛି।


Also Read: ସପ୍ତମରେ ସଫଳ! UPSC ପରୀକ୍ଷାରେ 184 Rank ରଖିଲେ ସମ୍ବଲପୁରର ଅଙ୍କିତ ବର୍ମା


ରାଣୀ ବଖରୀକୁ ନିମନ୍ତ୍ରଣ ରେସ୍ତୋରାଁ ପ୍ରସ୍ତୁତି ଆରମ୍ଭ ହେଲାଣି। ଯାହାକୁ ନେଇ ସହରବାସୀଙ୍କ ମନରେ ବିରୋଧ ସ୍ୱର ଦେଖାଦେଇଛି। ଏକ ପ୍ରାଚୀନ ଐତିହାସିକ ସ୍ଥଳର ରକ୍ଷଣାବେକ୍ଷଣ କରି ତାକୁ ସଂଗ୍ରହାଳୟ କିମ୍ବା ପର୍ଯ୍ୟଟନ କ୍ଷେତ୍ର ଭାବରେ ପ୍ରୋତ୍ସାହନ ଦେବା ବଦଳରେ  ସରକାର ତାକୁ  ନଷ୍ଟ କରି ନିମନ୍ତ୍ରଣ ଯୋଜନାରେ  ରେସ୍ତୋରାଁ ତିଆରି କରିବା ଘୋର ନିନ୍ଦନୀୟ ବୋଲି ସାଧାରଣ ଲୋକେ କହୁଛନ୍ତି। ସେପଟେ ଏହାକୁ ନେଇ ସହରର ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରିବା ସହ ଜନଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି।



ରାଣୀ ବଖରୀ ରାଜ୍ୟର ଇତିହାସ ଓ ବୈଭବର ଅନ୍ୟତମ ମୂକସାକ୍ଷୀ ଭାବେ ପରିଚିତ। ବଳିଆର ସିଂହଙ୍କ ଶାସନ କାଳରେ ୧୬୫୦ରୁ ୧୬୬୦ ମସିହାରେ ଏହି ତିନିମହଲା ବିଶିଷ୍ଟ ଜେମାଦେଇ ମହଲ ନିର୍ମିତ ହୋଇଥିଲା। ପ୍ରସାଦର ତଳ ଓ ପ୍ରଥମ ମହଲାରେ ୭ଟି ଲେଖାଏଁ ଓ ସବାଉପରେ ମହଲାରେ ୨ଟି କୋଠରୀ ମିଶାଇ ମୋଟ ୧୬ଟି କୋଠରୀ ରହିଛି। ୧୬୯୦ ମସିହାରେରେ ରାଜପରିବାର ନବନିର୍ମିତ ପ୍ରାସାଦକୁ ଚାଲିଯିବାରୁ ରାଣୀ ବଖରୀରେ ରାଜ କର୍ମଚାରୀମାନେ ରହୁଥିଲେ। ପରେ ଏହା ଉପେକ୍ଷିତ ହୋଇ ପଡିରହିଥିଲା। 


Also Read: World Body Building Championship: ଭାରତକୁ ପ୍ରତିନିଧିତ୍ୱ କରିବେ ବ୍ରହ୍ମପୁରର ଚନ୍ଦନ ସାହୁ


ସେପଟେ ରାଣୀ ବଖରୀରେ ଚିତ୍ରକଳା ଓ ଫଟୋଗ୍ରାଫିର ଗ୍ୟାଲେରୀ କିମ୍ବା ସଂଗ୍ରହାଳୟ ହେବା ଆବଶ୍ୟକ, ଯଦ୍ବାରା ଆଗାମୀପିଢ଼ିର ଲୋକେ ସମ୍ବଲପୁର ଓ ରାଣୀ ବଖରୀର ଇତିହାସ ବାବଦରେ ଯୁବପିଢି ଜାଣିପାରିଥାନ୍ତେ ବୋଲି ଦାବି ହୋଇଛି। ଗୋଟିଏ ପଟେ ଦୀର୍ଘ ବର୍ଷ  ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ରାଣୀ ବଖରୀକୁ ପୁରଃଉଦ୍ଧାର କରି ଜୀବନ୍ତ କରାଗଲା। ହେଲେ ଏବେ ସମ୍ବଲପୁର ଇତିହାସକୁ ସରକାର ଲୋକଲୋଚନକୁ ଆଣି ଦର୍ଶନୀୟ ସ୍ଥାନ କରିବା ବଦଳରେ ନଷ୍ଟ କରୁଛନ୍ତି। ଯେଉଁଥିପାଇଁ ଜନ ଅସନ୍ତୋଷ ସୃଷ୍ଟି କରିବାରେ ସହାୟକ ହେଉଛି। 



ସେପଟେ ରାଣୀ ବଖରୀକୁ ରେସ୍ତୋରାଁ କରିବା ନିଷ୍ପତ୍ତି ପାଇଁ ରାଜ୍ୟ ସରକାରକୁ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର କଡା ସମାଲୋଚନା କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନ କରି ଏହି ଯୋଜନାକୁ ଅନ୍ୟତ୍ର ସ୍ଥାପନ କରିବା ପାଇ କୁହାଯିବ ବୋଲି ସେ କହିଛନ୍ତି।