Advertisement
Article Detail0/zeeodisha/odisha996690
Zee OdishaOdisha Art and CultureWorld Body Building Championship: ଭାରତକୁ ପ୍ରତିନିଧିତ୍ୱ କରିବେ ବ୍ରହ୍ମପୁରର ଚନ୍ଦନ ସାହୁ

World Body Building Championship: ଭାରତକୁ ପ୍ରତିନିଧିତ୍ୱ କରିବେ ବ୍ରହ୍ମପୁରର ଚନ୍ଦନ ସାହୁ

ପଙ୍କରେ ଫୁଟେ ପଦ୍ମ। ଅସମ୍ଭବ ବି ଚେଷ୍ଟା ବଳରେ ହୋଇପାରେ ସମ୍ଭବ। ବିନା ପ୍ରସହନରେ ମଧ୍ୟ ଲକ୍ଷ ସ୍ଥଳରେ ପହଂଚିପାରେ ମଣିଷ। ଯାହାକୁ ପ୍ରମାଣ କରି ଦେଖାଇପାରିଛନ୍ତି ବ୍ରହ୍ମପୁର ଫାଷ୍ଟ ଗେଟ ଅଂଚଳର ଚନ୍ଦନ କୁମାର ସାହୁ।

୨୪ ବର୍ଷୀୟ ଚନ୍ଦନ କୁମାର ସାହୁ
୨୪ ବର୍ଷୀୟ ଚନ୍ଦନ କୁମାର ସାହୁ

ବ୍ରହ୍ମପୁର: ପଙ୍କରେ ଫୁଟେ ପଦ୍ମ। ଅସମ୍ଭବ ବି ଚେଷ୍ଟା ବଳରେ ହୋଇପାରେ ସମ୍ଭବ। ବିନା ପ୍ରସହନରେ ମଧ୍ୟ ଲକ୍ଷ ସ୍ଥଳରେ ପହଂଚିପାରେ ମଣିଷ। ଯାହାକୁ ପ୍ରମାଣ କରି ଦେଖାଇପାରିଛନ୍ତି ବ୍ରହ୍ମପୁର ଫାଷ୍ଟ ଗେଟ ଅଂଚଳର ଚନ୍ଦନ କୁମାର ସାହୁ। ଏକ ଗରିବ ପରିବାରରୁ ଯାଇ ଜାତୀୟ ସ୍ତରରେ ବେଶ ସୁନାମ ଅର୍ଜନ କରିପାରିଥିବା ଚନ୍ଦନ ଏବେ ବିଶ୍ୱସ୍ତରର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି। ୬୦ କିଲୋ ବର୍ଗରେ ଭାରତରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ଚନ୍ଦନ ମନନୀତ ହୋଇଛନ୍ତି। 

ମାତ୍ର ୨୪ ବର୍ଷୀୟ ଚନ୍ଦନ କୁମାର ସାହୁ, ଭାରତ ପାଇଁ ଗୌରବନିତ୍ୟ ପଦକ ଆଣିବା ଲାଗି ନିଷ୍ଠାପର ସହ ଲାଗିପଡିଥିବାବେଳେ, ବିଭିନ୍ନ ମହଲରୁ ଚନ୍ଦନ ର ସଫଳତାକୁ ନେଇ ଶେଭେଚ୍ଛାର ସୁଅ ଛୁଟୁଛି। ବ୍ରହ୍ମପୁର ଫାଷ୍ଟ ଗେଟ ଅଂଚଳର ଚନ୍ଦନ, ଜାତୀୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସମସ୍ତଙ୍କୁ ଚକିତ କରି ଏବେ ବିଶ୍ୱ ସ୍ତରୀୟ  ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଏଣ୍ଟ୍ରି ମାରିଛନ୍ତି। ଆକ୍ଟବର ୧ରୁ ୭ ତାରିଖ ମଧ୍ୟରେ ଉଜବେକିସ୍ତାନର ତାସକେଣ୍ଡ (Tashkent) ଠାରେ ଆୟୋଜିତ ହେବାକୁ ଥିବା ବିଶ୍ୱ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ୬୦ କିଲୋ ବର୍ଗରେ ଭାରତରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ସେ ପ୍ରତିଦ୍ୱନ୍ଦିତା କରିବେ।

Also Read: ବିସ୍ମୟକର ବାଳକ ଶୁଭମ୍; ବୟସ ଛୋଟ କିନ୍ତୁ ବୁଦ୍ଧି ପ୍ରଖର

Add Zee News as a Preferred Source

ବ୍ରହ୍ମପୁର (Berhampur) ଫାଷ୍ଟ ଗେଟ ଅଂଚଳର କୁରେଶ ସାହୁଙ୍କ ସୁପୁତ୍ର ଚନ୍ଦନ କୁମାର ସାହୁ। ଅତ୍ୟନ୍ତ ଗରିବ ପରିବାରର ଚନ୍ଦନ ଆର୍ଥିକ ଅଭାବ ଅନାଟନ ସତ୍ତ୍ୱେ ୨୦୧୬ ମସିହାରୁ ନିଜ ପାଇଁ କିଛି କରି ଦେଖେଇବାର ପ୍ରୟାସ ଆରମ୍ଭ କରିଥିଲେ। ୨୦୧୭ ଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା (Body Building) ରେ ୫ ଥର ମିଷ୍ଟର ଗଞ୍ଜମ ଭବେ ସ୍ଵର୍ଣ୍ଣ ପଦକ (Gold Medal) ହାସଲ କରିବା ସହ ତିନି ଥର ରାଜ୍ୟ ସ୍ତରୀୟ ମିଷ୍ଟର ଓଡିଶା ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ଏହା ସହ ଚନ୍ଦନ ଦୁଇ ଥର ରୌପ୍ୟ ଓ ସ୍ଵର୍ଣ ପଦକ ହାସଲ କରିଛନ୍ତି।

ଦୁଃଖର ବିଷୟ, ନିଜକୁ ପ୍ରସ୍ତୁତ କରିବା ଲାଗି ପରିବାରର ଅଭାବୀ ପରିସ୍ଥିତି ସବୁବେଲେ ବାଧକ ସାଜୁଥିବା ବେଳେ, ସରକାରୀ ହଉ ବା ବେସରକାରୀ ସ୍ତରରେ କୌଣସି ସହାୟତା ମିଳିପାରିନାହିଁ। ଗଂଜାମ ଜିଲ୍ଲା ଅମେଟର ବଡି ବିଲିଡିଂ ଆସୋସିଏସନର ପ୍ରଶିକ୍ଷଣ କ୍ରମେ ବିଶ୍ୱ ସ୍ତରୀୟ ପ୍ରାତିଯୋଗୀତରେ ଚନ୍ଦନ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛନ୍ତି। ଏଥିଲାଗି ଚନ୍ଦନ ଦୈନିକ ୮ରୁ ୧୦ ଘଣ୍ଟା ନିଜକୁ ପ୍ରସ୍ତୁତ କରିବା ପାଇଁ ଅଭ୍ୟାସ ଜାରି ରଖିଛନ୍ତି।

Also Read: ପିପିଲିରେ କିଏ ବାଜିଗର? ଆଜି ଜଣେ ମହିଳା ସମେତ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ଗୋଟିଏ ପଟେ ରାଜ୍ୟ ସରକାର ଜାତୀୟ ସ୍ତରରେ କ୍ରୀଡାକୁ ପ୍ରତ୍ସାହନ ଦେଉଛନ୍ତି। ହକି ଓ ରଗବି ପରି ଖେଳର ପ୍ରାୟୋଜକ ସାଜି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଅନ୍ୟପଟେ ନିଜର ରାଜ୍ୟର ପ୍ରତିଭା ଅର୍ଥ ଅଭାବକୁ ବଣମଲ୍ଲି ପରି ଫୁଟି ଛଡିଯାଉଛି। ଖେଳାଳିଙ୍କ ଏନ୍ତୁଡ଼ି ଶାଳ କୁହାଯାଉଥିବା ଗଂଜାମ ଜିଲ୍ଲାରେ ଚନ୍ଦନଙ୍କ ଭଳି ଅନେକ ପ୍ରତିଯୋଗୀ ପାରିବାରିକ ଅଭାବ ଅନାଟନ ଯୋଗୁଁ ପଛୁଆ ରହିଯାଉଛନ୍ତି। ତେଣୁ ସରକାରୀ ସ୍ତରରେ ଏଭଳି କିଛି ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ଅନୁସଂଗିକ ସୁବିଧା ଯୋଗାଇଦେଲେ ଭରତର ପଦକ ସଂଖ୍ୟା ଓ ଗୌରବ ବଢିବ ସେଥିରେ ସନ୍ଦେହ ନାହିଁ।

 

 

  

About the Author