Advertisement
Article Detail0/zeeodisha/odisha993435

ସପ୍ତମରେ ସଫଳ! UPSC ପରୀକ୍ଷାରେ 184 Rank ରଖିଲେ ସମ୍ବଲପୁରର ଅଙ୍କିତ ବର୍ମା

UPSC-୨୦୨୦ ପରୀକ୍ଷାରେ ସମ୍ବଲପୁରର (Sambalpur) ଅଙ୍କିତ କୁମାର ବର୍ମା ୧୮୪ତମ ରାଙ୍କ ପାଇଛନ୍ତି। ସମ୍ବଲପୁର ସହରର ଧନୁପାଲି (Dhanupali) ଅଞ୍ଚଳର ଅଶୋକ ବର୍ମା ଓ ବିନିତା ବର୍ମାଙ୍କ ପୁଅ ଅଙ୍କିତ ଏହି ସଫଳତା ପାଇଛନ୍ତି।

ସପ୍ତମରେ ସଫଳ! UPSC ପରୀକ୍ଷାରେ 184 Rank ରଖିଲେ ସମ୍ବଲପୁରର ଅଙ୍କିତ ବର୍ମା
ସପ୍ତମରେ ସଫଳ! UPSC ପରୀକ୍ଷାରେ 184 Rank ରଖିଲେ ସମ୍ବଲପୁରର ଅଙ୍କିତ ବର୍ମା

ସମ୍ବଲପୁର: UPSC ପକ୍ଷରୁ ସିଭିଲ ସର୍ଭିସ ୨୦୨୦ର ଫାଇନାଲ ରେଜଲ୍ଟ ଘୋଷଣା ହୋଇଛି। ଏଥିରେ ସମ୍ବଲପୁରର ଯୁବକଙ୍କୁ ସଫଳତା ମିଳିଛି। ପରୀକ୍ଷାରେ ୧୮୪ ନମ୍ବର ରାଙ୍କ ରଖି ସମ୍ବଲପୁରର ଅଙ୍କିତ ବର୍ମା ସଫଳତା ପାଇଛନ୍ତି।  

UPSC-୨୦୨୦ ପରୀକ୍ଷାରେ ସମ୍ବଲପୁରର (Sambalpur) ଅଙ୍କିତ କୁମାର ବର୍ମା ୧୮୪ତମ ରାଙ୍କ ପାଇଛନ୍ତି। ସମ୍ବଲପୁର ସହରର ଧନୁପାଲି (Dhanupali) ଅଞ୍ଚଳର ଅଶୋକ ବର୍ମା ଓ ବିନିତା ବର୍ମାଙ୍କ ପୁଅ ଅଙ୍କିତ ଏହି ସଫଳତା ପାଇଛନ୍ତି। ଛଅ ଥର ଅସଫଳତା ପରେ ସଫଳତା ମିଳିଲା। ସେ ସର୍ବ ଭାରତୀୟ ସ୍ତରରେ ୧୮୪ ରାଙ୍କ ପାଇଛନ୍ତି। ଆଉ ଏହି ସଫଳତା ପାଇଁ ସେ ନିଜ ପରିବାରଵର୍ଗଙ୍କୁ ଶ୍ରେୟ ଦେଇଛନ୍ତି।

Also Read: ପାର୍ବଣରେ ଅସାମାଜିକଙ୍କୁ ସାବାଡ଼ କରୁଛି ସମ୍ବଲପୁର ପୋଲିସ

Add Zee News as a Preferred Source

ଅଙ୍କିତ, ଚେନ୍ନାଇସ୍ଥିତ ଏସଆରଏମ(SRM) ୟୁନିଭରସିଟିରେ ଗ୍ରାଜୁଏସନ ପାସ କରିବା ପରେ ପ୍ରଥମେ ଚାକିରି କରିଥିଲେ। ଆଉ ଏହାପରେ ସେ ୨୦୧୪ ମସିହାରୁ ଦିଲ୍ଲୀରେ ରହି ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ନେଇ ସୂଚନା ମିଳିଛି। ସେପଟେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି, ଦେଶ ସେବା ପାଇଁ ସରକାରଙ୍କ ତରଫରୁ ଯେଉଁ ପଦଵି ମିଳିବ ତାଙ୍କୁ ସେ ଖୁସି ସହକାରେ ଗ୍ରହଣ କରିବେ।

fallback

 

 

About the Author